PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଗଣ୍ଡବେଡ଼ା ଗାଁରେ ଶ୍ୱଶୁର ଘର ପଛପଟୁ ଜ୍ୱାଇଁର ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ବସ୍ତା : ବାଲେଶ୍ଵର ଜିଲ୍ଲା ବସ୍ତା-ଅମର୍ଦା ରୋଡ ରେଳ ଷ୍ଟେସନ ମଧ୍ୟବର୍ତ୍ତୀ ବ୍ରାହ୍ମଣଦା ଗ୍ରାମ ନିକଟ ରେଳ ଧାରଣା ପାର୍ଶ୍ଵରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଆଠମଲ୍ଲିକ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ହଣ୍ଡପା ଥାନା ଅନ୍ତର୍ଗତ ରଘୁନାଥପୁର ଗାଁ ପଡ଼ିଆରେ କ୍ରିକେଟ ଖେଳିବା ବେଳେ ପଡ଼ିଲା ଚଡ଼କ, ଜଣେ ମୃତ ଅନ୍ୟ ଜଣେ ଗୁରୁତର
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଗଙ୍ଗାଧର ପ୍ରସାଦ ଗାଁ ପଶ୍ଚିମେଶ୍ୱର ମନ୍ଦିର ନିକଟରେ ପିକଅପ୍ ଭ୍ୟାନ ଓ ଟ୍ରକ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର୍ ଗୁରୁତର
  • ||
  • ଭୁବନେଶ୍ଵର : ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ, ରାଉରକେଲା ପାଇଁ ଭୂପେନ୍ଦ୍ର ସିଂ ପୁନିଆ, ଭୁବନେଶ୍ଵରରେ ରଘୁ ଜି
  • ||
  • ବଲାଙ୍ଗୀର : ଧୁମ୍‌ଧାମ୍‌ରେ ପାଳିତ ହେଲା ବଲାଙ୍ଗୀରର ବଏଲ ଯାତ୍ରା, ସମାଜର ମଙ୍ଗଳ ଉଦ୍ଦେଶ୍ୟରେ ଦେବୀଙ୍କ ଆରାଧନା କଲେ ଶ୍ରଦ୍ଧାଳୁ
  • ||
  • ମୁନିଗୁଡ଼ା : ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ କାମାରି ଗାଁ ନିକଟ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର : ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ
  • ||
  • ଭୁବନେଶ୍ଵର : ଆଜି ପୀଠରେ ଦଶମୀ ; ମଣ୍ଡପରେ ମହାନବମୀ, ଚଣ୍ଡୀପାଠରେ କମ୍ପୁଛି ପୂଜା ମଣ୍ଡପ
  • ||
  • କୋଣାର୍କ : ଲଘୁଚାପ ପ୍ରଭାବରେ ସୋମବାର ରାତିରୁ କୋଣାର୍କରେ ପ୍ରବଳ ବର୍ଷା ହୋଇ ସୂର୍ଯ୍ୟମନ୍ଦିରରେ ଜମିଲା ପାଣି, ପର୍ଯ୍ୟଟକ ନିରାଶ
  • ||

ଧୋନିଙ୍କ ସନ୍ୟାସ ପ୍ରସଙ୍ଗରେ ଗମ୍ଭୀରଙ୍କ ଜବରଦସ୍ତ ପ୍ରତିକ୍ରିୟା: କହିଲେ- ଧୋନିଙ୍କୁ ବାହାର କରି ଏହି ଖେଳାଳୀଙ୍କୁ ଦିଆଯାଉ ସୁଯୋଗ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ବ୍ୟାଟ୍ସମ୍ୟାନ ଗୈାତମ ଗମ୍ଭୀର ଧୋନିଙ୍କ ସନ୍ୟାସ ପ୍ରସଙ୍ଗରେ ଜବରଦସ୍ତ ପ୍ରତିକ୍ରିୟା ଦେଇଛନ୍ତି। ଗମ୍ଭୀର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ୨୦୧୨ର ଅଷ୍ଟ୍ରେଲିଆ ସିରିଜରେ ରୋଟେସନ୍ ସ୍କିମ୍ ଜରିଆରେ ସେହବାଗ୍, ସଚ୍ଚିନ ଏବଂ ଗମ୍ଭୀରଙ୍କୁ ଏକା ସାଙ୍ଗରେ ପ୍ଲେଇଙ୍ଗ-୧୧ରେ ଖେଳିବାକୁ ଦିଆଯାଉନଥିଲା। କାରଣ ଆମ ତିନିଜଣଙ୍କର ଫିଲଡିଂ ଭଲ ନୁହେଁ ବୋଲି ଧୋନି କହୁଥିଲେ।

ଗମ୍ଭୀରଙ୍କ କହିବାନୁସାରେ, ୨୦୧୨ମସିହାରେ ଧୋନି ନିଷ୍ପତ୍ତି ନେଇସାରିଥିଲେ କି ୨୦୧୫ ବିଶ୍ବକପରେ ଆମେ ଖେଳିବୁ ନାହିଁ। ତେଣୁ ଏହି କାରଣରୁ ପ୍ଲେଇଙ୍ଗ-୧୧ରେ ଆମ ତିନିଜଣଙ୍କୁ ଏକା ସହ ଖେଳିବାକୁ ମଉକା ଦିଆଯାଇନଥିଲା। ସେହି ସମୟରେ ଧୋନିଙ୍କର ଏଭଳି ନିଷ୍ପତ୍ତି ଆମମାନଙ୍କୁ ବହୁତ ବଡ଼ ଝଟକା ଦେଇଥିଲା ବୋଲି ଗମ୍ଭୀର କହିଛନ୍ତି।

ଗମ୍ଭୀର ଏହା ବି କହିଛନ୍ତି ଯେ, ଧୋନି ଅଧିକାୟକ ଥିବା ସମୟରେ ଭବିଷ୍ୟତ ତଥା ଖେଳାଳୀମାନଙ୍କ ବିଷୟରେ ଭାବୁଥିଲେ। ତେବେ ଏବେ ଧୋନିଙ୍କୁ ଛାଡ଼ିବା ସମୟ ଆସିଛି । ଯେତେବେଳେ ଖେଳାଳିଙ୍କ ଦକ୍ଷତା ଦେଖାଯିବ ସେତେବେଳେ ଇମୋସନ୍ ନୁହେଁ ବରଂ ବାସ୍ତବତାକୁ ଦେଖି ନିଷ୍ପତ୍ତିକୁ ନେବା ଜରୁରୀ ବୋଲି ସେ କହିଛନ୍ତି।

ଏବେ ଋଷବ ପନ୍ଥ, ସାମସନ୍ ଏବଂ ଈଶାନଙ୍କ ଭଳି ବିସ୍ଫୋରକ ଓ୍ବିକେଟକିପରଙ୍କ ଉପରେ ଧ୍ୟାନ ଦେବା ଜରୁରୀ। କାରଣ ସମୟ ଆସିଛି ଯଦି ଏମାନଙ୍କୁ ମଉକା ଦିଆଯିବ ତେବେ ଭବିଷ୍ୟତରେ ଏମାନେ ଭଲ ପ୍ରଦର୍ଶନ କରିପାରିବେ। ତେବେ ଖେଳରୁ ଧୋନିଙ୍କୁ ବାହାରକରି ଅନ୍ୟ ଯୁବ ଖେଳାଳୀଙ୍କୁ ସୁଯୋଗ ଦେବାର ଆବଶ୍ୟକତା ରହିଛି ବୋଲି ଗମ୍ଭୀର କହିଛନ୍ତି।