କୋରେଇ,୨୦/୦୫; ଧରା ପଡ଼ିଲା ଜାଲିଆତି ଡ୍ରାଇଭର । ନିଜେ ଲୁଟ୍ କରିଥିଲା ୨ଲକ୍ଷ ୮୦ ହଜାର ଟଙ୍କା । ଅଭିଯୁକ୍ତକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଅଭିଯୁକ୍ତ ହେଲେ ଯାଜପୁର ସଦର ଥାନା ଜମଧର ଗାଁର କରୁଣାକର ରାଉତଙ୍କ ପୁଅ ପ୍ରଦୀପ୍ତ କିଶୋର ରାଉତ ।
ପ୍ରଦୀପ୍ତ ପେସାରେ ଜଣେ ଡ୍ରାଇଭର ଏବଂ କୁଆଖିଆ ବଜାରର ଏକ ପରିବା ଗୋଦାମ ଗାଡ଼ି ଚଳାନ୍ତି । ମେ’ ୨୨ ତାରିଖରେ ମାଲିକଙ୍କ କାର୍ ନେଇ କେନ୍ଦୁଝର ଟଙ୍କା ଆଦାୟ କରିବାକୁ ଯାଇଥିଲା l ସେଠାରୁ ୨ଲକ୍ଷ ୮୦ ହଜାର ଟଙ୍କା ଧରି ଫେରୁଥିଲା । ଏହି ସମୟରେ କୋରେଇ ଥାନା ପାଟୁଳି ଛକ ନିକଟରେ କାର୍ ରଖି ମାଲିକକୁ ଫୋନ୍ କରି ଟଙ୍କା ଲୁଟ୍ ହୋଇଯାଇଛି ବୋଲି କହିଥିଲେ । ପରେ ମାଲିକ୍ କୋରେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତରୁ ଜଣାପଡ଼ିଥିଲା ଯେ, ଲୁଟ୍ର ମୁଖ୍ୟ କାର୍ପଟଦାର ନିଜେ ଡ୍ରାଇଭର । ଟଙ୍କା ନେଇଯାଇ ଚୋରିର ଅଭିନୟ କରିଥିଲା । ପୁଲିସ ଡ୍ରାଇଭରକୁ ଗିରଫ କରି ତା’ ଠାରୁ ଟଙ୍କା ଜବତ କରିଛି ।