ଖୋଲିଲା ପ୍ରସିଦ୍ଧ ସିରୁଳି ମହାବିରୀଙ୍କ ଦାନ ହୁଣ୍ଡି ବାକ୍ସ

ପୁରୀ, ୨୭/୧୧ : ବହୁ ବାଦ ବିବାଦ ପରେ ପୁରୀ ସଦରବ୍ଲକ ଅନ୍ତର୍ଗତ ସିରୁଳିଠାରେ ଥିବା ପ୍ରସିଦ୍ଧ ସିରୁଳି ମହାବିରୀଙ୍କ ଦାନ ହୁଣ୍ଡି ବାକ୍ସ ଖୋଲିଲା । ଦୀର୍ଘ ୩ମାସ ପରେ ଏହି ହୁଣ୍ଡି ବାକ୍ସ ଖୋଲାଯାଇଛି । ଅପରାହ୍ନ ୧୨ଟା ସମୟରେ ଗ୍ରାମବାସୀ ଓ ୨୬ନିଯୋଗର ଉପସ୍ଥିତିରେ ଦାନ ହୁଣ୍ଡି ବାକ୍ସ ଖୋଲାଯାଇଥିଲା ।
ଏଥିରୁ ୨,୬୯,୩୯ ଟଙ୍କା ୨୬ନିଯୋଗଙ୍କ ତତ୍ତ୍ବାବଧାନରେ ମହାପ୍ରଭୁଙ୍କ ଜମା ଖାତାରେ ରଖାଯାଇଥିବା ୨୬ ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି ।