PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ଜ୍ଞାନବ୍ୟାପୀ ମସଜିଦ୍‌ର ସର୍ଭେ ପାଇଁ ଆଦେଶ ଦେଇଥିବା ବିଚାରପତି ସୁରକ୍ଷା ନେଇ ଚିନ୍ତିତ

ବରେଲି : ବାରଣାସୀର ଜ୍ଞାନବାପୀ ମସଜିଦ୍‌ର ସର୍ଭେ ଆଦେଶ ଦେଇଥିବା ବିଚାରପତି ରବି କୁମାର ଦିବାକର ନିଜର ସୁରକ୍ଷାକୁ ନେଇ ଚିନ୍ତିତ। ବନାରସରେ ରହିବା ବେଳେ ହିଁ ତାଙ୍କୁ ଧମକ ମିଳିଥିଲା । ଏହାପରେ ତାଙ୍କର ସୁରକ୍ଷା ବୃଦ୍ଧି କରାଯାଇ ଥିଲା। ବନାରସରୁ ପରେ ତାଙ୍କର ଟ୍ରାନ୍ସଫର ବରେଲି ହୋଇ ଯାଇ ଥିଲା । ଏଠାରେ ତାଙ୍କୁ ବନାରସ ଭଳି ସୁରକ୍ଷା ମିଳିନାହିଁ । ଏହାକୁ ନେଇ ବିଚାରପତି ନିରାଶତା ପ୍ରକାଶ କରିଛନ୍ତି ଏବଂ ଆଇଜିଙ୍କୁ ଚିଠି ଲେଖିଛନ୍ତି । ତାଙ୍କୁ ବାରଣାସୀ ପରି ସୁରକ୍ଷା ଉପଲବ୍ଧ କରାଯାଉ ବୋଲି ସେ ଚିଠିରେ କହିଛନ୍ତି ।

ଗତ ୧୯ ସେପ୍ଟେମ୍ୱରରେ ଲେଖିଥିବା ଚିଠିରେ ବିଚାରପତି କହିଛନ୍ତି କି, ଶାସନାଦେଶ ଅନୁସାରେ ବାରଣାସୀରେ ତାଙ୍କୁ ସୁରକ୍ଷା ମିଳିଥିଲା। ହେଲେ ବରେଲିରେ ତାଙ୍କୁ ଯେଉଁ ଆବାସୀୟ ଓ ଘରୋଇ ସୁରକ୍ଷା ଉପଲବ୍ଧ କରାଯାଇଛି, ତାହା ପର୍ଯ୍ୟାପ୍ତ ନୁହେଁ। ଏହି ବିଷୟରେ ସେ ଆରଆଇ ( ରିଜର୍ଭ ଇନସ୍ପେକ୍ଟର ) ବରେଲି ନରୋତ୍ତମ ସିଂହଙ୍କୁ ମଧ୍ୟ ଫୋନ୍‌ରେ ଅବଗତ କରାଇଛନ୍ତି।

ଏହାସହ ନରୋତ୍ତମ ସିଂହଙ୍କୁ ଏହା ବି ନିବେଦନ କରିଛନ୍ତି କି ଯଦି ସେ ବାରଣାସୀର ଆରଆଇଙ୍କ ସହ ଏହି ବିଷୟରେ କଥା ହୋଇଯିବେ  ତ ଉଚିତ ହେବ । ହେଲେ ନରୋତ୍ତମ ସିଂହ କଥା ହେବାକୁ ମନା କରିଦେଇଛନ୍ତି । ସେ କହିଛନ୍ତି ଏହି ମାମଲାରେ ଶାସନରୁ ତାଙ୍କୁ କୌଣସି ଚିଠି ମିଳି ନାହିଁ ।

ସମ୍ବନ୍ଧିତ ଖବର