ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ଚିରସ୍ମରଣୀୟ

ଛତ୍ରପୁର, ୨୬।୧ ଛତ୍ରପୁରରେ ଜ଼ିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ଏବଂ ପରେଡ ପୁଲିସ ରିଜର୍ଭ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମତ୍ସ୍ୟ ଓ ଗୋ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ l ସ୍ୱାଧୀନତା ସଂଗ୍ରାମରେ ଦେଶର ମହାତ୍ମାମାନଙ୍କ ବଳିଦାନ ଆଜିର ଦିନରେ ଚିରସ୍ମରଣୀୟ । ସ୍ୱାଧୀନତା ସଂଗ୍ରାମରେ ଗଞ୍ଜାମ ଜ଼ିଲ୍ଲାର ସ୍ୱାଧୀନତା ସଂଗ୍ରାମୀମାନଙ୍କ ସଂଘର୍ଷ ଚିରସ୍ମରଣୀୟ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମର ୩୬ଟି ଟ୍ରୁପ ପରେଡରେ ଅଂଶ ଗ୍ରହଣ କରିଥିଲେ l
ଏହି ଉତ୍ସବରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରେଡ ପଡିଆ ରେ ପହଞ୍ଚିବା ପରେ ଜ଼ିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏସ ପି ଜଗମୋହନ ମୀନା ସ୍ୱାଗତ କରିଥିଲେ l ଏହି ଅବସରରେ ବିଭିନ୍ନ କୃତି ପ୍ରତି ଯୋଗୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ମୁଖ୍ୟ ଅତିଥି l ଜ଼ିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କବିତା ପାଠଉତ୍ସବ, ଜ଼ିଲ୍ଲା ପ୍ରଶାସନ ଏବଂ ଗଣମାଧ୍ୟମ ପ୍ରତିନିଧି ଙ୍କ ମଧ୍ୟରେ ବନ୍ଧତ୍ୱ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ଅତିରିକ୍ତ ଜ଼ିଲ୍ଲାପାଳ ରାଜସ୍ୱ ପ୍ରିୟ ରଞ୍ଜନ ପୃଷ୍ଟି, ଲିନା କୁମାରୀ ଖେସ ଉପଜିଲ୍ଲାପାଳ ଛତ୍ରପୁର ପ୍ରସନ୍ନ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l