PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ଲୋକସଭା ନିର୍ବାଚନ: ମାର୍ଚ୍ଚ ପ୍ରଥମ ସପ୍ତାହରେ ଘୋଷଣା

ନୂଆଦିଲ୍ଲୀ,୧୮ ।୧(ଏଜେନ୍ସି): ଆସନ୍ତା ମାର୍ଚ୍ଚ ପ୍ରଥମ ସପ୍ତାହରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ୬ରୁ ୭ ପର୍ଯ୍ୟାୟରେ ହୋଇପାରେ ମତଦାନ । ବିଶେଷ ସୂତ୍ରରୁ ଆଜି ଏହି ସୂଚନା ମିଳିଛି । ଚଳିତ ଷୋଡ଼ଶ ଲୋକସଭାର କାର୍ଯ୍ୟକାଳ ଜୁନ ୩ ତାରିଖରେ ଶେଷ ହେବ । ତା ପୂର୍ବରୁ ନିର୍ବାଚନ କମିଶନ (ଇସି)ଙ୍କୁ ଦେଶରେ ସାଧାରଣ ନିର୍ବାଚନ କରିବାକୁ ପଡ଼ିବ । କେତେ ପର୍ଯ୍ୟାୟରେ ନିର୍ବାଚନ କରାଯିବ ଓ କେବେ ମତଦାନ ଆରମ୍ଭ ହୋଇ କେବେ ଶେଷ ହେବ ସେ ବିଷୟରେ ଇସି ବ୍ୟାପକ ବିଚାର ଆଲୋଚନା ଚଳାଇଛନ୍ତି । ସୁରକ୍ଷାବାହିନୀ ଓ ଅନ୍ୟାନ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେତେ ପର୍ଯ୍ୟାୟରେ ନିର୍ବାଚନ କରାଯିବ ତାହା ଇସି ସ୍ଥିର କରିବେ ।
ଲୋକସଭା ନିର୍ବାଚନ ସହିତ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକିମ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବ । ଜମ୍ମୁ-କାଶ୍ମୀର ବିଧାନସଭା ଭଙ୍ଗ ହୋଇସାରିଥିବାରୁ ୬ମାସ ଭିତରେ ସେଠାରେ ମଧ୍ୟ ନିର୍ବାଚନ କରାଯିବା କଥା । ଗତ ୨୦୧୮ ନଭେମ୍ବରରେ ବିଧାନସଭା ଭଙ୍ଗ ହୋଇଥିବାରୁ ୬ମାସ ଅର୍ଥାତ ମେ ସୁଦ୍ଧା ସେଠାରେ ମତଦାନ କରିବାକୁ ପଡ଼ିବ । ଏହାକୁ ଦେଖିଲେ ଲୋକସଭା ନିର୍ବାଚନ ସହିତ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ମଧ୍ୟ କରାଯିବାର ସମ୍ଭାବନା ରହିଛି । କିନ୍ତୁ ସେଠାରେ ସୁରକ୍ଷା ପରିସ୍ଥିତିକୁ ବିଚାରକୁ ନେବାକୁ ପଡ଼ିବ । ସୁରକ୍ଷା ସ୍ଥିତି ଭଲ ରହିଲେ ଲୋକସଭା ସହିତ ରାଜ୍ୟ ବିଧାନସଭାର ନିର୍ବାଚନ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି । ସ୍ୱାଭାବିକ ଦୃଷ୍ଟିରୁ ଅନ୍ୟ ସମସ୍ତ ରାଜ୍ୟର ବିଧାନସଭା କାର୍ଯ୍ୟକାଳ ୫ ବର୍ଷ ରହିଥିବା ବେଳେ ଜମ୍ମୁ-କାଶ୍ମୀର ବିଧାନସଭାର କାର୍ଯ୍ୟାଳୟ ୬ ବର୍ଷ ରହିଛି । ଅର୍ଥାତ ଏହା ୨୦୨୧ ମାର୍ଚ୍ଚ ୧୬ ତାରିଖ ପର୍ଯ୍ୟନ୍ତ ରହିଥିଲା । ସିକିମ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ମେ ୨୭ରେ ଶେଷ ହେଉଥିଲା ବେଳେ ଆନ୍ଧ୍ରପ୍ରଦେଶର ଜୁନ ୧୮, ଓଡ଼ିଶାର ଜୁନ ୨୧ ଓ ଅରୁଣାଚଳ ବିଧାନସଭାର କାର୍ଯ୍ୟକାଳ ଜୁନ ୧ରେ ଶେଷ ହେବ ।
୨୦୦୪ ଫେବ୍ରୁଆରୀ ୨୯ରେ ନିର୍ବାଚନ କମିଶନ ୪ ପର୍ଯ୍ୟାୟରେ ଲୋକସଭା ନିର୍ବାଚନ କରାଇବା ଲାଗି ଘୋଷଣା କରିଥିଲେ । ସେଥିପାଇଁ ପ୍ରଥମ ମତଦାନ ଏପ୍ରିଲ ୨୦ ତାରିଖରେ ଆରମ୍ଭ ହୋଇଥିଲା ବେଳେ ଶେଷ ମତଦାନ ତାରିଖ ଥିଲା ମେ ୧୦ । ସେହିପରି ୨୦୦୯ ଲୋକସଭା ନିର୍ବାଚନ ତାରିଖ ମାର୍ଚ୍ଚ ୨ରେ ଘୋଷଣା ହୋଇଥିଲା । ସେହିବର୍ଷ ଏପ୍ରିଲ ୧୬ରୁ ମେ ୧୩ ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଇଥିଲା । ସେହିଭଳି ଭାବେ କମିଶନ ୨୦୧୪ ଲୋକସଭା ନିର୍ବାଚନ ତାରିଖ ମାର୍ଚ୍ଚ ୫ ତାରିଖରେ ଘୋଷଣା କରିଥିଲେ । ଏପ୍ରିଲ ୭ରୁ ମେ ୧୨ ମଧ୍ୟରେ ୯ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା ।

ସମ୍ବନ୍ଧିତ ଖବର