ଦ୍ରୌପଦୀଙ୍କୁ ସମର୍ଥନ କରିବନି କଂଗ୍ରେସ; ନରସିଂହ କହିଲେ ‘ବିଜେପିର ନୀତି ଆଦର୍ଶରେ ସେ ପରିଚାଳିତ ହେଉଛନ୍ତି

Pic Credit : NDTV
ଭୁବନେଶ୍ବର,୨୩/୦୬: NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ନାହିଁ ରାଜ୍ୟ କଂଗ୍ରେସ। ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଦ୍ରୌପଦୀ ମୁର୍ମୁ ଜଣେ ଭଲ ମଣିଷ, ଭଲ ବିଧାୟିକା ଥିଲେ ମଧ୍ୟ। ମୋ ସହିତ ତାଙ୍କର ସମ୍ପର୍କ ବହୁତ ଭଲ ଏବଂ ମୁଁ ତାଙ୍କୁ ବ୍ୟକ୍ତିଗତ ଭାବରେ ଜାଣେ ବୋଲି କହିଛନ୍ତି ନରସିଂହ ମିଶ୍ର। କିନ୍ତୁ ଯେହେତୁ ସେ ବିଜେପିର ନୀତି ଆଦର୍ଶରେ ପରିଚାଳିତ ହେଉଛନ୍ତି, ତେଣୁ ତାଙ୍କୁ କଂଗ୍ରେସ ସମର୍ଥନ କରିବ ନାହିଁ। ତାଙ୍କୁ NDA ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ବିରୋଧି ଦଳ ତାଙ୍କର ପ୍ରାର୍ଥୀ ଘୋଷଣା କରିସାରିଛନ୍ତି, ତେଣୁ ଯାହାଙ୍କୁ ପ୍ରାର୍ଥୀ କରାଯାଇଛି ତାଙ୍କୁ ପଛରେ ପକାଇ ଦ୍ରୌପଦୀଙ୍କୁ ସମର୍ଥନ କରିବା ଉଚିିତ୍ ହେବ ନାହିଁ।
ସେପଟେ ଦ୍ରୌପଦୀଙ୍କୁ ସମର୍ଥନ କରିବାକୁ ନେଇ ସମସ୍ତ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ଯେପରି ଆମନ୍ତ୍ରଣ କରିଛନ୍ତି ତାକୁ କଟାକ୍ଷ କରିଛନ୍ତି ନରସିଂହ। ସେ ପ୍ରଶ୍ନ କରିଛନ୍ତି, ମୁଖ୍ୟମନ୍ତ୍ରୀଙ୍କର ଓଡ଼ିଆ ଭାବ ରହିଛି, ତାହେଲେ ଜଣେ ଅଣଓଡ଼ିଆକୁ ରାଜ୍ୟସଭାକୁ ପଠାଇଲେ କେମିତି? ରାଜ୍ୟରେ କ’ଣ ଓଡ଼ିଆ ପ୍ରାର୍ଥୀ ନଥିଲେ ବୋଲି କହିଛନ୍ତିି ନରସିଂହ।