ଇନ୍ଦୋର : ସାରା ଦେଶରେ ଚର୍ଚ୍ଚିତ ପାଲଟି ଥିଲା ରାଜା ରଘୁବଂଶୀଙ୍କ ହତ୍ୟାକାଣ୍ଡ। ଏହାକୁ ଏବେ ବୋଧ ହୁଏ କେହି ଭୁଲି ନଥିବେ। ମେଘାଳୟର ଶିଲଂଗରେ ହନିମୁନକୁ ନେଇ ଯାଇ ନିଜ ସ୍ୱାମୀଙ୍କ ହତ୍ୟା କରିଥିବା ସୋନମ ରଘୁବଂଶୀ ,ବର୍ତ୍ତମାନ ଜେଲର ଚାରିକାନ୍ଥ ଭିତରେ ଦିନ ବିତାଉଛନ୍ତି। ହେଲେ ରାଜାଙ୍କ ପରିବାର ଲୋକେ ସୋନମଙ୍କର ସ୍ମୃତିକୁ ସାଥିରେ ରଖିବାକୁ ଚାହିଁ ନାହାନ୍ତି। ସେମାନେ ରାଜାଙ୍କୁ ଏବେ ବି ଝୁରି ହେଉଛନ୍ତି। ଏହି କାରଣରୁ ରାଜାଙ୍କ ପରିଜନ ସୋନମଙ୍କ ଶାଢି ଗୁଡ଼ିକରେ ହୋଲି ଜଳାଇବାକୁ ସ୍ଥିର କରି ଥିଲେ। ଦୁଃଖରେ ଭାଙ୍ଗିପଡ଼ି ଥିବା ରାଜାଙ୍କ ପରିବାର, ହୋଲିକା ଦହନର ନିଆଁରେ ଅଭିଯୁକ୍ତ ବୋହୂ ସୋନମଙ୍କ ବାହାଘରର ଶାଢି ଓ ତାଙ୍କ ସଂପର୍କିତ ସବୁ ଖରାପ ସ୍ମୃତିକୁ ଭସ୍ମ କରି ଦେଇ ଥିଲେ।

ରାଜାଙ୍କ ମାଆ ଉମା ରଘୁବଂଶୀ ଏବେ ବି ଏ ବିଷୟରେ କହିବା ବେଳେ ଭାବ ପ୍ରବଣ ହୋଇ ଯାଉଛନ୍ତି। ସେ କହିଛନ୍ତି ଯେ, ହୋଲିକା ଦହନର ପର୍ବ ମନ୍ଦ ଉପରେ ପରାଜୟର ପ୍ରତୀକ। ତାଙ୍କ ପାଇଁ ସୋନମ ସେହି ଖରାପ ଯିଏ ତାଙ୍କର ହସଖେଳର ଘରକୁ ଉଡ଼ାଜି ଦେଲା। ସୋନମ ବିବାହ ସମୟରେ ଯେଉଁ ଶାଢି ପିନ୍ଧି ଥିଲେ , ସେଗୁଡ଼ିକୁ ପରିବାର ଏହିଥର ଜଳାଇବାକୁ ନିଷ୍ପତ୍ତି ନେଇ ଥିଲା। ଗତ ହୋଲିରେ ରାଜା ପରିବାର ସହ ଖୁବ୍ ମସ୍ତି କରିଥିଲେ। କିନ୍ତୁ ଏବେ ସେ ଆମ ଗହଣରେ ନାହାନ୍ତି।ହେଲେ ଏହି ଥର ପରିବାର ଏହି ନିଷ୍ପତ୍ତି ସହ ସୋନମର ପ୍ରତି ସ୍ମୃତିକୁ ଜଳାଇବାକୁ ନିଷ୍ପତ୍ତି ନେଇଛନ୍ତି।

ତିନୋଟି ମୁଖ୍ୟ କଥା –

୧- ପରିବାରର କହିବାନୁସାରେ , ଏହି କପଡ଼ା ଗୁଡ଼ିକୁ ଜଳାଇବା ଦ୍ୱାରା ସେମାନଙ୍କୁ ମାନସିକ ଶାନ୍ତି ମିଳିବ।

୨-ହୋଲିକା ଦହନ ଦିନ ପରିବାର ରାଜାଙ୍କ ଆତ୍ମାର ଶାନ୍ତି ପାଇଁ ବିଶେଷ ପ୍ରାର୍ଥନା ମଧ୍ୟ କରିବ।

୩-ଏହା ପୂର୍ବରୁ ଦଶହରା ଅବସରରେ ମଧ୍ୟ ପରିବାର ସୋନମଙ୍କ କୁଶ ପୁତ୍ତଳା ତିଆରି କରି ଦହନ କରିଥିଲା।