ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ବର୍ଷା ଯୋଗୁ ଭୁଶୁଡ଼ିଲା ଖେଳପଡିଆ ଦର୍ଶକ ଗ୍ୟାଲେରୀ, ୭ ଦିନ ତଳେ ହୋଇଥିଲା ଉଦଘାଟନ

କଟକ,୦୨/୦୪ : ବାଙ୍କୀରେ ଭୁଶୁଡିଲା ଖେଳପଡିଆ ଦର୍ଶକ ଗ୍ୟାଲେରୀ । ୭ ଦିନ ତଳେ ଉଦଘାଟନ କରିଥିଲେ ମନ୍ତ୍ରୀ। ଲୋକାର୍ପଣ ହେବାର ସପ୍ତାହକ ପରେ ଭୁଶୁଡ଼ି ପଡ଼ିଛି ଦର୍ଶକ ଗ୍ୟାଲେରୀ । ଏଭଳି ଏକ ଦୁର୍ଭଗ୍ୟଜନକ ତଥା ଲଜ୍ଜାଜନକ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କି ଅଞ୍ଚଳରେ । ବାଙ୍କି ମହାବିଦ୍ୟାଳୟର ଖେଳ ପଡ଼ିଆରେ ଦର୍ଶକଙ୍କ ପାଇଁ ନୂଆ କରି ତିଆରି ହୋଇଥିଲା ଗ୍ୟାଲେରୀ ।

ଶନିବାର ଭୋର ସମୟରେ ଅସାରାଏ ବର୍ଷା ହୋଇଥିଲା । ଆଉ ଏହି ବର୍ଷା ଯୋଗୁ ଏହା ଭୁଶୁଡି ପଡିଛି । ବାଙ୍କୀ ପୂର୍ତ୍ତ ବିଭାଗ ଜରିଆରେ ଠିକାଦାର ଏହାର ନିର୍ମାଣ କାର୍ଯ୍ୟ କରିଥିଲେ। ଗତ ୨୩ ତାରିଖରେ ସାଧାରଣଲୋକ ତଥା ଛାତ୍ରଛାତ୍ରୀଙ୍କ ପାଇଁ ଏହାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ଲୋକାର୍ପଣ କରିଥିଲେ। ନିମ୍ନମାନର କାର୍ଯ୍ୟ ଯୋଗୁ ଏଭଳି ସ୍ଥିତି ଉପୁଜିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ତେବେ ଏଭଳି ଘଟଣା ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଗ୍ୟାଲେରୀ ଭୁଶୁଡ଼ିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ଚାପା ଉତ୍ତେଜନା ଦେଖଯାଇଛି । କିଛି ଲୋକ କଣ୍ଟ୍ରାକ୍ଟରଙ୍କୁ ଦାୟୀ କରିବା ସହ ଅନ୍ୟ କିଛି ଲୋକ ପିସି କାରବାର ଯୋଗୁ ଏଭଳି ନିମ୍ନମାନର କାର୍ଯ୍ୟ ହେଉଥିବା କହିଛନ୍ତି । ଗ୍ୟାଲେରୀ ଭୁଶୁଡ଼ିବା କଥା ଶୁଣି ସେଠାରେ ଶତାଧିକ ଲୋକ ରୁଣ୍ଡ ହୋଇଥିଲେ । ଆଉ ଦେଖିଥିଲେ ଇଟା ଯୋଡ଼େଇରେ ସିମେଣ୍ଟ କମ୍ ବାଲି ବେଶି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.