PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର: ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିିତ ପୂଜାରୀଙ୍କୁ ବହିଷ୍କାର ପରେ ବଦଳିଲେ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ
  • ||
  • ସିଙ୍ଗାପୁରରେ ରାଷ୍ଟ୍ରପତି ନିର୍ବାଚନ ଲଢିବେ ଭାରତୀୟ ବଂଶୋଦ୍ଭବ ତଥା ବରିଷ୍ଠ ମନ୍ତ୍ରୀ ଥର୍ମନ ଶନମୁଗରତ୍ନମ
  • ||
  • ଭୁବନେଶ୍ବର : ୧୦ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କଲା କଂଗ୍ରେସ
  • ||
  • ଭୁବନେଶ୍ବର : ପିସିସି ଶୃଙ୍ଖଳା କମିଟି ପୁନର୍ଗଠନ, କମିଟି ଅଧ୍ୟକ୍ଷ ହେଲେ ବିଧାୟକ ସନ୍ତୋଷ ସିଂ ସାଲୁଜା
  • ||
  • ସୋର : ଭଙ୍ଗା ହେଲା ବାହାନଗା ହାଇସ୍କୁଲ ଘର, ଟ୍ରେନ୍ ଦୁର୍ଘଟଣା ପରେ ରଖାଯାଇଥିଲା ମୃତଦେହ
  • ||
  • ଭୁବନେଶ୍ଵର : ରେଲୱେ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାଗ୍ରସ୍ତ ୬୬୧ ପରିବାରକୁ ମିଳିଛି ସହାୟତା ରାଶି, ୪ଟି ଲେନରେ କରୁଛି ଟ୍ରେନ୍ ଚଳାଚଳ
  • ||
  • ରାୟଗଡ଼ା : ଠିକାଦାର ତଥା କଂଗ୍ରେସ ନେତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା
  • ||
  • ଭୁବନେଶ୍ଵର : ଏକ ମଡେଲ ସ୍କୁଲ ଭାବରେ ଗଢାହେବ ବାହାନଗା ହାଇସ୍କୁଲ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
  • ||

ସମ୍ରାଟ କୋଠାରେ ହେବ ଶ୍ରୀମନ୍ଦିର ଅଭ୍ୟର୍ଥନା କେନ୍ଦ୍ର, ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କୋଠା ମାଲିକ

ପୁରୀ, ୨୫/୦୩ : ନିକଟରେ ଅଗ୍ନିକାଣ୍ଡ ଘଟିଥିବା ବହୁଚର୍ଚ୍ଚିତ ସମ୍ରାଟ କୋଠାରେ ହେବ ଶ୍ରୀମନ୍ଦିର ଅଭ୍ୟର୍ଥନା କେନ୍ଦ୍ର ବା ରିସେପ୍‌ସନ ସେଣ୍ଟର । ଶ୍ରୀମନ୍ଦିରଠାରୁ ଏତେ ନିକଟରେ ଥିବା ୨୨ ଡିସିମିଲ ଜାଗାକୁ ଭକ୍ତଙ୍କ କାମରେ ଲଗାଯିବ । ଅଭ୍ୟର୍ଥନା କେନ୍ଦ୍ର ପାଇଁ ଆମେ ଜାଗା ଖୋଜୁଥିଲୁ, ଏହି ଜାଗା ଏବେ ଆମ ନଜରକୁ ଆସିଛି । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଏହି ସୂଚନା ଦେଇଛନ୍ତି । ଏପରିକି ସମାନ ପରିସରରେ ଥିବା ବଳକା ୩ ଡିସିମିଲ ଜାଗା ମଧ୍ୟ କୋଠା ମାଲିକଙ୍କର କି ନୁହେଁ ବୋଲି ଶ୍ରୀ ଜେନା ପ୍ରଶ୍ନ ଉଠାଇଛନ୍ତି । କେଉଁ ପରିପ୍ରେକ୍ଷୀରେ ୩ ଡିସିମିଲ ଜାଗା ତାଙ୍କୁ ବିକ୍ରି କରାଯାଇଛି ସେ ନେଇ ସେ ଦ୍ୱନ୍ଦ୍ୱରେ ଥିବା କହିଛନ୍ତି ।

ସେପଟେ କୋଠା ମାଲିକ ଚନ୍ଦ୍ରଶେଖର ମହାନ୍ତି ଏହି ଜମି ନିଜ ମାଲିକାନାକୁ ଆଣିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ପୁରୀ ତହସିଲଦାର ତାଙ୍କ ବିରୋଧରେ ଜବରଦଖଲ ନୋଟିସ ଜାରି କରିବା ନେଇ ମଧ୍ୟ ସେ କୋର୍ଟଙ୍କଠାରୁ ଅନ୍ତରୀଣ ସୁରକ୍ଷା ଲାଗି ଅପିଲ କରିଛନ୍ତି । ଚନ୍ଦ୍ରଶେଖର ମହାନ୍ତି ହେଉଛନ୍ତି ସ୍ୱର୍ଗତ ଅଚ୍ୟୁତ ମହାନ୍ତିଙ୍କ ବଡ଼ ପୁଅ । ଗତ ମାର୍ଚ୍ଚ ୧୫ରେ ଜଷ୍ଟିସ ଅରିନ୍ଦମ ସିହ୍ନା ଏବଂ ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଛି । ରାଜ୍ୟ ସରକାରଙ୍କ ତରଫରୁ ଓକିଲ ଏକେ ଶର୍ମା କୋର୍ଟରେ ପକ୍ଷ ରଖିଛନ୍ତି । କେବଳ ହାଜର ହୋଇ ନିଜର ପକ୍ଷ ରଖିବାକୁ ତହସିଲଦାର ନୋଟିସ ଦେଇଥିବାରୁ ଏନେଇ କୌଣସି ଅନ୍ତରୀଣ ସୁରକ୍ଷା ଆବଶ୍ୟକ ନଥିବା ଶ୍ରୀ ଶର୍ମା କୋର୍ଟରେ କହିଛନ୍ତି । ଆସନ୍ତା ଏପ୍ରିଲ ୬ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି ।

ଗତ ୨୩ ତାରିଖରେ ଶ୍ରୀ ମହାନ୍ତିଙ୍କୁ ତହସିଲ ଅଫିସରେ ହାଜର ହେବାକୁ ନୋଟିସ ଦିଆଯାଇଥିଲା । ହେଲେ ସେ ନିଜେ ନ ପହଞ୍ଚି ତାଙ୍କ ଓକିଲଙ୍କ ଜରିଆରେ ଏକ ମାସ ସମୟ ଦେବାକୁ ଆବେଦନ କରିଥିବା ତହସିଲଦାର କ୍ଷିରୋଦ କୁମାର ବେହେରା ସୂଚନା ଦେଇଛନ୍ତି । ନିଜର ପକ୍ଷ ରଖିବା ପୂର୍ବରୁ ସେ ଏହି ଜାଗା ସମ୍ପର୍କିତ କେତେକ ରେକର୍ଡ ଓ ଦସ୍ତାବିଜ ତହସିଲ କାର୍ଯ୍ୟାଳୟରୁ ନେବାକୁ ମଧ୍ୟ ଆବେଦନ କରିଛନ୍ତି । ମାମଲା ହାଇକୋର୍ଟରେ ପହଞ୍ଚି ଥିବାରୁ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ତହସିଲଦାର କହିଛନ୍ତି ।

ଏହି ଜମି ନିଜ ନାଁରେ କରିବାକୁ ଶ୍ରୀ ମହାନ୍ତି ୫ ବର୍ଷ ତଳେ ୨୦୧୮ ଫେବ୍ରୁଆରୀ ୭ରେ ହାଇକୋର୍ଟର୍ରେ ରିଟ୍‌ ପିଟିସନ୍‌ ଦାଏର କରିଥିଲେ । ଏନେଇ ହାଇକୋର୍ଟ ଶ୍ରୀମନ୍ଦିର ପ୍ରଶାସନର ଓକିଲକୁ ମଧ୍ୟ ଅବଗତ କରିଥିଲେ ବୋଲି କୋର୍ଟ ଅର୍ଡର କପିରେ ଉଲ୍ଲେଖ ଅଛି । ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି, ଶ୍ରୀମନ୍ଦିର ଜମି କିଣିବାକୁ ଅନେକଗୁଡ଼ିଏ ପିଟିସନ ଆସୁଛି । ହେଲେ ଶ୍ରୀମନ୍ଦିର ପ୍ରଶାସନ କାହିଁକି ଏହି ଜମି ସବୁ ବିକ୍ରି କରିବ ।

ସମ୍ବନ୍ଧିତ ଖବର