ନୂଆଦିଲ୍ଲୀ, ୬/୧୨ : ଦେଶର ସବୁଠୁ ବଡ଼ ଅତ୍ୟାଧୁନିକ ହାଇଟେକ୍ ସଦନ ହେବ ୟୁପି ବିଧାନସଭା। ଖର୍ଚ୍ଚ ହେବ ୩ ହଜାର କୋଟି। ଲାଗିବ ୧୧୦ ଭିଡିଓ ୟୁନିଟ୍। ମିଳିବ ବିଶ୍ଵସ୍ତରୀୟ ସୁବିଧା। ଉତ୍ତର ପ୍ରଦେଶ ବିଧାନ ପରିଷଦରେ ଏବେ ସବୁ କାମ ହାଇଟେକ୍ ଉପାୟରେ ହେବ। ଏଥିପାଇଁ ଗୃହରେ ଭିଡିଓ ରେକର୍ଡିଂ, ଇଣ୍ଟରଆକ୍ଟିଭ୍ ଡିସପ୍ଲେ, ଡିଜିଟାଲ୍ ରେକର୍ଡ, ଏବଂ ଅଟୋମେଟିକ୍ ସେସନ ଭିଡିଓ ରେକଡିଂ ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜିର ବ୍ୟବହାର କରାଯିବ।
ଏହି ଯୋଜନାରେ ବିଧାନସଭାରେ ୧୧୦ ଭିଡିଓ ୟୁନିଟ୍ ଲାଗିବ। ଏହାଦ୍ଵାରା ବିଧାନସଭାର ପ୍ରତ୍ୟେକ ଗତିବିଧି ରେକର୍ଡ ହୋଇପାରିବ। ଏଥିପାଇଁ ମଲ୍ଟି କ୍ୟାମେରା ସିଷ୍ଟମ, ଡାଟା କନଭର୍ଜନ ମେସିନ ଏବଂ ଏକ ଏନୋଟେସନ ସର୍ଭର ଲଗାଯିବ। ଯାହା ପ୍ରଶ୍ନ, ବିତର୍କ ଏବଂ ବିବୃତ୍ତି ଅନୁସାରେ ଭିଡିଓଗୁଡ଼ିକୁ ଟ୍ୟାଗ୍ କରିବ। ଏହାଦ୍ଵାରା ଯେକୌଣସି ଭିଡିଓକୁ ମାତ୍ର କେଇ ସେକେଣ୍ଡରେ ଖୋଜା ଯାଇପାରିବ। ଏହି ପ୍ରଯୁକ୍ତିବିଦ୍ୟା ପରିବର୍ତ୍ତନ ପରିଷଦର କାର୍ଯ୍ୟକୁ ଦ୍ରୁତ ଏବଂ ସ୍ୱଚ୍ଛ କରିବ। ଭବିଷ୍ୟତ ପାଇଁ ଗୃହର କାର୍ଯ୍ୟଧାରାକୁ ଡିଜିଟାଲ୍ ଭାବରେ ସଂରକ୍ଷଣ କରିବ।
ଟେଣ୍ଡର ପାଇଁ କିଛି ସର୍ତ୍ତ ମଧ୍ୟ ରଖାଯାଇଛି-
- ପରିଷଦରେ ଡେଲ୍ଟା କମ୍ପାନୀର ଇଣ୍ଟରାକ୍ଟିଭ୍ ଡିସପ୍ଲେ ସ୍ଥାପନ କରିବା ବାଧ୍ୟତାମୂଳକ ହେବ।
- ଯୋଗାଣକାରୀଙ୍କୁ ଏକକାଳୀନ ୧୧୦ଟି ଭିଡିଓ ୟୁନିଟ୍, ଏକ ଆନୋଟେସନ୍ ସିଷ୍ଟମ୍ ଏବଂ ଏକ ଡିଜିଟାଲ୍ ରିପୋଜିଟୋରୀ ଯୋଗାଇବାକୁ ପଡିବ।
- ପରିଷଦ ଭବନରେ ହିଁ ସମସ୍ତ ଉପକରଣର ସଂସ୍ଥାପନ ଏବଂ ପରୀକ୍ଷଣ କରିବାକୁ ପଡ଼ିବ।
- ଯୋଗାଣକାରୀଙ୍କର ଲକ୍ଷ୍ନୌରେ ଏକ କାର୍ଯ୍ୟାଳୟ ଏବଂ ସେବା କେନ୍ଦ୍ର ରହିଥିବା ଆବଶ୍ୟକ।
- ଯେଉଁ କମ୍ପାନୀ ଗୁଡ଼ିକ ଗତ ତିନି ବର୍ଷ ମଧ୍ୟରେ ଅତି କମରେ ୪.୫ କୋଟି ମୂଲ୍ୟର ସମାନ ଉତ୍ପାଦ ଯୋଗାଣରେ ଅଭିଜ୍ଞତା ରହିଛି କେବଳ ସେହି କମ୍ପାନୀଗୁଡ଼ିକ ଟେଣ୍ଡରରେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ହେବେ।