PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ପୁଣି ସଂଖାରୀ ସାହିରେ ଅଜଣା ଜନ୍ତୁ ଆତଙ୍କ

ବିରିଡି, ୧୮।୩ ବିରିଡି  ବ୍ଲକ ୨୨ ମୌଜା ସଂଖାରୀ ସାହିରେ ଶନିବାର ପୁଣି ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି। ଗ୍ରାମର ରମେଶ ଭୋଇଙ୍କ ଏକ ଛେଳି ତଣ୍ଟିକୁ କଣା କରିଛି। ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଛେଳିଟି ବୋବାଇବାରୁ ରମେଶ ଓ ତାଙ୍କ ସ୍ତ୍ରୀ ଆସି ଗୁହାଳେ ପହଞ୍ଚି ଦେଖିଲା ବେଳକୁ ସେଠାରେ କେହି ହେଲେ ନ ଥିଲେ। ମାତ୍ର ଛେଳିର ବେକ କଣା ହୋଇ ରକ୍ତ ବାହାରୁଥିବା ଦେଖିଥିଲେ। ସମସ୍ତଙ୍କୁ ଏହା ଆଶ୍ଚର୍ଯ୍ୟ କରିଥିଲା। ତେବେ ଏହି ଘଟଣା ଉପରେ ନଜର ରଖିବା ପାଇଁ ଜିଲ୍ଲା ବନ ବିଭାଗର ଏକ ଟିମ୍ ଡେରା ପକାଇଥିଲେ ବି କିଛି ସୁରାକ ମିଳିପାରୁ ନାହିଁ।