ସ୍ତ୍ରୀ ମାଡ଼ରେ ସ୍ବାମୀ ମୃତ, ପୁଲିସର ତଦନ୍ତ ଜାରି

pic-internet
ବାଲେଶ୍ୱର,୩/୧୨ : ଚାନ୍ଦିପୁର ଥାନା ଅନ୍ତର୍ଗତ ଚାରିଗୋଛିଆ ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି । ସ୍ତ୍ରୀ ମାଡ଼ରେ ଜଣେ ସ୍ୱାମୀର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଘରୋଇ କଥାକୁ ନେଇ ଉକ୍ତ ଗ୍ରାମର ଗୋବିନ୍ଦ ମାରାଣ୍ଡି (୫୮) ଓ ସ୍ତ୍ରୀ ଜବା ମାରାଣ୍ଡି (୪୫)ମଧ୍ୟରେ ୨ଦିନ ପୂର୍ବରୁ ବଚସା ହୋଇଥିଲା ।
ଶନିବାର ହଠାତ୍ ସ୍ତ୍ରୀକୁ ପିଟିବା ପାଇଁ ଗୋବିନ୍ଦ ଗୋଡ଼ାଇ ଥିଲା । ପରେ ସ୍ତ୍ରୀ ଜବା ରାଗିଯାଇ ପାଖରେ ଥିବା କଟୁରୀରେ ଗୋବିନ୍ଦଙ୍କୁ ଆକ୍ରମଣ କରିଥିଲା । ଗୋବିନ୍ଦଙ୍କ ମୁଣ୍ଡରେ ଓ କାନ ପାଖକୁ କଟୁରିରେ ହାଣି ଥିଲା। ଫଳରେ ଘଟଣାସ୍ଥଳରେ ଗୋବିନ୍ଦ ଟଳି ପଡ଼ିଥିଲେ। ଚାନ୍ଦିପୁର ପୁଲିସ ଖବରପାଇ ଶବ ଜବତ କରିବା ସହ ଜବା ମାରାଣ୍ଡିକୁ ଗିରଫ କରିଛି । ଏ ନେଇ ଚାନ୍ଦିପୁର ଥାନାରେ କେଶ ନଂ ୧୧୬/୨୨ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି ।