ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଟ୍ରେନ୍‌ ଦୁର୍ଘଟଣା ପରେ ପଦରୁ ହଟିଥିଲେ ରେଳମନ୍ତ୍ରୀ, ଦିଆଯାଇଥିଲା ମୃତ୍ୟୁ ଦଣ୍ଡ

ନୂଆଦିଲ୍ଲୀ ୦୯/୦୬: ଭାରତୀୟ ରେଳ ପାଇଁ ଜୁନ୍ ୨ ଥିଲା କଳା ଦିବସ । କାଳ ସାଜିଲା କରମଣ୍ଡଳ । ୧୯୮୧ ପରେ ଭୟଙ୍କର ଦୁର୍ଘଟଣା ।  ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଘଟିଲା ବର୍ଷର ସବୁଠୁ ବଡ଼ ରେଳ ଅଘଟଣ । କେହି କିଛି ବୁଝିବା ପୂର୍ବରୁ ଦୁର୍ଘଟଣାର ସମ୍ମୁଖୀନ ହେଲେ ୩ ଟ୍ରେନ୍‌ । ଚାହୁଁଚାହୁଁ ଗଦା ହୋଇଗଲା ମରଶରୀର। ଏହି ରେଳ ଦୁର୍ଘଟଣା କିପରି ଓ କେଉଁ ପରିସ୍ଥିତିରେ ହେଲା, ତା’ର ତଦନ୍ତ ଆରମ୍ଭ କରିଛି ସିବିଆଇ । ଏହି କ୍ରମରେ ବିଶ୍ୱ ଇତିହାସରେ ଘଟିଥିବା ଏକ ଟ୍ରେନ୍‌ ଦୁର୍ଘଟଣାର ସ୍ମୃତି ତାଜା ହୋଇଛି ।

{"id":584858,"sizeSlug":"full","linkDestination":"none"}

୨୦୧୧ ମସିହାରେ ଘଟିଥିଲା ଚୀନ୍‌ରେ ଏକ ଟ୍ରେନ୍‌ ଦୁର୍ଘଟଣା । ଏହା ପରେ ରେଳ ମନ୍ତ୍ରୀ ଓ ଦୁଇ ଅଧିକାରୀଙ୍କୁ ମୃତ୍ୟୁ ଦଣ୍ଡ ମିଳିଥିଲା । ଚୀନ୍‌ର ଭେନ୍‌ଜୁଓ ସହରରେ ଦୁଇଟି ହାଇସ୍ପିଡ୍‌ ଟ୍ରେନ୍‌ ସାମ୍ନାସାମ୍ନି ଧକ୍କା ହେବା ଯୋଗୁ ୪୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ସରକାରୀ ତଥ୍ୟ ଅନୁସାରେ, ଏହି ଦୁର୍ଘଟଣାରେ ଆହତ ହୋଇଥିଲେ ୧୭୨ ଜଣ ଯାତ୍ରୀ। ଦୁର୍ଘଟଣା ପରେ ପରେ ଚୀନ୍‌ର ରେଳ ମନ୍ତ୍ରୀଙ୍କୁ ପଦରୁ ହଟାଇ ଦିଆଗଲା ।

ନୂଆ ରେଳ ମନ୍ତ୍ରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ସମ୍ଭାଳିଲେ । ତା’ପରେ ଦୁର୍ଘଟଣାର ଯାଞ୍ଚ୍‌ ହେଲା । ଯାଞ୍ଚରୁ ସ୍ପଷ୍ଟ ହେଲା, ରେଳବାଇ ସିଗ୍ନାଲ୍‌ ସିଷ୍ଟମ୍‌ରେ ତ୍ରୁଟି ଯୋଗୁ ଦୁର୍ଘଟଣା ଘଟିଥିଲା । ଅଧିକ ଯାଞ୍ଚରୁ ଜଣାପଡ଼ିଲା, ସିଗ୍ନାଲ୍‌ ସିଷ୍ଟମ୍‌ର କଣ୍ଟ୍ରାକ୍ଟ ଦେବା ଲାଗି ରେଳ ମନ୍ତ୍ରୀ ଓ ସରକାରୀ ଅଧିକାରୀମାନେ ଦୁର୍ନୀତି କରିଥିଲେ । ଟ୍ରେନ୍‌ ଓ ଯାତ୍ରୀଙ୍କ ସୁରକ୍ଷାକୁ ମଧ୍ୟ ସାଲିସ କରିବାକୁ ସେମାନେ ପଛାଇ ନ ଥିଲେ । ଫଳସ୍ୱରୂପ, ଭୟଙ୍କର ଦୁର୍ଘଟଣା ହେଲା ଏବଂ ଯାତ୍ରୀଙ୍କ ଜୀବନ ଚାଲିଗଲା ।

wp:heading {"level":3}

also read...

/wp:heading wp:html /wp:html

ମାମଲା କୋର୍ଟରେ ପହଞ୍ଚିଲା । ଦୁର୍ଘଟଣା ସମୟରେ ରେଳ ମନ୍ତ୍ରୀ ଥିବା ଲିୟୁ ଝିଜୁନଙ୍କୁ ଦୁର୍ନୀତି ଓ ଶକ୍ତିର ଦୁରୁପଯୋଗ ଲାଗି ବେଜିଂ କୋର୍ଟ ମୃତ୍ୟୁ ଦଣ୍ଡ ଶୁଣାଇଲେ । ଲିୟୁ ଝିଜୁନଙ୍କ ଉପରେ ୨୫ ବର୍ଷରେ ୧ କୋଟି ଡଲାର ଲାଞ୍ଚ ନେବା ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ, ଝିଜୁନ ଲାଞ୍ଚ ନେଇ ୧୧ ଜଣଙ୍କୁ ରେଳବାଇର ବିଭିନ୍ନ କଣ୍ଟ୍ରାକ୍ଟ ହାସଲ କରିବାରେ ସାହାଯ୍ୟ କରିଥିଲେ । ସରକାରୀ ଅଡିଟ୍‌ରେ ରେଳ ବିଭାଗ ଓ ମନ୍ତ୍ରାଳୟରେ ଭ୍ରଷ୍ଟାଚାର ମାମଲା ସାମ୍ନାକୁ ଆସିବା ପରେ ୨୦୧୩ ମସିହା, ମାର୍ଚ୍ଚରେ ରେଳ ମନ୍ତ୍ରାଳୟକୁ ବନ୍ଦ କରିଦିଆଗଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.