PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଏମ୍ବାଟୁର : ବେଙ୍ଗାଲୁରରୁ ମାଳଦ୍ୱୀପର ମାଲେ ଯାଉଥିବା ଗୋ ଫାଷ୍ଟ ବିମାନର ଜରୁରୀ ଅବତରଣ, ୯୨ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ତାତି ଗଲା ଇଞ୍ଜିନ
  • ||
  • ଉଦୟପୁର : ଉଦୟପୁର କହ୍ନୈୟାଲାଲ ହତ୍ୟାକାଣ୍ଡରେ କଥିତ ଷଡ଼ଯନ୍ତ୍ରକାରୀ ମୁସ୍ଲିମ୍ ଖାନକୁ ଗିରଫ କଲା ଏଏନଆଇ
  • ||
  • ଅନନ୍ତନାଗ : ଜମ୍ମୁ-କଶ୍ମୀରର ଅନନ୍ତାଗରେ ପୁଲିସ୍ ଓ ସିଆରପିଏଫ ଯବାନଙ୍କ ମଳିତ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ, ଆହତ ପୋଲିସ କର୍ମୀ ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ଏକ ଦଳ ମାଲେସିଆ ଗସ୍ତରେ ଯାଇଛନ୍ତି, ଏହି ଦଳ ଦୁଇଦେଶ ମଧ୍ୟରେ ଦ୍ବିପାକ୍ଷୀକ ଯୁଦ୍ଧାଭ୍ୟାସକୁ ନେଇ ଆୟୋଜିତ କାର୍ଯ୍ୟକ୍ରମ ‘ଉଦାରଶକ୍ତି’ରେ ଭାଗ ନେବେ
  • ||
  • ମୋହନା : ସଂଗଠନ ଛାଡ଼ିଥିବା ମାଓବାଦୀ ପ୍ରଫୁଲ୍ଲ ପରିଚ୍ଛାକୁ ଗିରଫ କଲା ଅଡ଼ବା ପୋଲିସ, ଥାନାରେ ରହିଛି ୭ ମାମଲା
  • ||
  • ବୌଦ୍ଧ : ବୌଦ୍ଧ ୫୭ନଂ ଜାତୀୟ ଖୁଣ୍ଟବନ୍ଧ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ
  • ||
  • ଭୁବନେଶ୍ବର : ପିପିଲି ଟୋଲ ପ୍ଲାଜା ନିକଟରେ ଓଲଟିଲା ବସ୍, ଜଣେ ମୃତ ଓ ୨୦ଆହତ
  • ||
  • ନୟାଗଡ଼ : ବାଘ ଶୀକାର କରି ଫଟୋ ଉଠାଇବା ପଡ଼ିଲା ମହଙ୍ଗା, ୫ ବର୍ଷ ପରେ ଧରାପଡ଼ିଲା ବାଘ ଶିକାରୀ
  • ||
  • ବାରିପଦା : ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ୨୭ ହଜାର ହେକ୍ଟରରୁ ଉର୍ଦ୍ଧ୍ଵ ଜମିକୁ ମିଳିବ ଜଳସେଚନ ସୁବିଧା
  • ||
  • ଉଦଳା : ଉଦଳା ଏନଏସି ଅଧୀନ ୱାର୍ଡ ନମ୍ବର ୩ରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କୃମି ଔଷଧ ଖାଇ ଶିଶୁ ପୁତ୍ର ଗୁରୁତର , ଡାକ୍ତରଖାନାରେ ଭର୍ତ୍ତି
  • ||
  • ସମ୍ବଲପୁର : ହୀରାକୁଦର ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି ସମ୍ଭାବନା, ସତର୍କ ସୂଚନା ଜାରି କଲା ପ୍ରଶାସନ
  • ||
  • ପାଟଣା : ଘର ଉପରେ ମାଡ଼ି ବସିଲା ବିରାଟକାୟ ବଉଳ ବୃକ୍ଷ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ
  • ||
  • ପୁରୀ : ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା ଉତ୍ସବ, ବୀରଡୋରିରେ ଦୁଇ ଭାଇଙ୍କ ହାତରେ ୬ ଥାକିଆ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା
  • ||
  • ପାଟଣା : ଚୋରାଚାଲାଣ ବେଳେ ମାଡ଼ିବସିଲା ବନ ବିଭାଗ, ଶାଳ କାଠ ବୋଝେଇ ସ୍କର୍ପିଓ ଜବତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ଆଶଙ୍କା
  • ||
  • ଭଦ୍ରକ : ଫୁଲୁଛି ବୈତରଣୀ ଓ ସାଳନ୍ଦୀ, ହଦଗଡ଼ ଡ୍ୟାମ୍‌ରୁ ୨ଟି ଗେଟ୍ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ
  • ||

ଲୋପ ପାଇଯିବ ଗଜବଂଶ, ୩ ବର୍ଷରେ ୨୪୫ ହାତୀଙ୍କର ମୃତ୍ୟୁ

ଭୁବନେଶ୍ୱର, ୬/୭ : ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି । କେଉଁଠି ହାତୀଙ୍କୁ ଶିକାରୀ ଗୁଳି ଓ ତୀରମାରି ହତ୍ୟା କରୁଛନ୍ତି ତ କେଉଁଠି ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟୁଛି । ପୁଣି ଟ୍ରେନ୍‌ ଓ ମୋଟର ଗାଡ଼ି ଧକ୍କାରେ ହାତୀ ମରୁଛନ୍ତି । କଦଳୀ ଗଛ ଓ ପାଚିଲା ପଣସରେ ବିଷ ମିଶାଇ ବି ହତ୍ୟା କରାଯାଉଛି । ଗତ ୧୨ ବର୍ଷରେ ୨୦୧୧-୧୨ ଠାରୁ ୨୦୨୧-୨୨ ବର୍ଷ ମଧ୍ୟରେ ରାଜ୍ୟରେ ୯୩୫ ହାତୀଙ୍କର ମୃତ୍ୟୁ ଘଟିଲାଣି ।

ବିଗତ ୩ ବର୍ଷରେ ୨୪୫ ହାତୀଙ୍କର ମୃତ୍ୟୁ ଘଟିଲାଣି ବୋଲି ବିଧାନସଭାରେ ଜଙ୍ଗଲ ବିଭାଗ ପକ୍ଷରୁ ଉତ୍ତର ରଖାଯାଇଛି । ଏହି ୩ ବର୍ଷର ହିସାବକୁ ଦେଖିଲେ ବର୍ଷକୁ ହାରାହାରି ୮୨ ହାତୀଙ୍କର ମୃତ୍ୟୁ ଘଟୁଛି । ଆଠଗଡ଼, ଢ଼େଙ୍କାନାଳ, ଶିମିଳିପାଳ ଓ ସାତକୋଶିଆ ବନାଞ୍ଚଳରେ ଅଧିକ ସଂଖ୍ୟାରେ ମରୁଛନ୍ତି । ଯେଉଁ ହାରରେ ରାଜ୍ୟରେ ହାତୀ ମୃତ୍ୟୁ ବଢିଚାଲିଛି ଆଉ କିଛିବର୍ଷ ମଧ୍ୟରେ ହାତୀ ବଂଶ ଲୋପ ପାଇଯିବା ନେଇ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ।

ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ୧୨ ବର୍ଷରେ ମୃତ୍ୟୁବରଣ କରିଥିବା ୯୩୫ ହାତୀଙ୍କ ମଧ୍ୟରୁ ୪୮ ହାତୀଙ୍କୁ ଶିକାର କରା ଯାଇଥିବାବେଳେ ୧୬ଟି ହାତୀ ବିଷାକ୍ତ ଖାଦ୍ୟ ଖାଇ, ୧୩୫ ହାତୀ ବିଦ୍ୟୁତ ଆଘାତ, ୩୨ ରେଳ ଦୁର୍ଘଟଣା, ୬ଟି ରାସ୍ତା ଦୁର୍ଘଟଣାରେ ମରିଛନ୍ତି । ସେହିପରି ନାଳରେ ପଡ଼ି, ଲଢ଼େଇ, ଦଳି ହୋଇ ଓ ଉଚ୍ଚ ସ୍ଥାନରୁ ପଡ଼ି ୧୪୧ଟି, ବିଭିନ୍ନ ରୋଗରେ ୩୦୭ଟି, ପ୍ରାକୃତିକ ଭାବେ ୧୧୯ଟି ହାତୀ ମରିଛନ୍ତି । ୧୩୧ ହାତୀଙ୍କ ମୃତ୍ୟୁର କାରଣ ଜଣା ପଡ଼ିନାହିଁ । ଗତ ୩ ବର୍ଷ ଭିତରେ ଢେଙ୍କାନାଳରେ ସର୍ବାଧିକ ୩୫ ହାତୀଙ୍କର ମୃତ୍ୟୁ ଘଟିଥିବା ବେଳେ କେନ୍ଦୁଝରରେ ୨୧, ଅନୁଗୋଳରେ ୧୨, ସାତକୋଶିଆରେ ୧୨, ଆଠଗଡ଼ରେ ୧୧, କଟକରେ ୧୧, ଶିମିଳିପାଳରେ ୧୧ ଏହିଭଳି ୨୪୫ ହାତୀଙ୍କର ମୃତ୍ୟୁ ଘଟିଛି । ୨୦୧୯-୨୦ ବର୍ଷରେ ୮୨ଟି ହାତୀଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦୨୦-୨୧ ବର୍ଷରେ ୭୭ ଓ ୨୦୨୦-୨୧ ବର୍ଷରେ ୮୬ ହାତୀଙ୍କର ମୃତ୍ୟୁ ଘଟିଛି ।

ସବୁଠାରୁ ବଡ଼ କଥା ହେଲା, ହାତୀଙ୍କୁ ମାରି ଶିକାରୀମାନେ ଦାନ୍ତ କାଟି ନେଉଛନ୍ତି । ତା’ପରେ ମାଟି ଖୋଳି ମୃତଦେହକୁ ପୋତି ଦେଉଛନ୍ତି । ଯେଉଁଥିରେ କି ଖୋଦ୍‌ ବନ କର୍ମଚାରୀଙ୍କ ସଂପୃକ୍ତି ରହିଛି । ନିକଟରେ ଆଠଗଡ଼ ବନଖଣ୍ଡରୁ ୪ଟି ହାତୀ କଙ୍କାଳ ମିଳିବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି । ଏହିପରି ରାଜ୍ୟରେ ଅନେକ ବନଖଣ୍ଡରେ ହାତୀଙ୍କୁ ମାରି ପୋତି ଦିଆ ଯାଇଥିବା ମଧ୍ୟ ଅନୁମାନ କରାଯାଉଛି ।

ଓଡ଼ିଶାରେ ହାତୀ ମୃତ୍ୟୁହାର ଅନ୍ୟ ରାଜ୍ୟ ମାନଙ୍କ ଅପେକ୍ଷା ଅଧିକ । ୧୯୯୦ରୁ ୨୦୦୦ (୧୦ ବର୍ଷ) ଭିତରେ ବର୍ଷକୁ ହାରାହାରି ୩୩ଟି ହାତୀ ମରୁଥିଲେ । ୨୦୦୦ରୁ ୨୦୧୦ ଦଶନ୍ଧି ଭିତରେ ହାରାହାରି ବର୍ଷକୁ ୪୬ଟି ହାତୀ ମରୁଥିଲେ । ୨୦୧୦ରୁ ଧୀରେ ଧୀରେ ବଢ଼ି ଏବେ ବର୍ଷକୁ ହାରାହାରି ୮୨ ହାତୀ ମରୁଛନ୍ତି । ଏଭଳି ଭାବେ ହାତୀ ମୃତ୍ୟୁଗ୍ରାଫ୍‌ ବଢି ଚାଲିଲେ ଆଗାମୀ କିଛି ବର୍ଷ ଭିତରେ ଓଡ଼ିଶାରେ ହାତୀ ଆଉ ଦେଖିବାକୁ ମିଳିବେନି ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହୁଛନ୍ତି ।

ହାଇକୋର୍ଟଙ୍କ ଉଦ୍‌ବେଗ, ସରକାରଙ୍କୁ ଜବାବ ମାଗିଲେ

ରାଜ୍ୟରେ ବୃଦ୍ଧି ପାଉଥିବା ଅବାଧ ହାତୀ ଶିକାର ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ହାଇକୋର୍ଟ । ଏଭଳି ଅଘଟଣ ରୋକିବା ପାଇଁ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ? ବନ୍ୟପ୍ରାଣୀ ସୁରକ୍ଷା ଆଇନ କିଭଳି ଭାବେ କାର୍ଯ୍ୟକାରୀ କରାଯାଉଛି ? ହାତୀ ମୃତ୍ୟୁ ପାଇଁ କେଉଁ ଅଧିକାରୀଙ୍କୁ ଦାୟୀ କରାଯାଇଛି ? ଏହିଭଳି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଜବାବ ମାଗିଛନ୍ତି ହାଇକୋର୍ଟ । ରାଜ୍ୟ ସରକାର ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସତ୍ୟପାଠ ମାଧ୍ୟମରେ ନିଜର ଜବାବ ରଖିବେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ଏବଂ ବିଚାରପତି ଜଷ୍ଟିସ୍‌ ରାଧାକୃଷ୍ଣ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ନରସିଂହପୁରରେ ହାତୀ ମୃତ୍ୟୁକୁ ନେଇ ବନ୍ୟପ୍ରାଣୀ ପ୍ରେମୀ ଗୀତା ରାଉତ ହାଇକୋର୍ଟରେ ଏହି ମାମଲା ଦାଏର କରିଛନ୍ତି । ଆଜି ଶୁଣାଣି ଅବସରରେ ଆବେଦନକାରିଣୀଙ୍କ ପକ୍ଷରୁ ରାଜ୍ୟରେ କିଭଳି ଅବାଧ ହାତୀ ଶିକାର ଚାଲିଛି ସେ ନେଇ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ହାତୀଙ୍କ ମୃତ୍ୟୁ ସଂକ୍ରାନ୍ତ ତଥ୍ୟ ମଧ୍ୟ ଅଦାଲତରେ ଦାଖଲ କରାଯାଇଥିଲା । ଏହି ରିପୋର୍ଟ ପାଇବା ପରେ ହାଇକୋର୍ଟ ହାତୀ ଶିକାର ନେଇ ଉଦ୍‌ବେଗ ପ୍ରକାଶ କରି ସରକାରଙ୍କୁ ଜବାବ ମାଗିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ ତାରିଖକୁ ଧାର୍ଯ୍ୟ ହୋଇଛି ।

ଆବେଦନକାରିଣୀ ନରସିଂହପୁର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାଲିଥିବା ହାତୀ ଶିକାର ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨କୁ କଠୋର ଭାବେ ଲାଗୁ କରିବା, ଯେଉଁ ଅଧିକାରୀଙ୍କ ଅଧୀନରେ ଏହିଭଳି ଶିକାର ହେବ ସେମାନଙ୍କୁ ଏଥିପାଇଁ ଦାୟୀ କରାଯିବା ଲାଗି ପିଟିସନ୍‌ରେ ପ୍ରାର୍ଥନା କରିଥିଲେ । ହାଇକୋର୍ଟ ଏହାକୁ ଗ୍ରହଣ କରି ରାଜ୍ୟ ସରକାରଙ୍କୁ ଏଥିପାଇଁ ବିଚାର ବିଭାଗୀୟ ନୋଟିସ୍‌ କରିବାର ଆବଶ୍ୟକତା ରହିଥିବା ମତ ଦେଇଛନ୍ତି । ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି ।