PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଖୁବ୍ ନିରୀହ ଓ ସରଳ ସ୍ବଭାବର ହୋଇଥାନ୍ତି ଏହି ରାଶିର ଝିଅମାନେ

ଲୋକମାନେ କୁହନ୍ତି ଝିଅମାନଙ୍କୁ ସଜହରେ ବୁଝି ହୁଏନି, କିନ୍ତୁ ଦୁନିଆରେ ଏଭଳି ଅନେକ ଝିଅ ଅଛନ୍ତି ଯେଉଁମାନେ ସ୍ବଭାବରୁ ଖୁବ୍ ନିରୀହ ଓ ସରଳ ହୋଇଥାନ୍ତି। ଏମାନଙ୍କୁ ଯେ କେହି ମଧ୍ୟ ଖୁବ୍ ଶୀଘ୍ର ବୁଝାଇ ପାରନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ରାଶିର ଝିଅଙ୍କ କଥା କହିବାକୁ ଯାଉଛୁ ଯେଉଁମାନେ ସ୍ବଭାବରେ ଖୁବ୍ ଲାଜକୁଳି ଓ ସରଳ ହୋଇଥାନ୍ତି।

ସଂହ ରାଶି: ଏହି ରାଶିର ଝିଅମାନେ ସ୍ବଭାବରୁ ଯେତେ ଭଲ ହୋଇଥାନ୍ତି, ଦେଖିବାକୁ ମଧ୍ୟ ସେତେ ସୁନ୍ଦର ହୋଇଥାନ୍ତି। ତାଙ୍କର ସାଧାରଣ ଲୁକ୍ସ ସମସ୍ତଙ୍କୁ ତାଙ୍କ ଆଡକୁ ଆକର୍ଷିତ କରିପାରେ। ଏହି ଝିଅମାନେ କେବେ କାହାର ଖରାପ ଭାବନ୍ତି ନାହିଁ କିମ୍ବା ଖରାପ କରିନଥାନ୍ତି। ପ୍ରତି ଖରାପ ସମୟରେ କାନ୍ଧ ସହିତ କାନ୍ଧ ମିଶାଇ ଠିଆ ହୋଇ ରହିଥାନ୍ତି।

କୁମ୍ଭ ରାଶି: ଏହି ରାଶିର ଝିଅମାନେ ସମସ୍ତଙ୍କ ଠାରୁ ଖୁବ୍ ଭିନ୍ନ ହୋଇଥାନ୍ତି।ସ୍ବଭାବରୁ ଖୁବ୍ ଶାନ୍ତ ହୋଇଥାନ୍ତି। କୌଣସି ନା କୌଣସି କଥାରେ ଏମାନଙ୍କୁ ଶୀଘ୍ର ରାଗ ଆସିନଥାଏ ବଂର ରାଗି ଲୋକଙ୍କୁ ମଧ୍ୟ ଏହି ଝିଅମାନେ ଖୁବ୍ ଶୀଘ୍ର ଥଣ୍ଡା କରିଦେଇଥାନ୍ତି।

କନ୍ୟା ରାଶି: ଏହି ରାଶିର ଝିଅମାନେ ସ୍ବଭାବରୁ ଖୁବ୍ ମିଠା ହେବା ସହିତ ନିଜର କଥାରେ ଅନ୍ୟମାନଙ୍କୁ ଆକର୍ଷିତ କରିପାରିଥାନ୍ତି। ଏହି ରାଶିର ଝିଅମାନେ ସ୍ବଭାବ ସହିତ ବାଣୀରେ ମଧ୍ୟ ମିଠା ରହିଥାନ୍ତି। ଏହା ସହ ଭଗବାନ ମଧ୍ୟ ତାଙ୍କୁ ଖୁବ୍ ସୁନ୍ଦର ଚେହେରା ଦେଇଥାନ୍ତି।