କନେଷ୍ଟବଳ ନିଯୁକ୍ତି ମାମଲା : ବୟସ ସୀମାରେ ୪ ବର୍ଷ ବୃଦ୍ଧି

କଟକ, ୨୪।୧ ବୟସ ସୀମା ବୃଦ୍ଧି ଆବେଦନକୁ ଗ୍ରହଣ କଲେ ହାଇକୋର୍ଟ। ୨୦୨୨ ରେ ୪୭୯୦ କନେଷ୍ଟବଳ ପଦ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ବୟସ ସୀମା ୧୮ରୁ ୨୩ ବର୍ଷ ଧାର୍ଯ୍ୟ ହୋଇଥିଲା। କିନ୍ତୁ ୨୦୧୮ ରୁ ୨୦୨୨ ଚାରି ବର୍ଷ ଲାଗି ଏହି ପଦବୀରେରେ କୌଣସି ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ନପାଇବାରୁ ବହୁ ଆଶାୟୀ ଚାକିରିରୁ ବଞ୍ଚିତ ହୋଇଥିଲେ। ଅପର ପକ୍ଷରେ ରାଜ୍ୟ ସରକାର ଅନ୍ୟ ଚାକିରୀ ଲାଗି ବୟସ ସୀମା ବୃଦ୍ଧି କରିଥିବାରୁ ଏଥିରେ ମଧ୍ୟ ସାମାନ ନିୟମ ଲାଗୁ ପାଇଁ କୁହା ଯାଇଥିଲା।
ହାଇକୋର୍ଟ ମଙ୍ଗଳବାର ଏହି ଆବେଦନକୁ ଗ୍ରହଣ କରି ବୟସ ସୀମାରେ ୪ ବର୍ଷ ବୃଦ୍ଧି କରିଛନ୍ତି.। ବର୍ତ୍ତମାନ ୨୭ ବର୍ଷ ପର୍ଯ୍ୟନ୍ତ ଏହି ବୟସ ସୀମା କୁ ହାଇକୋର୍ଟ ବୃଦ୍ଧି କରିଛନ୍ତି। ଆସନ୍ତା ୩୦ ତାରିଖ ସୁଦ୍ଧା ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରାଯିବ। ଫେବୃଆରୀ ୧୦ ତାରିଖ ଆବେଦନ ର ଶେଷ ତାରିଖ ରହିବ।ଫେବୃୟାରୀ ୨୦ ତାରିଖରେ ପରୀକ୍ଷା ହେବ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । କିନ୍ତୁ ଏହି ବୟସ ସୀମା ବୃଦ୍ଧି ନିୟମ ପୋଲିସ ର ଅନ୍ୟ କୌଣସି ପଦ ପାଇଁ ଆଉ ଲାଗୁହେବ ନାହିଁ ବୋଲି ଦର୍ଶାଇଛନ୍ତି।