PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେବି କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
  • ||
  • ୨୦୨୨-୨୩ ବଜେଟ୍‌ : ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ର ପାଇଁ ୨୭,୩୨୪କୋଟି ଟଙ୍କା ଆବଣ୍ଟନ
  • ||
  • ଉଦୟପୁର ହତ୍ୟାକାଣ୍ଡ ଘଟଣା : କୋର୍ଟ ୪ ଅଭିଯୁକ୍ତଙ୍କୁ ୧୦ଦିନର NIA ରିମାଣ୍ଡରେ ପଠାଇଲେ
  • ||
  • ଭୁବନେଶ୍ବର ପରେ କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
  • ||
  • ପୁରୀ : ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ୨୦ରୁ ଅଧିକ ଚୁଲି ଭାଙ୍ଗି ଥିବା ସୂଚନା
  • ||
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ପୌରପାଳିକାର ବାହାସ୍ଫୋଟ; ‘ହେଲ୍‌ଥ ଏଟିଏମ୍‌’, ‘ଖାଓ ଗଳି’ ଧୂଆଁବାଣ

ଅନୁଗୁଳ,୨୫/୫ : ହେଲ୍‌ଥ କରିଡର୍‌ରେ ଲାଗିବ ‘ହେଲ୍‌ଥ ଏଟିଏମ୍‌’ । ଏହି ମେସିନ୍‌ ଗୋଟିଏ କି ଦୁଇଟି ନୁହଁ, ୩୫ଟି ରୋଗର ପରୀକ୍ଷା କରିବ । କେବଳ ସ୍ୱାସ୍ଥ୍ୟ ପରୀକ୍ଷା କରିବନି, କେଇ ମୁହୂର୍ତ୍ତରେ ହାତ ପାଆନ୍ତାରେ ବଢ଼ାଇ ଦେବ ସ୍ୱାସ୍ଥ୍ୟ ପରୀକ୍ଷାର ରିପୋର୍ଟ । ହେଲ୍‌ଥ କରିଡର ଅନ୍ତର୍ଭୁକ୍ତ ହେଲ୍‌ଥ ଏଟିଏମ୍‌କୁ ନେଇ ଏଭଳି ରଙ୍ଗୀନ୍‌ ସ୍ୱପ୍ନ ଦେଖାଇଥିଲା ଅନୁଗୁଳ ପୌରପାଳିକା । ହେଲେ ହେଲ୍‌ଥ କରିଡର ଉଦ୍‌ଘାଟନକୁ ଇତିମଧ୍ୟରେ ୬ ମାସ ପୂରିଲାଣି, ଅଥଚ ହେଲଥ୍‌ ଏଟିଏମ୍‌ର ନାଁ’ ଗନ୍ଧ ନାହିଁ । ପ୍ରାୟ ୧୦ ଲକ୍ଷ ଟଙ୍କାରେ ପୌରପାଳିକା ଏହି ମେସିନ୍‌ କିଣିଥିବା ବେଳେ ସତ କହିବାକୁ ଗଲେ, ଏହାର କାର୍ଯ୍ୟକ୍ଷମ ନେଇ କର୍ତ୍ତୃପକ୍ଷ ଏକ ପ୍ରକାର ଭୁଲି ଯାଇଛନ୍ତି ।

ବର୍ତ୍ତମାନ ଫିଟନେସ୍‌ ମନ୍ତ୍ର ସଭିଁଙ୍କୁ ଘାରିଥିବା ବେଳେ ବ୍ୟାୟାମ ପ୍ରତି ଅନୁଗୁଳ ସହରର ଯୁବପିଢି ମଧ୍ୟରେ ଆଗ୍ରହ ବଢ଼ିଛି । ଏଥିରୁ ବୟସ୍କ ଓ ମହିଳା ମଧ୍ୟ ବାଦ୍‌ ପଡ଼ିନାହାନ୍ତି । ଅନୁଗୁଳବାସୀଙ୍କୁ ଫିଟନେସ୍‌ ରଖିବା ସହ ସହରର ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ପୌରପାଳିକା ହେଲ୍‌ଥ କରିଡର୍‌ ନିର୍ମାଣ କରିଛି । ଥାନା ଛକଠାରୁ ସର୍କିଟ୍‌ ହାଉସ୍‌, ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ, ବିଇଡି ଛକ, ଶୈଳଶ୍ରୀକ୍ଷେତ୍ର୍ର, ଅନୁଗୁଳ କୋର୍ଟ ସାମ୍ନା ରାସ୍ତା ଦେଇ ପୁନର୍ବାର ଥାନା ଛକ ପର୍ଯ୍ୟନ୍ତ ହେଲ୍‌ଥ କରିଡର୍‌ ନିର୍ମାଣ କରାଯାଇଛି । ଗୋଟିଏ ରାଉଣ୍ଡରେ ୨.୩୮ କିଲୋମିଟର ୱାକିଂ ପାଇଁ ପେଭର ବ୍ଲକ ପକାଇବା ସହ ଏହାର ସୌନ୍ଦର୍ଯ୍ୟକରଣ କରାଯାଇଛି । ପ୍ରାୟ ୮ କୋଟି ଟଙ୍କା ବ୍ୟୟରେ ପୌରପାଳିକା ଏହି ପ୍ରକଳ୍ପ ନିର୍ମାଣ କରିଥିବା ବେଳେ ଏଥିରେ ହେଲ୍‌ଥ ଏଟିଏମ୍‌, ଯୋଗ, ଖାଓଗଳି ଭଳି ନୂଆ ପରିକଳ୍ପନା ସାମିଲ୍‌ ଥିଲା । ମାତ୍ର ଦିନ ଗଡ଼ିବା ସହ ପୌରପାଳିକା ଏହି ସବୁ କାର୍ଯ୍ୟକ୍ଷମ କରିବାକୁ ଭୁଲି ଯାଇଛି । ହେଲ୍‌ଥ ଏଟିଏମ୍‌ ପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ଅତ୍ୟାଧୁନିକ ମେସିନ୍‌କୁ ଜିଲ୍ଲା କଳାକେନ୍ଦ୍ରଠାରେ ସ୍ଥାପନ କରାଯାଇଥିଲେ କାର୍ଯ୍ୟକ୍ଷମ କରାଯିବା ନେଇ କାହିଁକି କୁନ୍ଥକୁନ୍ଥ ବୁଝାପଡ଼ୁନାହିଁ ।

ସେପଟେ ହେଲ୍‌ଥ କରିଡରର ଅନ୍ୟ ଏକ ଅଂଶ ହେଲା ‘ଖାଓ ଗଳି’ । ଅନୁଗୁଳରେ ଫାଷ୍ଟଫୁଡ୍‌ ଖାଇବା ପାଇଁ ସେମିତି ନିର୍ଦ୍ଦିଷ୍ଟ ସ୍ଥାନ ନଥିବା ବେଳେ ନାରଣସାଗର ସାମ୍ନା ରାସ୍ତାରେ ଖାଓ ଗଳି ସ୍ଥାପନ କରିବାକୁ ପୌରପାଳିକା ନିଷ୍ପତ୍ତି ନେଇଥିଲା । ଏହି ନିଷ୍ପତ୍ତି କିନ୍ତୁ କେବଳ କାଗଜକଲମରେ ସୀମିତ ରହିଛି । ଖାଓଗଳି ଅନୁସାରେ ସଞ୍ଜ ନଇଁବା କ୍ଷଣି ବିଭିନ୍ନ ଖାଦ୍ୟର ପସରା ନେଇ ଦୋକାନୀ ନାରଣ ସାଗର ସାମ୍ନାରେ ପହଞ୍ଚିଥାନ୍ତେ ।  ନିଜ ମନ ପସନ୍ଦର ଖଦ୍ୟ ଖାଇବା ପାଇଁ ସହରବାସୀ ଏକାଠି ହୋଇଥାନ୍ତେ । ଏହି ଠେଲାଗୁଡିକ ବେପାର ସାରି ରାତିରେ ପୁଣି ଘରକୁ ଫେରିଥାନ୍ତେ । ଏହାଦ୍ୱାରା ଗୋଟିଏ ସ୍ଥାନରେ ଚଟ୍‌ପଟା ଖାଦ୍ୟ ଉପଲବ୍ଧ ହେବା ସହିତ ସହରର ଜନଗହଳିପୂର୍ଣ୍ଣମାନଙ୍କରେ ଏହି ‘ଠେଲା’ ବେପାର ଯୋଗୁଁ ଟ୍ରାଫିକ୍‌ ସମସ୍ୟା ଉପୁଜିନଥାନ୍ତା ।  ହେଲେ ଖାଓଗଳି ଏବେ ସ୍ୱପ୍ନ ପାଲଟିଛି । ହେଲ୍‌ଥ କରିଡରକୁ ନେଇ ପୌରପାଳିକା ଦେଖାଇଥିବା ସ୍ୱପ୍ନ କେବେ ସାକାର ରୂପ ନେବ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ସଂକ୍ରାନ୍ତରେ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କ ସହ ଯୋଗାଯୋଗ ଉଦ୍ୟମ ହୋଇଥିଲେ ହେଁ ସମ୍ଭବ ହୋଇପାରିନାହିଁ ।