କାଳ ବୈଶାଖୀରେ ଉଡିଗଲା ବିଦ୍ୟାଳୟର ଟିଣ ଛପର

ପାଟଣା,୦୧/୦୪; ଶୁକ୍ରବାର ହୋଇଥିବା କାଳ ବୈଶାଖୀରେ ଉଡ଼ିଗଲା ବିଦ୍ୟାଳୟର ଟିଣ ଛପର । ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଅନ୍ତର୍ଗତ ଦାମାହୁଦା ପଞ୍ଚାୟତର ଗୋଜାପଥର ହାଇସ୍କୁଲରେ। ଶୁକ୍ରବାର ଅପରାହ୍ନରେ ସାମାନ୍ୟ କାଳବୈଶାଖୀ ପବନର ପ୍ରଭାବରେ ୫-ଟିରେ ରୂପାନ୍ତରିତ ହେବାର ୬ ମାସ ନପୁରୁଣୁ ଛପର ସମ୍ପୂର୍ଣ୍ଣ ଉଡିଯାଇଛି। ଯୋଗକୁ ବିଦ୍ୟାଳୟ ଛୁଟି ଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ କେହି ଉପସ୍ଥିତ ନଥିଲେ ଫଳରେ ଏକ ବଡ ଧରଣର ଦୁର୍ଘଟଣା ଟଳି ଯାଇଥିବା ଗ୍ରାମବାସୀ କହିଛନ୍ତି।