ପ୍ରମୂଖ ଖବର
  • ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ହେଲେ ଶୋଭନା ମହାନ୍ତି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା
  • ||
  • ଜମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲିକଙ୍କ ଦେହାନ୍ତ, ଦିଲ୍ଲୀ ଆର୍ଏମ୍ଏଲ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ
  • ||
  • ଯାଜପୁର: ଜବାବ ଦେଇ ଜବାବ ରଖିଲେ ଯାତ୍ରା କଳାକାର; ପାର୍ଟି ମାଲିକଙ୍କୁ ଫେରାଇଲେ ଅଗ୍ରୀମ ଟଙ୍କା
  • ||
  • କାମ କରିନପାରିଲେ ବିଦା ହେବେ ଅପାରଗ : ସବୁ ବିଭାଗକୁ ମୁଖ୍ୟ ଶାସନ ସଚିବଙ୍କ ଚିଠି, ୭ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ
  • ||
  • ଦିଲ୍ଲୀ ଯିବେ ମୋହନ-ମନମୋହନ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଆସିପାରେ ବଡ଼ ଖବର
  • ||
  • ନୂଆଦିଲ୍ଲୀ : ୪୦ ଦିନିଆ ପାରୋଲରେ ବାବା ରାମ ରହିମ୍, ଅଗଷ୍ଟ ୧୫ରେ ପାଳିବେ ଜନ୍ମଦିନ
  • ||
  • ଖଲ୍ଲିକୋଟ :ମାଟିଆ ସାହି ଛକ ନିକଟରେ ୨ ଯୁବକଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମ୍‌କେସିଜିରେ ଭର୍ତ୍ତି
  • ||
  • ବଳପୂର୍ବକ କ୍ଷମତା କବଜା ଅଭିଯୋଗରେ ବ୍ରାଜିଲ୍ ପୂର୍ବତନ ରାଷ୍ଟ୍ରପତି ବୋଲୋସୋନାରୋ ଗୃହବନ୍ଦୀ
  • ||
  • କଟକ: ବିଳମ୍ବିତ ରାତିରେ କଟକ ନୂଆ ବଜାରରେ ଗୁଳିମାଡ଼, ଯୁବକ ଗୁରୁତର
  • ||
  • ୧୩ରେ ଘୂର୍ଣ୍ଣିବଳୟ, ୧୪ରୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଅନୁମାନ: ରାଜ୍ୟରେ ଏବେ ମୌସୁମୀ ନିଷ୍କ୍ରିୟ
  • ||

'ଅପରେସନ୍ ସିନ୍ଦୂର' ବାବଦରେ ବିତର୍କ ଦାବି ବିରୋଧୀଙ୍କ ବଡ଼ ଭୁଲ୍'; ଏନ୍‌ଡିଏ ସଂସଦୀୟ ଦଳର ବୈଠକ ବର୍ଷିଲେ ପ୍ରଧାନମନ୍ତ୍ରୀ

Published By : Ankita S | August 5, 2025 12:43 PM

ନୂଆଦିଲ୍ଲୀ,୦୫/୦୮: ସଂସଦ ଭବନରେ ଆଜି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇଛି । ସଂସଦ ଭବନର ଅଡିଟୋରିୟମରେ ଆୟୋଜିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହା  ସହିତ 'ଅପରେସନ୍ ସିନ୍ଦୂର' ଓ 'ଅପରେସନ୍ ମହାଦେବ'ର ସଫଳତାକୁ ନେଇ ପସ୍ତାବ ପାରିତ ହୋଇଛି । ବୈଠକରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ।  'ଅପରେସନ୍ ସିନ୍ଦୂର' ବାବଦରେ ବତର୍କ ଦାବି କରି ବିରୋଧୀ ବଡ଼ ଭୁଲ କରିଛନ୍ତି । ବିରୋଧୀ ଏପରି ବିତର୍କ ସବୁଦିନ କରୁ ମୁଁ ପ୍ରସ୍ତୁତ । ସେମାନେ ଅନୁତାପ କରୁଥିବେ କହି ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ।

ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ,''କଂଗ୍ରେସ ଜମ୍ମୁ-କାଶ୍ମୀରରେ ସମ୍ବିଧାନ ଲାଗୁ କରିବାକୁ ଚାହୁଁନଥିଲା, କିନ୍ତୁ ଏନଡିଏ ସରକାର ୩୭୦ ହଟାଇ ସେଠାରେ ସମ୍ବିଧାନକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବା ପାଇଁ କାମ କରିଛି। ବିରୋଧୀ ଦଳ ବିହାର ଏସଆଇଆର ଭଳି ପ୍ରସଙ୍ଗରେ ଦେଶକୁ ଭ୍ରମିତ କରୁଛନ୍ତି, କିନ୍ତୁ ଜନସାଧାରଣ ସବୁକିଛି ଦେଖୁଛନ୍ତି। ଏହି ପ୍ରସଙ୍ଗରେ ଆଲୋଚନାର ଦାବି ଅବୈଧ ।''

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏନଡିଏ ସରକାର ସଂସଦରେ ଅପରେସନ ସିନ୍ଦୁରର ସଫଳତାକୁ ପ୍ରଭାବଶାଳୀ ଭାବରେ ଉପସ୍ଥାପନ କରିଥିଲେ, ଏବଂ ବିରୋଧୀଙ୍କ ରଣନୀତି ଓଲଟା ପଡ଼ିଥିଲା । 'ଅପରେସନ୍ ସିନ୍ଦୂର' ବାବଦରେ ବିତର୍କ ଦାବି ବିରୋଧୀଙ୍କ ବଡ଼ ଭୁଲ୍ । ସେମାନେ ଅନୁତାପ କରୁଥିବେ । ସେମାନେ ଏପରି ବିତର୍କ ସବୁଦିନ କରନ୍ତୁ ମୁଁ ପ୍ରସ୍ତୁତ । ଏପରି ବିରୋଧୀ ଦଳ କେଉଁଠାରୁ ପାଇବେ ଯିଏ ନିଜ ଗୋଡ଼କୁ ପଥର ମାରୁଛି ।"

ରାହୁଲ ଗାନ୍ଧୀଙ୍କ ଉପରେ ସୁପ୍ରିମକୋର୍ଟଙ୍କ ସାମ୍ପ୍ରତିକ ଟିପ୍ପଣୀ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, "ଆମେ କ'ଣ କହିବୁ, ଯେତେବେଳେ ସୁପ୍ରିମକୋର୍ଟ ନିଜେ କହିଛନ୍ତି...ଗତକାଲି ସୁପ୍ରିମକୋର୍ଟ ଦେଇଥିବା ଭର୍ତ୍ସନା ଅପେକ୍ଷା ବଡ଼ ଭର୍ତ୍ସନା ଆଉ କିଛି ହୋଇପାରେ ନାହିଁ । 'ଆ ବଳଦ, ମୋତେ ମାର' ଭଳି ପରିସ୍ଥିତି ।" ସେ ବିରୋଧୀ ଦଳକୁ ଚ୍ୟାଲେଞ୍ଜ କରି କହିଥିଲେ, "ଏପରି ବିତର୍କ ପ୍ରତିଦିନ ଆୟୋଜନ କରାଯିବା ଉଚିତ । ଏହା ମୋର ଫିଲ୍ଡ. । ଏହି ଫିଲ୍ଡରେ ଭଗବାନ ମୋ ସହିତ ଅଛନ୍ତି। " ସେ ପୁନରାବୃତ୍ତି କରିଥିଲେ ଯେ ବିରୋଧୀ ଦଳ ବିତର୍କ ଦାବି କରି ନିଜକୁ ପଥରରେ ଠେଲି ଦେଇଛି । ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ଗତକାଲି ସୁପ୍ରିମକୋର୍ଟ ଦେଇଥିବା ଭର୍ତ୍ସନା ଅପେକ୍ଷା ବଡ଼ ଭର୍ତ୍ସନା ଆଉ କିଛି ହୋଇପାରେ ନାହିଁ। "

ଏନ୍‌ଡିଏ ସଂସଦୀୟ ଦଳର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରତିରକ୍ଷାମନ୍ତ୍ରୀ, ଜେପି ନଡ୍ଡା,ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ ଟପ୍ ନେତା ସାମିଲ ହୋଇଥିଲେ । ବୈଠକରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ଏନଡିଏ ସାଂସଦମାନେ 'ହର ହର ମହାଦେବ' ଏବଂ 'ଭାରତ ମାତା କି ଜୟ' ସ୍ଲୋଗାନ ଦେଇ ସ୍ୱାଗତ କରିଥିଲେ । ଏହା ସହ 'ଅପରେସନ ସିନ୍ଦୂର'ର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ପୁଷ୍ପମାଳ ପକାଇ ମୋଦିଙ୍କୁ ସମ୍ମାନିତ କରିଥିଲେ ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.