ମୁମ୍ବାଇ,୨୬।୩:ମୁମ୍ବାଇରୁ ସିଙ୍ଗାପୁର ଯାଉଥିବା ସିଙ୍ଗାପୁର ଏୟାରଲାଇନ୍ସର ବିମାନରେ ବମ୍ ଥିବା ନେଇ ସୂଚନା ମିଳିଥିଳା। ଏହି ଗୁଜବକୁ ନେଇ ଯାତ୍ରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଫଳରେ ବିମାନକୁ ଜରୁରୀ ଅବତରଣ କରିବାକୁ ପଡିଛି । ବିମାନରେ ଥିବା ସମସ୍ତ ୨୬୩ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ସୂଚନାଯୋଗ୍ୟ, ସିଙ୍ଗାପୁର ଏୟାରଲାଇନ୍ସର ଏସକ୍ୟୁ ବିମାନ-୪୨୩ ସ୍ଥାନୀୟ ସମୟ ଅନୁସାରେ ୧୧.୩୫ରେ ମୁମ୍ବାଇରୁ ଉଡାଣ ଭରିଥିଲା। ଉଡାଣ ଭରିବାର ମାତ୍ର କିଛି ସମୟ ପରେ ବିମାନରେ ବୋମା ରହିଥିବା ନେଇ ଏକ ଫୋନ କଲ୍ ଆସିଥିଲା । ସୂଚନା ମିଳିବା ପରେ ପାଇଲଟ୍ ବିମାନକୁ ସୁରକ୍ଷିତ ଭାବରେ ଅର୍ନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଅବତରଣ କରିଥିଲେ । ଏହି ବିମାନରେ ୨୬୩ ଜଣ ଯାତ୍ରୀ ଥିଲେ। କିନ୍ତୁ ବିମାନ ବନ୍ଦରର ଅଧିକାରୀମାନେ ଯାଞ୍ଚ କରିବା ପରେ ଏହି ସୂଚନା ଗୁଜବ ବୋଲି ଜଣାପଡିଥିଲା।

ଏକଜିଟ୍ ପୋଲ୍ ପରେ ଏବେ ଏକଜାଟ୍ ରେଜଲ୍ଟ ଉପରେ ନଜର,...