PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ସିଏମ୍ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ କଣ ରହିଛି ବିଜେପିର ପ୍ଲାନ୍? ଫଡନବୀସ-ସିନ୍ଦେ ମେଣ୍ଟ ସରକାର ଗଠନ ନେଇ ଜୋରଦାର ଚର୍ଚ୍ଚା
  • ||
  • ‘ଦେଶରୁ କଂଗ୍ରେସ ମୂଳପୋଛ ହୋଇଯିବା ଉଚିତ, ଖାସ୍‌ ସେହି ଦଳ ପାଇଁ ଦୁଇଦୁଇ ଥର ପ୍ରଧାନମନ୍ତ୍ରୀ ହେଲେଣି ମୋଦି’: ଅସଦୁଦ୍ଦିନ ଓଓ୍ବେସୀ
  • ||
  • ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ମିଳିଲା ଅନ୍ତରୀଣ ଜାମିନ
  • ||
  • ଅଗଷ୍ଟ ୬ରେ ଉପରାଷ୍ଟ୍ରପତି ନିର୍ବାଚନ, ଜୁଲାଇ ୧୭ ନାମାଙ୍କନର ଶେଷ ତାରିଖ : ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି
  • ||
  • ଡାବୁଗାଁ ବ୍ଲକ ଅନ୍ତର୍ଗତ ଯବାଗୁଡ଼ା ଗ୍ରାମରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା
  • ||
  • ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ବାମୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ପୁଣି ବଢ଼ିଲା କରୋନା ମାମଲା, ୨୪ ଘଣ୍ଟାରେ ୧୬୧ କରୋନା ପଜିଟିଭ୍
  • ||
  • ନୟାଗଡ଼ : ଟ୍ରକ୍‌କୁ ପଛପଟୁ ପିଟିଲା କାର୍, ୮ ଆହତ
  • ||
  • କଟକ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ପାଟଣା : ଦୁଇ ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା, ଝିଅ ବାହାଘର ପାଇଁ ରଖିଥିଲେ ସୁନାଗହଣା
  • ||
  • ମାଲକାନଗିରି : ବିଜାପୁରରେ ମାଓ ହିଂସା, ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
  • ||

ଧୋନିଙ୍କ ବଡ଼ ଫ୍ୟାନ୍ ହେଉଛନ୍ତି ପାକିସ୍ତାନର ବଶିର ଚାଚା,୮ ବର୍ଷ ହେବ ମାହି ପଠାଉଛନ୍ତି ଟିକେଟ୍

ନୂଆଦିଲ୍ଳୀ,୧୫।୬: ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଓ କରାଚୀରେ ଜନ୍ମିତ ମହମ୍ମଦ ବଶିରଙ୍କ ଭିତରେ ସମ୍ପର୍କ ଭାରତ-ପାକିସ୍ତାନ ୨୦୧୧ ବିଶ୍ବକପ୍ ସେମିଫାଇନାଲ ସମୟରେ ଆରମ୍ଭ ହୋଇଥିଲା ଓ ସେବେଠାରୁ ଏହି ସମ୍ପର୍କ ମଜବୁତ ହେବାରେ ଲାଗିଛି। ଏହି ସମ୍ପର୍କ ଏବେ ଏତେ ସୁଦୃଢ ଯେ ବଶିରଙ୍କ ପାଖରେ ରବିବାର ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚର ଟିକେଟ୍ ନଥିଲେ ମଧ୍ୟ ସେ ଚିକାଗୋରୁ ମଞ୍ଚେଷ୍ଟର(ପ୍ରାୟ ୬୦୦୦ କିଲୋମିଟର) ପହଁଞ୍ଚି ସାରିଛନ୍ତି। ସେ ଜାଣିଛନ୍ତି ଯେ, ଧୋନି ସୁନିଶ୍ଚିତ କରିବେ ସେ ଓଲ୍ଡ ଟ୍ରେଫର୍ଡରେ ମ୍ୟାଚ୍ ଦେଖିପାରିବେ।

ଏହି ୬୩ ବର୍ଷୀୟ ପ୍ରଶଂସକଙ୍କର ଚିକାଗୋରେ ଏକ ରେସ୍ତୋଁରା ରହିଛି ଓ ତାଙ୍କ ପାଖରେ ଆମେରିକାର ପାସପୋର୍ଟ ମଧ୍ୟ ରହିଛି। ଏନେଇ ବଶିର କହିଛନ୍ତି ମୁଁ ଗତକାଲିଠାରୁ ମଞ୍ଚେଷ୍ଟର ଆସିଯାଇଛି ଓ ମୁଁ ଦେଖିଛି ଲୋକମାନେ ଏଠି ଗୋଟେ ଟିକେଟ୍ ପାଇଁ ୮୦୦ ରୁ ୯୦୦ ପାଉଣ୍ଡ ଖର୍ଚ୍ଚ କରୁଛନ୍ତି। ଚିକାଗୋରୁ ଫେରିବାର ଟିକେଟର ଖର୍ଚ୍ଚ ମଧ୍ୟ ଏତେ ନଥିବ। ଧୋନିଙ୍କୁ ଧନ୍ୟବାଦ ଦେଉଛି କାରଣ ମୋତେ ମ୍ୟାଚ୍ ଟିକେଟ୍ ପାଇଁ ଏତେ କଷ୍ଟ କରିବାକୁ ପଡିନାହିଁ।

ଧୋନିଙ୍କ ସାଥୀ ଖେଳାଳି ସହିତ କେବେ କେବେ ସମ୍ପର୍କ ହୋଇପାରିନଥାଏ କିନ୍ତୁ ସେ କେବେ ବି ବଶିରଙ୍କୁ ନିରାଶ କରିନାହାନ୍ତି। ବଶିର କହିଛନ୍ତି ’ମୁ ତାଙ୍କୁ ଫୋନ୍ କରେନି କାରଣ ସେ ଖୁବ୍ ବ୍ୟସ୍ତ ରୁହନ୍ତି। ମୁଁ ତାଙ୍କୁ ମେସେଜ୍ ଯୋଗେ ସମ୍ପର୍କ କରିଥାଏ। ମୁଁ  ଏଠାକୁ ଆସିବା ପୂର୍ବରୁ ଧୋନି ମୋତେ ଟିକେଟ ପାଇଁ ଆଶ୍ବସ୍ଥ କରିଦେଇଛନ୍ତି। ସେ ଖୁବ୍ ଭଲ ବ୍ୟକ୍ତି। ସେ ମୋହାଲିରେ ୨୦୧୧ ମ୍ୟାଚ୍ ପରେ ମୋ ପାଇଁ ଯାହା କରିଛନ୍ତି, ମୋତେ ଲାଗୁନି ତାହା ବିଷୟରେ ଆଉ କେହି ମୋ ପାଇଁ ଭାବିପାରିବେ ନାହିଁ।

ସମ୍ବନ୍ଧିତ ଖବର