PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

୧୭ରେ ଆଂଶିକ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ଏହି ସମୟ

ଭୁବନେଶ୍ବର ୧୫।୭: ଆସନ୍ତା ଜୁଲାଇ ୧୭ ତାରିଖ ଭୋର ସମୟରେ ଏକ ଆଂଶିକ ଚନ୍ଦ୍ର ଗ୍ରହଣହେବ। ଏହିଦିନ ଆକାଶ ମେଘମୁକ୍ତ ରହିଲେ ମଧ୍ୟ ରାତ୍ରି ପରେ ଅର୍ଥାତ ଜୁଲାଇ ୧୭ ତାରିଖ ଭୋର ୧ଟା ୩୧ରୁ ୪ଟା ୨୯ ଯାଏଁ ଏହି ଆଂଶିକ ଚନ୍ଦ୍ର ଗ୍ରହଣକୁ ଖାଲି ଆଖିରେ ଦେଖିହେବ । ସବୁଠାରୁ ଅଧିକ ଚନ୍ଦ୍ର ଗ୍ରହଣ ଯାହାକି ପ୍ରାୟ ୬୫ ପ୍ରତିଶତ ରାତି ୩ଟା ସମୟରେ ଦେଖାଯିବ । ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଭଳି ଏହି ସମୟରେ ରକ୍ତ ବର୍ଣ୍ଣର ଚନ୍ଦ୍ର ଦେଖାଯିବ ନାହିଁ କିନ୍ତୁ ଚନ୍ଦ୍ରକୁ ପ୍ରାୟ ୬୫ ପ୍ରତିଶତ ଘୋଡାଇଦେଇଥିବା ଏକ କଳା ରଙ୍ଗର ଛାଇ ସୃଷ୍ଟି ରୂପେ ଦେଖିହେବ ।

ଏହି ଆଂଶିକ ଚନ୍ଦ୍ର ଗ୍ରହଣ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା, ଦକ୍ଷିଣ ଆମେରିକା ଆଦି ମହାଦେଶରେ ଅନେକ ଅଞ୍ଚଳ ସହ ଭାରତ ତଥା ଓଡିଶାର ସମସ୍ତ ସ୍ଥାନରେ ଦୃଶ୍ୟମାନ ହେବ । ଆଂଶିକ ଗ୍ରହଣ ଆରମ୍ଭ ହେବ ଜୁଲାଇ ୧୭ ତାରିଖ ଭୋର ୧୨ଟା ୧୩ ମିନିଟ ସମୟରେ ଯେତେବେଳେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବ । କିନ୍ତୁ ଏହି ଦୃଶ୍ୟକୁ ଖାଲି ଆଖିରେ ଦେଖିହେବ ନାହିଁ । ଚନ୍ଦ୍ର ଭୋର ୧ଟା ୧୩ ମିନିଟରୁ ୪ଟା ୨୯ ମିନିଟ ପର୍ୟ୍ୟନ୍ତ ପୃଥିବୀର ଛାୟାରେ ରହିବ ଓ ସେହି ସମୟରେ ଆଂଶିକ ଚନ୍ଦ୍ର ଗ୍ରହଣ ଦୃଶ୍ୟକୁ ଖାଲି ଆଖିରେ ଦେଖିହେବ ।

ସୂଚନାଯୋଗ୍ୟ, ଚନ୍ଦ୍ର ପୃଥିବୀ ଚାରିପଟେ ଏବଂ ପୃଥିବୀ ସୂର୍ୟ୍ୟ ଚାରିପଟେ ଘୁରୁଛି । ଏହିଭଳି ବୁଲୁବୁଲୁ ଏହି ତିନୋଟି ପିଣ୍ଡ ବେଳେବେଳେ ଏକ ସରଳରେଖାରେ ରହିଥାନ୍ତି ଓ ସେହି ସମୟରେ ସୂର୍ୟ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଘଟିଥାଏ । ସୂର୍ୟ୍ୟ ପରାଗ ସମୟରେ ଚନ୍ଦ୍ର, ପୃଥିବୀ ଓ ସୂର୍ୟ୍ୟ ମଝିରେ ଏକ ସରଳରେଖାରେ ରହିଥାଏ ଓ ଚନ୍ଦ୍ର ଛାଇ ପୃଥିବୀ ଉପରେ ପଡିଥାଏ । ଚନ୍ଦ୍ରଗ୍ରହଣ ସମୟରେ ପୃଥିବୀ, ଚନ୍ଦ୍ର ଓ ସୂର୍ୟ୍ୟ ମଝିରେ ଏକ ସରଳରେଖାରେ ରହିଥାଏ ଓ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡିଥାଏ ।