ପ୍ରମୂଖ ଖବର
  • EPIC ନମ୍ବର ବିବାଦ: ତେଜସ୍ୱୀ ଯାଦବଙ୍କୁ ପୁଣି ଭୋଟର କାର୍ଡ ଦାଖଲ କରିବାକୁ କହିଲେ ନିର୍ବାଚନ କମିଶନ୍
  • ||
  • ଗଲଓ୍ବାନ ସଂଘର୍ଷ ପରେ ପ୍ରଥମ ଥର ଚୀନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଏସସିଓ ସମ୍ମିଳନୀରେ ହେବେ ସାମିଲ
  • ||
  • ପଟ୍ଟାମୁଣ୍ଡାଇ: ଘରେ ଭିତରେ ଜିଅନ୍ତା ଜଳିଗଲେ ଯୁବତୀ, ପ୍ରେମିକ ବ୍ଲାକମେଲ୍ କରୁଥିବା ଅଭିଯୋଗ
  • ||
  • କେନ୍ଦୁଝର: ୩୦୦୦ ଟଙ୍କା ଲାଞ୍ଚ ନେବା ଆସିଷ୍ଟାଣ୍ଟ ରେକର୍ଡ କିପର୍ ହାଡିବନ୍ଧୁ ବେହେରାଙ୍କୁ ବେଳେ ମାଡ଼ି ବସିଲା ଭିଜିଲାନ୍ସ; ୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ
  • ||
  • ବିଶ୍ଵ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ମହିଳାଙ୍କ ପାଇଁ ବଡ଼ ଘୋଷଣା : ସବୁଠି ଖୋଲିବ ବ୍ରେଷ୍ଟ ଫିଡିଂ ସେଣ୍ଟର୍
  • ||
  • ଭୁବନେଶ୍ଵର : ଖୁବଶୀଘ୍ର ୧୬୩୫ଟି ନୂଆ ରାଜସ୍ଵ ଗାଁର ସୀମା ପରିବର୍ତ୍ତନ, ରାଜସ୍ବ ବିଭାଗ ପକ୍ଷରୁ SOP ଜାରି
  • ||
  • ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ଟି ସ୍ଥାନରେ ଚଢାଉ
  • ||
  • ରୋପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI, ୫.୫ ପ୍ରତିଶତରେ ସ୍ଥିର ସୁଧ ହାର
  • ||
  • ଖାଦ୍ୟ ପାର୍ସଲ ଦେବାକୁ କହି ମହିଳାଙ୍କୁ ଡାକିଲେ, ଆସିବାରୁ ହତ୍ୟା ଧମକ ଡେଲିଭରି ବୟ
  • ||
  • ଓଟିଇଟି ପ୍ରଶ୍ନ ଲିକ୍‌ କେଳେଙ୍କାରୀ: ମହିଳା ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କୁ ମାରାଥନ୍ ଜେରା, ଏବେ କ୍ରାଇମ୍‌ବ୍ରାଞ୍ଚ୍‌ ସ୍କାନର୍‌ରେ ସଭାପତି
  • ||
  • ତେଲକୋଇ : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ
  • ||
  • ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା, ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ, ଝାଡ଼ସୁଗୁଡ଼ା ଏଡିଜେଏ କୋର୍ଟରେ ହେବ ଶୁଣାଣି
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା; ଉପସଭାପତି ନିହାର ମହାନ୍ତି ସସ୍‌ପେଣ୍ଡ୍, ଏବେ କ୍ରାଇମ୍‌ବ୍ରାଞ୍ଚ ସ୍କାନ୍‌ରେ ସଭାପତି
  • ||
  • ବୁଧବାର ଏବଂ ଗୁରୁବାର ପ୍ରବଳ ବର୍ଷା ସମ୍ଭାବନା, ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||

EPIC ନମ୍ବର ବିବାଦ: ତେଜସ୍ୱୀ ଯାଦବଙ୍କୁ ଭୋଟର କାର୍ଡ ଦାଖଲ କରିବାକୁ ପୁଣି କହିଲେ ନିର୍ବାଚନ କମିଶନ୍‌

Published By : Tapas Panda | August 6, 2025 11:01 PM

Image Courtesy: tv9hindi

ପାଟନା: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ୱୀ ଯାଦବ ଦୁଇ ଦୁଇଟି EPIC ନମ୍ବର ବିବାଦରେ ଫସିଛନ୍ତି ।  ନିର୍ବାଚନ କମିଶନ ପୁଣି ଥରେ ତାଙ୍କୁ ତାଙ୍କର ଭୋଟର ପରିଚୟ ପତ୍ରର ବିବରଣୀ ମାଗିଛନ୍ତି। କମିଶନ ତେଜସ୍ୱୀଙ୍କୁ ୮ ଅଗଷ୍ଟ ୨୦୨୫ ସୁଦ୍ଧା ତାଙ୍କର ଭୋଟର ପରିଚୟ ପତ୍ର ଦାଖଲ କରିବାକୁ କହିଛନ୍ତି । ତେଜସ୍ୱୀ ତଦନ୍ତରେ ସହଯୋଗ ନକରିବାରୁ କମିଶନ ଏହି ପଦକ୍ଷେପ ନେଇଛନ୍ତି । ପୂର୍ବରୁ ମଧ୍ୟ କମିଶନ ତାଙ୍କଠାରୁ ଭୋଟର କାର୍ଡ ବିଷୟରେ ସୂଚନା ମାଗିଥିଲେ । କିନ୍ତୁ ଆରଜେଡି ନେତା କୌଣସି ଉତ୍ତର ଦେଇ ନଥିଲେ। 

ଏବେ ନିର୍ବାଚନ କମିଶନ ପୁଣି ଥରେ ତାଙ୍କୁ ତାଙ୍କର ଭୋଟର ପରିଚୟ ପତ୍ର ଦାଖଲ କରିବାକୁ କହିଛନ୍ତି। ତେଜସ୍ୱୀ ଯାଦବ ଅଗଷ୍ଟ ୨ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲେ ଯେ, ବିହାରରେ ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (SIR) ଅନୁଯାୟୀ ଜାରି ହୋଇଥିବା ଡ୍ରାଫ୍ଟ ଭୋଟର ତାଲିକାରେ ତାଙ୍କ ନାମ ନଥିଲା। ସେ ତାଙ୍କ ମୋବାଇଲ୍ ଫୋନ୍‌କୁ ସ୍କ୍ରିନ୍‌ ସହିତ ସଂଯୋଗ କରି ଅନଲାଇନରେ EPIC ନମ୍ବର ଖୋଜିବାକୁ ଚେଷ୍ଟା କରିଥିଲେ । ଏହା ପରେ ସେ ଅଭିଯୋଗ କରିଥିଲେ ଯେ, ତାଙ୍କର EPIC ନମ୍ବର ପରିବର୍ତ୍ତନ କରାଯାଇଛି । ନିର୍ବାଚନ କମିଶନ ତାଙ୍କ ଦାବିକୁ ପ୍ରତ୍ୟାଖାନ କରିଥିଲେ । 

ପାଟନା ସଦରର ସବ-ଡିଭିଜନାଲ୍ ମାଜିଷ୍ଟ୍ରେଟ୍ ଏବଂ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତେଜସ୍ୱୀଙ୍କୁ ଏକ ଚିଠି ଲେଖି କହିଥିଲେ, ‘ଆମର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଆପଣ ଉଲ୍ଲେଖ କରିଥିବା EPIC ନମ୍ବର ସରକାରୀ ଭାବରେ ଜାରି କରାଯାଇ ନଥିଲା। ତେଣୁ, ବିସ୍ତୃତ ତଦନ୍ତ ପାଇଁ ଆପଣଙ୍କୁ ‌ଭୋଟର କାର୍ଡର ମୂଳ କପି ଦାଖଲ କରିବାକୁ ଅନୁରୋଧ କରାଯାଉଛି।’ ପାଟନା ଜିଲ୍ଲା ମାଜିଷ୍ଟ୍ରେଟ୍ ତ୍ୟାଗରାଜ ଏସ୍.ଏମ୍. ତେଜସ୍ୱୀଙ୍କ ଦାବିକୁ ଖଣ୍ଡନ କରି କହିଛନ୍ତି ଯେ, ଭୋଟର ତାଲିକାରେ ତାଙ୍କର EPIC ନମ୍ବର ୨୦୨୦ ବିଧାନସଭା ନିର୍ବାଚନ ଶପଥ ପତ୍ରରେ ଦେଇଥିବା ନମ୍ବର ସହିତ ସମାନ । ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ତେଜସ୍ୱୀଙ୍କ ପାଖରେ ଅନ୍ୟ କୌଣସି EPIC ନମ୍ବର ଅଛି, ତେବେ ଏହା ତଦନ୍ତର ବିଷୟ । ଜଣେ ବ୍ୟକ୍ତିଙ୍କ ପାଇଁ ୨ଟି ଭୋଟର ପରିଚୟପତ୍ର ରଖିବା ବେଆଇନ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.