PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି ସହରରେ ଆତଙ୍କ ଖେଳାଉଛି କୁଳଡିହା ଦନ୍ତା
  • ||
  • ହକି ବିଶ୍ୱକପ୍‌ ଫାଇନାଲରେ ଜର୍ମାନୀ , ଅଷ୍ଟ୍ରେଲିଆକୁ ୪-୩ ଗୋଲରେ ହରାଇଲା ଜର୍ମାନୀ
  • ||
  • ଦିନ ଦ୍ୱିପ୍ରହରରେ ଘରେ କଳାକନା ବୁଲାଇଲା ଚୋର : ଲୁଟି ନେଲା ୨ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧ଲକ୍ଷ ୧୦ ହଜାର ଟଙ୍କା
  • ||
  • ଗୋଟିଏ ରିପୋର୍ଟରେ ଦୋହଲି ଗଲା ଆଦାନୀଙ୍କ ସାମ୍ରାଜ୍ୟ , କୋଟିପତିଙ୍କ ତାଲିକାରୁ ଖସି ରହିଲେ ୭ମ ନମ୍ୱରରେ
  • ||

ରାଜକୋଷ ଖାଲି, ଅନ୍ଧାରରେ ପାକିସ୍ତାନ: ୬୧ ଲକ୍ଷ ଲୋକଙ୍କ ରୋଜଗାର ଉପରେ ସଙ୍କଟ

ନୂଆଦିଲ୍ଲୀ,୨୪।୧: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଆଗରେ ପ୍ରତିଦିନ ନୂଆ ନୂଆ ସମସ୍ୟା ସୃଷ୍ଟି ହେଉଛି। ଦରଦାମ୍‌ ବୃଦ୍ଧି କାରଣରୁ ପାକିସ୍ତାନର ସାଧାରଣ ନାଗରିକଙ୍କ ଥାଳିରୁ ରୁଟି ଗାଏ୍ ହେବାରେ ଲାଗିଛି। ଅଟା ଭଳି ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁର ମୂଲ୍ୟ ଆକାଶ ଛୁଆଁ ଦରରେ ପହଞ୍ଚିଛି ଓ ଗତ କିଛି ଦିନ ହେବ ବିଜୁଳି ସଙ୍କଟ କାରଣରୁ ପାକିସ୍ତାନର ପ୍ରାୟ ୩୦ ସହର ଅନ୍ଧାର ହୋଇଯାଇଛି। ମୋଟ ଭାବରେ ସ୍ଥିତି ପ୍ରତିଦିନ ଖରାପ ହେବାକୁ ଲାଗିଛି। ହଜାର ହଜାର ପାକିସ୍ତାନୀ ପ୍ରତିଦିନ ନିଜର ଚାକିରୀ ହରାଉଛନ୍ତି। ଏହି ରିପୋର୍ଟ ଅନୁସାରେ, ୨୦୨୩ ରେ ଲକ୍ଷାଧିକ ପାକିସ୍ତାନୀ ବେରୋଜଗାର ହୋଇଯିବ। ଅର୍ଥାତ ସଙ୍କଟ ଏବେ ଆହୁରି ଗମ୍ଭୀର ହେବାକୁ ଯାଉଛି।

ପାକିସ୍ତାନର ନ୍ୟୁଜ୍‌ ଓ୍ବେବସାଇଟ୍‌ ‘ଦ ଡନ୍‌’ରେ ଛପା ଯାଇଥିବା ଏକ ରିପୋର୍ଟ ଅନୁସାରେ, ବନ୍ଦ ହେବାମାତ୍ରେ ବାଣିଜ୍ୟ ଓ ଫ୍ୟାକ୍ଟ୍ରିରେ ହ୍ରାସ ପାଉଥିବା ପ୍ରଡକ୍ସନ କାରଣରୁ ୨୦୨୩ରେ ପ୍ରାୟ ୬୨ ଲକ୍ଷ(୫.୨୦୫ ମିଲିୟନ) ଲୋକ ବେରୋଜଗାର ହୋଇପାରନ୍ତି। ଏହି ସହଖ୍ୟା ପାକିସ୍ତାନରେ ମୋଟ ଓ୍ବାର୍କଫୋର୍ସର ୮.୫ ପ୍ରତିଶତ ରହିଛି। ଏମାନେ ଏଭଳି ଲୋକ, ଯେଉଁମାନେ କାମ କରିବା ପାଇଁ ପ୍ରସ୍ତୁତ ହେବେ, କିନ୍ତୁ ତାଙ୍କ ପାଖରେ ରୋଜଗାର ନଥିବ।

ପ୍ରବଳ ବେରୋଜଗାର ଆଶଙ୍କା କାରଣରୁ ପାକିସ୍ତାନ ସରକାର ଖୁବ୍ ଶୀଘ୍ର ଇଣ୍ଟରନ୍ୟାସନାଲ ମନିଟରିଂ ଫଣ୍ଡ(ଆଇଏମଏଫ୍‌)ରୁ ରିଲିଫ୍ ପ୍ୟାକେଜ୍ ଆଶା କରୁଛି। ଏହି ସ୍ଥିତିରେ ସରକାର ମିନି ବଜେଟକୁ ଘୁଞ୍ଚାଇ ପାରିବେ ନାହିଁ। କୁହାଯାଉଛି ଯେ, ମିନି ବଜେଟ୍‌ ଆସିବା ଫଳରେ ପାକିସ୍ତାନରେ ବେରୋଜଗାର ବଢିବ।