ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପକୁ ମିଳିଲା ଶ୍ରେଷ୍ଠ ପ୍ରକଳ୍ପ ପୁରସ୍କାର

ଭବାନୀପାଟଣା,୧୮।୩ କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପ କେନ୍ଦ୍ର ସରକାରଙ୍କ ଦ୍ୱାରା ଶ୍ରେଷ୍ଠ ପ୍ରକଳ୍ପ ଭାବେ ପୁରସ୍କୃତ ହୋଇଛି।ନୂଆ ଦିଲ୍ଲୀ ଠାରେ ଆୟୋଜିତ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଜଳ ସଂରକ୍ଷଣ ଏବଂ ଜଳସେଚନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଛି।
ସୂଚନା ଅନୁଯାୟୀ କଳାହାଣ୍ଡିର ଜୀବନରେଖା କୁହାଯାଉଥିବା ଇନ୍ଦ୍ରାବତୀ ପ୍ରକଳ୍ପ ୱାଟର ଡ଼ାଇଜେଷ୍ଟ ଦ୍ଵାରା ଆୟୋଜିତ ‘ଶ୍ରେଷ୍ଠ ଭିତ୍ତିଭୂମି ଅଗ୍ରଗାମୀ ପ୍ରକଳ୍ପ’ ବର୍ଗରେ ‘ଓୟାର୍ଲ୍ଡ ୱାଟର ପୁରସ୍କାର ୨୦୨୨-୨୩ ପ୍ରଦାନ କରାଯାଇଛି। ୭୫୨ କୋଟି ଟଙ୍କାରେ ନିର୍ମିତ ଏହି ମେଗା ପ୍ରକଳ୍ପକୁ ଗତ ୨୦୨୧ ମସିହାରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ। ଏହା ଦ୍ବାରା ଧର୍ମଗଡ ଉପଖଣ୍ଡର ୨୬,୨୪୮ ହେକ୍ଟର ଚାଷ ଜମିରେ ଜସେଚନ କରାଯାଉଛି।