ପ୍ରାୟ ଲୋକ ସକାଳର ନିଦ ଭାଙ୍ଗିବା ପାଇଁ ଘଣ୍ଟାରେ ଆଲାର୍ମ ଦେଇଶୋଇଥାନ୍ତି । କିଛି ଲୋକ ଘଣ୍ଟାର ଆଲାରାମ୍ ଶବ୍ଦକୁ ଖୁବ୍ ତୀବ୍ର କରି ରଖିଥାନ୍ତି ।ଜାଣନ୍ତି ଏହା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ? ଆଲାର୍ମର ତୀବ୍ରକଟୁ ଶବ୍ଦ ହୃଦୟ ଉପରେ ଚାପ ପକାଇପାରେ ।ଘଣ୍ଟାରେ ଆଲାରାମ୍ର ତୀବ୍ର ଶବ୍ଦ ହଠାତ୍ ନିଦକୁ ଭାଙ୍ଗିଦିଏ । କିନ୍ତୁ ଏହି କଟୁଶବ୍ଦ ହୃଦୟର ଗତିକୁ ଅଚାନକ୍ ବଢାଇ ଦେଇଥାଏ, ଯାହା ଘାତକ ସାବ୍ୟସ୍ତହୋଇପାରେ । ଚାଲନ୍ତୁ ଜାଣିବା ଆଲାର୍ମ କି କି କ୍ଷତି ପହଞ୍ଚାଏ?
ଷ୍ଟ୍ରେସ୍ ରିସ୍ପନ୍ସ: ଗଭୀର ନିଦରେ ଥିବା ବେଳେ ହଠାତ୍ ଆଲାର୍ମ ବାଜିବା ଦ୍ୱାରା ଶରୀର ଫାଇଟ୍ କିମ୍ବା ଫ୍ଲାଇଟ୍ ମୋଡକୁ ଚାଲିଯାଇଥାଏ । ଏହା ଷ୍ଟ୍ରେସ୍ ହର୍ମୋନ୍ କର୍ଟିସୋଲ୍ଏବଂ ଏଣ୍ଡ୍ରୋର୍ଫିନ୍ସ୍ତରକୁ ହଠାତ୍ ବଢାଇଦେଇଥାଏ । ହୃଦ୍ସ୍ପନ୍ଦନ ଅଚାନକ୍ ବଢିବାଦ୍ୱାରା ରକ୍ତଚାପ ମଧ୍ୟ ବଢିଥାଏ । ଫଳରେ ଶରୀରରେ ରକ୍ତ ପ୍ରବାହରେ ପରିବର୍ତ୍ତନ ଆସିଥାଏ । ଲଗାତାର ଏପରି ହେବାଦ୍ୱାରା ଉଚ୍ଚ ରକ୍ତଚାପ ଓ ହୃଦୟ ରୋଗ ଏବଂ ମେଟାବଲିଜିମ୍ ଜନିତ ସମସ୍ୟା ଉପୁଜିବାର ଆଶଙ୍କା ବଢିଥାଏ ।
ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ: ଆଲାର୍ମର ତୀବ୍ର ଶବ୍ଦ ସାରା ଦିନକୁପ୍ରଭାବିତ କରିଥାଏ । ଏପରିକି ଦିନର ଆରମ୍ଭ ମଧ୍ୟ ଚିଡଚିଡାପଣ ସହହୋଇଥାଏ । ଫଳରେ କୌଣସି କାମରେ ଧ୍ୟାନକେନ୍ଦ୍ରିତ କରିବା କଷ୍ଟ ହେବାସହ ଉତ୍ପାଦନ କ୍ଷମତା ହ୍ରାସ ପାଇଥାଏ । ଧୀରେ ଧୀରେ ଏହା ଆଙ୍ଗ୍ଜାଇଟିଓ ଅବସାଦ ପରି ସମସ୍ୟାର କାରଣ ସାଜିଥାଏ ।
ସ୍ଲିପ୍ ସାଇକେଲ୍ରେ ବାଧା: ମଣିଷଙ୍କ ନିଦ ୯୦ ମିନିଟ୍ର ସାଇକେଲ୍ଅନୁସାରେ ଚାଲିଥାଏ । ଯେଉଁଥିରେ ହାଲ୍କା, ଗଭୀର ଓ ରାପିଡ୍ ଆଇମୁଭ୍ମେଣ୍ଟ ସାଇକେଲ ସାମିଲ୍ ରହିଥାଏ । ଗଭୀର ନିଦ ବା ରାପିଡ୍ ଆଇମୁଭ୍ମେଣ୍ଟ୍ ସାଇକେଲ୍ରେ ଅଚାନକ୍ ଉଠିବା ଦ୍ୱାରା ନିଦ ଖୁବ୍ ପ୍ରଭାବିତହୋଇଥାଏ । ଫଳରେ ସାରାଦିନ ଥକ୍କାପଣ, ଅଳସୁଆ ଓ ଶକ୍ତିହୀନ ଅନୁଭବ ହୋଇଥାଏ ।
ଶ୍ରେଷ୍ଠ ବିକଳ୍ପ ଏପରି ସମସ୍ୟାକୁ ଦୂର କରିବାକୁ ସକାଳେ ଉଠିବା ପାଇଁ କଟୁ ଆଲାର୍ମରବ୍ୟବହାର ନ କରିବା ଭଲ । ଏହା ପରିବର୍ତ୍ତେ ହାଲ୍କା ଶବ୍ଦ ହେଉଥିବା ମୋବଇଲ୍ ଆଲାର୍ମ ବ୍ୟବହାର କରିପାରିବେ । ଏହା ଶରୀରକୁ ଅଚାନକ୍ଝଟକା ଦେଇ ନଥାଏ । ଏହା ବ୍ୟତୀତ ନିୟମିତ ଶୋଇବା ଓ ଉଠିବାର ସମୟକୁଫିକ୍ସ କରି ନିଅନ୍ତୁ । ଏକ ନିର୍ଦ୍ଧିଷ୍ଟ ସମୟରେ ନିଦ ଆପେ ଆପେ ଛାଡ଼ିଯିବ ।