ହୋଟେଲ ରୁମରୁ ୩ କୁଖ୍ୟାତ ଲୁଟେରା ଗ୍ୟାଙ୍ଗକୁ କାବୁ କଲା ପୋଲିସ

ବସ୍ତା, ୨୩।୫: ଖଡ଼ଗପୁରରୁ ଲୁଟି ବସ୍ତା ଅଞ୍ଚଳର ଏକ ହୋଟେଲରେ ଲୁଚିଥିଲେ ୩ କୁଖ୍ଯାତ ଲୁଟେରା । ବିଭିନ୍ନ ମାରଣାସ୍ତ୍ର ଦେଖାଇ କୌଶଳ ପୂର୍ବକ ଖଡ଼ଗପୁର ଅଞ୍ଚଳରୁ ରେଳ ସୁରକ୍ଷା କର୍ମଚାରୀ ନିକଟରୁ କରିଥିଲେ ଚିନତାଇ । ପରେ ବସ୍ତା ଥାନା ଜାତୀୟ ରାଜପଥ ଅମର୍ଦ୍ଦାରୋଡ ନିକଟ ଏକ ହୋଟେଲରେ ନିଜକୁ ରେଳ ସୁରକ୍ଷା ବଳର ଅଧିକାରୀ ପରିଚୟ ଦେଇ ସେଠାରେ ରୁମ୍ ନେଇଥିଲେ । ବିଳମ୍ବିତ ରାତିରେ ହୋଟେଲରେ ଭିଆଇଥିଲେ ଆତଙ୍କ ରାଜ୍ । ହୋଟେଲ କର୍ମଚାରୀଙ୍କ ମୋବାଇଲ ଚୋରିକୁ ନେଇ ତନାଘନା ସହିତ ସମସ୍ତ ଅପରାଧିକ କାର୍ଯ୍ୟକଳାପ ସିସିଟିଭି ଯାଞ୍ଚରୁ ଜଣାପଡ଼ିଥିଲା ।
ଶେଷରେ ବସ୍ତା ପୋଲିସ ଦ୍ବାରା ୩ କୁଖ୍ୟାତ ଲୁଟେରା ଗ୍ୟାଙ୍ଗକୁ କାବୁ କରି ଥାନାକୁ ଅଣାଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ତିନି ଜଣ ସଂପୃକ୍ତ ଅପରାଧୀ ନିଜକୁ ରେଳ ସୁରକ୍ଷା ଅଧିକାରୀ କହି ରୁମ୍ ନେଇଥିଲେ । ପରେ ବିଳମ୍ବିତ ରାତିରେ ସମସ୍ତ କର୍ମଚାରୀ ଶୋଇଯିବା ପରେ ହୋଟେଲରେ ଅପରାଧୀ ନିଜେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ଅତ୍ୟଧିକ ମଦ୍ୟପାନ କରିଥିଲେ । ପରେ ହୋଟେଲରେ ଥିବା ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ଜିନିଷ ସହିତ ହୋଟେଲରେ ଥିବା କର୍ମଚାରୀଙ୍କ ମୋବାଇଲ ଚୋରି କରିଥିଲେ । ପରେ ଅନ୍ୟ ରୁମରେ ଥିବା ବ୍ୟକ୍ତିଙ୍କ କବାଟ ବାଡ଼େଇଥିଲେ ଅପରାଧୀ ।
ଏନେଇ ହୋଟେଲ ମ୍ୟାନେଜରଙ୍କୁ ଅବଗତ କରାଇଥିଲେ ଅନ୍ୟ ରୁମରେ ଥିବା ହୋଟେଲ ଗ୍ରାହକ । କର୍ମଚାରୀମାନେ ମୋବାଇଲ ଖୋଜାଖୋଜି କରିବା ସହିତ ମୋବାଇଲ ନ ପାଇ ହୋଟେଲ ମାଲିକଙ୍କୁ ଖବର ଦେଇଥିଲେ । ମାଲିକଙ୍କ ଅନୁମତିରେ ହୋଟେଲରେ ଥିବା ବିଭିନ୍ନ ସିସିଟିଭି ଫୁଟେଜ ଯାଞ୍ଚ କରାଯିବା ପରେ ସମ୍ପୃକ୍ତ ୩ ଜଣଙ୍କ ଅପରାଧିକ କାର୍ଯ୍ୟକଳାପ ସାମ୍ନାକୁ ଆସିଥିଲା । ଅପରାଧୀମାନେ ସମ୍ପୂର୍ଣ ଉଲଗ୍ନ ହୋଇ ମୋବାଇଲ ସିମ୍ ବଦଳ କରିବା ସହିତ ଅଶାଳୀନ ଫଟୋ ସହିତ ଅଶ୍ଳୀଳ ଭିଡିଓ ରେକଡ଼ିଂ କରିଥିଲେ । ହୋଟେଲ କର୍ମଚାରୀ ଏହି ସବୁ ଘଟଣା ସମ୍ପର୍କରେ ବସ୍ତା ପୋଲିସକୁ ଜଣାଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ସମୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା । ଅପରାଧୀମାନେ ଖଡ଼ଗପୁରରୁ ଲୁଟି ଏକ ହୋଟେଲରେ ଲୁଚିଥିବା ବେଳେ ତାଙ୍କ ନିକଟରୁ ବେଆଇନ ପରିଚୟ ପତ୍ର ସହିତ ଏକ ବ୍ୟାଗ୍, ବିଭିନ୍ନ ମାରଣାସ୍ତ୍ର ଓ ଚୋରି ସାମଗ୍ରୀ ଜବତ କରିଥିଲା ପୋଲିସ । ଏଥି ସହିତ ୩ ଅପରାଧୀଙ୍କୁ ଥାନାକୁ ଆଣି ଅଧିକ ତଦନ୍ତ କରୁଛି ପୋଲିସ ।