ନୂଆଦିଲ୍ଲୀ, ୦୬/୦୮: ବର୍ଷା ହେଲେ ବିଜୁଳି କାହିଁକି ମାରେ ? ଆକାଶରେ କିପରି ସୃଷ୍ଟି ହୁଏ ଏହି କରେଣ୍ଟ ? ସବୁ ଲାଇଟିଂ କାହିଁକି ଭୂ-ପୃଷ୍ଠକୁ ଛୁଇଁ ପାରେନାହିଁ ? ଇଣ୍ଟ୍ରା କ୍ଲାଉଡ୍ ଲାଇଟିଂ ଫ୍ଲାସ୍ କ’ଣ ? ବର୍ଷା ଦିନେ ବା ପଶ୍ଚିମା ଝଡ଼ ବେଳେ ଏଭଳି କିଛି ପ୍ରଶ୍ନ ମନକୁ ଆସେ । ବିଶେଷ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜିଜ୍ଞାସା ଅଧିକ ଥାଏ । ବିଜ୍ଞାନକୁ ବୁଝିବାକୁ ଗଲେ ବର୍ଷା କିମ୍ବା ଝଡ଼ ବେଳେ ଆକାଶରେ ଯେଉଁ ଆଲୋକ ଦେଖାଯାଏ ତାହା ହିଁ ବିଜୁଳି ।
ବାଦଲ ଭିତରେ ପ୍ରବଳ ମେଘ ବା ତୁଷାର କଣିକା ସୃଷ୍ଟି ହୋଇଥାଏ । ତୁଷାର କଣିକା ମଧ୍ୟରେ ଘର୍ଷଣ ହେଲେ ଉପରି ଭାଗରେ ପଜେଟିଭ୍ ଏବଂ ତଳ ଭାଗରେ ନେଗେଟିଭ୍ ଚାର୍ଜ ଉତ୍ପନ୍ନ ହୋଇଥାଏ । ଉଭୟ ଇଲୋକ୍ଟ୍ରନ ଏବଂ ନ୍ୟୁଟ୍ରନ୍ ପରସ୍ପର ପ୍ରତି ଆକର୍ଷିତ ହୋଇଥାନ୍ତି । ଏହି ପ୍ରକ୍ରିୟାରେ ବର୍ଷା ବେଳେ ଆକାଶରେ ବିଜୁଳି ମାରିଥାଏ । ଅଧିକାଂଶ ବଜ୍ରପାତ ପ୍ରାୟତଃ ବାଦଲ ଭିତରେ ସୀମିତ ହୋଇ ରହିଥାଏ । ଅନ୍ତଃ ମେଘ ବା ଇଣ୍ଟ୍ରା କ୍ଲାଉଡ୍ ଲାଇଟିଂ ଫ୍ଲାସ୍ କୁହାଯାଏ । ପଜେଟିଭ୍ ଏବଂ ନେଗେଟିଭ୍ ଚାର୍ଜ ମଧ୍ୟରେ ଘର୍ଷଣ ହେଲେ ଏଥିରେ ଚମକ୍ ବା ଆଲୋକ ଦେଖିବାକୁ ମିଳିଥାଏ । ହେଲେ ଏହା ବିଶେଷ କରି ବାଦଲ ଭିତରେ ରହିଯାଇଥାଏ ।
ବେଳେବେଳେ ବାୟୁରେ ମଧ୍ୟ ଚମକପ୍ରଦ ବାଦଲ ଦେଖିବାକୁ ମିଳିଥାଏ । ଏହାକୁ କ୍ଲାଉଡ୍-ଟୁ-ଏୟାର ବା ବିଜୁଳି ମାରିଲା ବୋଲି କହିଥାଉ । ଏହାଛଡ଼ା ବାଦଲରେ ଭିତରେ ଚାଦର ଭଳି ରହିଯାଉଥିବା ବିଜୁଳିକୁ ସିଟ୍ ଲାଇଟିଂ କୁହାଯାଏ । ମେଘୁଆ ପାଗରେ ଏହା ଦେଖିବାକୁ ଭାରି ଆକର୍ଷଣୀୟ, ମାତ୍ର ବିପଦ ଜନକ । ଭାରତରେ ମୌସୁମୀ ବେଳେ ବିଶେଷ କରି ଉତ୍ତର ଭାରତ, ପୂର୍ବତର ଏବଂ ପଶ୍ଚିମଘାଟରେ ଏଭଳି ବିଜୁଳି ମାରିବାର ଦେଖିବାକୁ ମିଳିଥାଏ।
ବର୍ଷା ବା ଝଡ଼ ତୋଫାନ ବେଳେ ‘କ୍ଲାଉଡ୍ ଟୁ ଗ୍ରାଉଣ୍ଡ୍’ ଦେଖିବାକୁ ମିଳିଥାଏ । ଏହି ବିଜୁଳି ବା ଲାଇଟିଂ ଭୂ-ପୃଷ୍ଠରେ ପଡ଼ିଥାଏ ଏବଂ ତାଣ୍ଡବ ରଚିଥାଏ । ସାଧାରଣତଃ ଖୋଲା ସ୍ଥାନ, ଶୁଖିଲା ଗଛକୁ ମାରିଥାଏ । ଏହାର ପ୍ରଖର କରେଣ୍ଟ ସ୍ରୋତରେ ସବୁ କିଛି ଜଳିଯାଇଥାଏ । ତେଣୁ ଏହି ପ୍ରକାଶ ବିଜୁଳ ସବୁଠାରୁ ବିପଦଜନକ ବୋଲି ପାଣିପାଗ ବିଶେଷଜ୍ଞ କହିଥାନ୍ତି । ଭାରତୀୟ ପାଣିପାଗ ବିଭାଗର ତଥ୍ୟ କହୁଛି ୨୦୨୩ରେ ବିଜୁଳି ମାରିବା ଯୋଗୁ ଦୁଇ ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି ୨୦୨୪ ମସିହାରେ ୫୯୭ ଲୋକଙ୍କ ବଜ୍ରପାତରେ ପ୍ରାଣ ହରାଇଛନ୍ତି । ୨୦୨୫ରେ ବର୍ତ୍ତମାନ ସୁଦ୍ଧା ବିଜୁଳି ମାରିବା ଯୋଗୁଁ ଦେଶରେ ୧୬୨ ଜଣଙ୍କ ମୃତ୍ୟୁ ହୋଇଛି।