ନବ ଦାସଙ୍କ ବିୟୋଗରେ ଟ୍ବିଟ ଜରିଆରେ ଶୋକବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ; ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଜଣାଇଲେ ସମବେଦନା

ଭୁବନେଶ୍ବର,୨୯/୦୧: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଟ୍ବିଟ ଜରିଆରେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମୋଦୀ ଟ୍ବିଟ କରି ଲେଖିଛନ୍ତି ‘ଓଡ଼ିଶା ସରକାରଙ୍କର ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କ ବିୟୋଗରେ ମୁଁ ମର୍ମାହତ। ଭଗବାନ ତାଙ୍କ ପରିବାରବର୍ଗଙ୍କୁ ଧର୍ଯ୍ୟ ଓ ସାହାସ ଦିଅନ୍ତୁ। ଓଁ ଶାନ୍ତି।’
Saddened by the unfortunate demise of Minister in Odisha Government, Shri Naba Kishore Das Ji. Condolences to his family in this tragic hour. Om Shanti.
— Narendra Modi (@narendramodi) January 29, 2023
ଅନ୍ୟପଟେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡି ମଧ୍ୟ ନବ ଦାସଙ୍କ ବିୟୋଗରେ ଗଭିର ଶୋକ ପ୍ରକାଶ କରିଛନ୍ତି। ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୁଷଣ ହରିଚନ୍ଦନ ମଧ୍ୟ ନବ ଦାସଙ୍କ ବିୟୋଗରେ ଶୋକବ୍ୟକ୍ତ କରିବା ସହିତ ଘଟଣାକୁ ନେଇ ନିନ୍ଦା କରିଛନ୍ତି। ରାଜ୍ୟପାଳ ଟ୍ବିଟ କରି ଲେଖିଛନ୍ତି,’ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କର ଗୁଳିମାଡ ପରେ ମୃତ୍ୟୁ ହୋଇଥିବା ଖବର ପାଇ ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ l ଜଣେ ମନ୍ତ୍ରୀଙ୍କୁ ଜନଗହଳିରେ ଏପରି ମର୍ମନ୍ତୁଦ ହତ୍ୟା ଅତ୍ୟନ୍ତ ଅମାନବୀୟ ଓ ଏହି ଘଟଣାକୁ ମୁଁ ନିନ୍ଦା କରୁଛି।’ ଶ୍ରୀ ଦାସ ଓଡ଼ିଆ ବିଧାନସଭାକୁ ଏକାଧିକ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବରେ ଓଡ଼ିଶା ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ। ସେ ଓଡ଼ିଶାର ଜଣେ ଜଣାଶୁଣା ରାଜନେତା ଥିଲେ। ଏହି ଦୁଃଖଦ ମୁହୂର୍ତ୍ତରେ ମୁଁ ତାଙ୍କ ଅମର ଆତ୍ମାର ସଦ୍ଗତିଃ ନିମନ୍ତେ ପ୍ରାର୍ଥନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି।’
ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କର ଗୁଳିମାଡ ପରେ ମୃତ୍ୟୁ ହୋଇଥିବା ଖବର ପାଇ ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ l ଜଣେ ମନ୍ତ୍ରୀଙ୍କୁ ଜନଗହଳିରେ ଏପରି ମର୍ମନ୍ତୁଦ ହତ୍ୟା ଅତ୍ୟନ୍ତ ଅମାନବୀୟ ଓ ଏହି ଘଟଣାକୁ ମୁଁ ନିନ୍ଦା କରୁଛି l
— Biswa Bhusan Harichandan (@BiswabhusanHC) January 29, 2023