ସତ ହେଉଛି ମା’ବାସୁଳି ପୂଜକଙ୍କ ଭବିଷ୍ୟତ ବାଣୀ, ରାଷ୍ଟ୍ରପତି ହେଲେ ପୁଣି ନୀଳଗିରି ଆସି ପୂଜା କରିବେ ଦ୍ରୌପଦୀ

ନୀଳଗିରି,୨୨/୬(ଆ.ପ୍ର)ସତ ହୋଇ ହୋଇ ଚାଲିଛି ମା’ ବାସୁଳି ପୂଜକଙ୍କ ଭବିଷ୍ୟତ ବାଣୀ। ପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କୁ ଦେଖିବା ମାତ୍ରେ ତତ୍କାଳୀନ ବାସୁଳିଙ୍କ ପୂଜକ କରିଥିଲେ ଭବିଷ୍ୟତ ବାଣୀ। ଓଡ଼ିଶାର ଗର୍ବ ସେ ଆଣିଦେବା ସହ ଉଚ୍ଚ ଆସନରେ ବସିବେ ବୋଲି କହିଥିଲେ।ଏହାପରେ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଆସନ ଗ୍ରହଣ କରିଥିଲେ।ଏହି ବିଶ୍ୱାସ ରଖି ପୂଜାର୍ଚ୍ଚନା ମା’ ବାସୁଳିଙ୍କୁ କରିଥିଲେ। ପୁଣି ଦେଶର ସର୍ବୋଚ୍ଚ ଆସନ ତଥା ପ୍ରଥମ ନାଗରିକ ରାଷ୍ଟ୍ରପତି ପଦ ପାଇଁ ଏନଡିଏ ଘୋଷଣା କରିବା ପରେ ପୁଣି ସେହି ବିଶ୍ୱାସ ମନେ ପଡିଛି ଅଞ୍ଚଳବାସୀଙ୍କୁ। ଯଦି ପୁଣି ଏହା ସତ ସାବ୍ୟସ୍ତ ହୁଏ ପୁଣିଥରେ ନୀଳଗିରି ଆସି ମା’ଙ୍କ ଠାରେ ଆଶିଷ କାମନା କରିବେ ବୋଲି କୁହାଯାଇଛି।
ସୂଚନାଯୋଗ୍ୟ ନୀଳଗିରି ଏନଏସି ଉପଖଣ୍ଡ ୨ ନମ୍ବର ୱାର୍ଡ ଘାଟଘରସାହି ଅଞ୍ଚଳରେ ରହିଛି ମା’ ବାସୁଳିଙ୍କ ମନ୍ଦିର। ସୁଧାରଞ୍ଜନ ପ୍ରହରାଜ ନନ୍ଦ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ବିଦ୍ୟୁତ ବିଭାଗରେ ଚାକିରୀ କରିବା ସମୟରେ ଦ୍ରୌପଦୀ ମୁର୍ମୁଙ୍କ ସହିତ ଭେଟ ହୋଇଥିଲା। ତାଙ୍କୁ ଦେଖି ସେ ମା’ ବାସୁଳି ଙ୍କ ଆଶୀର୍ବାଦ ରହିଛି ଆପଣ ଆଗକୁ ଦେଶରେ ସର୍ବୋଚ୍ଚ ଆସନରେ ବସିବେ ବୋଲି କହିଥିଲେ। ଶ୍ରୀମତୀ ମୁର୍ମୁ ମନେମନେ ମା’ ବାସୁଳିଙ୍କ ପାଖରେ ମାନସିକ କରିଥିଲେ। ପୂଜକ କହିଥିବା ତାରିଖରେ ତାଙ୍କୁ ଝାଡ଼ଖଣ୍ଡର ରାଜ୍ୟପାଳ ଆସନରେ ବସାଯିବା ପରେ ମାନସିକ ପୂଜା କରିବା କଥା ଭୁଲି ନଥିଲେ। ମା’ ବାସୁଳିଙ୍କ ପାଖରେ ଆସି ପୂଜାର୍ଚ୍ଚନା କରି ଆଶିଷ କାମନା କରିଥିଲେ। ପୁଣି ରାଷ୍ଟ୍ରପତି ପଦ ପାଇଁ ତାଙ୍କ ନାମରେ ମୋହର ମରାଯାଇଥିବାରୁ ପୁଣି ତାଙ୍କର ମା’ ବାସୁଳି ଙ୍କ କଥା ମନେ ମନେ ନିଶ୍ଚୟ ମନେ ପଡିଥିବ ଏହା ଅଞ୍ଚଳବାସୀ ବିଶ୍ୱାସ ରଖିଛନ୍ତି। ଯଦି ବିଜୟୀ ମୁକୁଟ ପିନ୍ଧନ୍ତି ତାହେଲେ ଓଡିଶା ପାଇଁ ସେ ନିଶ୍ଚୟ ଗର୍ବ ଆଣିଦେବେ। ତେବେ ଇଷ୍ଟଦେବୀ ମା’ ବାସୁଳି ଙ୍କ ପାଖରେ ଅଞ୍ଚଳବାସୀ ତାଙ୍କ ପାଇଁ ପୂଜାର୍ଚ୍ଚନା ନିଶ୍ଚୟ କରିବେ ଓ ତାଙ୍କର ପାଦ ନୀଳଗିରିରେ କେବେ ପଡିବ ତାହାକୁ ଅପେକ୍ଷା।