ବସ୍ ଟର୍ମିନାଲରେ ମାରଣାସ୍ତ୍ରରେ ଲୋକଙ୍କୁ ଆକ୍ରମଣ କରିବା ଘଟଣା, ଅପରାଧୀକୁ ନେଇ ସିନ୍ ରିକ୍ରିଏସନ କଲା ପୋଲିସ

ବଲାଙ୍ଗିର, ୨/୧୨ : ଗତ ଦୁଇ ମାସ ତଳେ ବଲାଙ୍ଗୀର ଇନ୍ଦିରନଗର ଓ ନୂତନ ବସ୍ ଟର୍ମିନାଲରେ ଜଣେ ଦୁର୍ବୃତ୍ତ କେତେକ ଲୋକଙ୍କୁ ଧମକ ଚମକ ଦେବା ସହ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା। ଏନେଇ ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା। ପୋଲିସ ଇତିମଧ୍ୟରେ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଏହାସହ ଆଜି ଅଭିଯୁକ୍ତକୁ ନେଇ ପୁଲିସ ସିନ୍ ରିକ୍ରିଏସନ କରିଛି।