ଶ୍ରୀଲଙ୍କାରୁ ଆଇଏସର ୧୫ ସନ୍ଦିଗ୍ଧ ଆତଙ୍କବାଦୀ ସମୁଦ୍ରପଥରେ ଲକ୍ଷାଦ୍ବୀପକୁ ଆସିଥିବା ଖବର, ହାଇଆର୍ଲଟରେ କେରଳ

ନୂଆଦିଲ୍ଲୀ,୨୬।୫: ଇସଲାମିକ୍ ଷ୍ଟେଟ୍(ଆଇଏସ୍ଆଇଏସ୍) ପାଇଁ ସନ୍ଦିଗ୍ଧ ୧୫ ଆତଙ୍କବାଦୀ ନୌକାରେ ବସି ଶ୍ରୀଲଙ୍କାରୁ ଲକ୍ଷାଦ୍ବୀପ ଅଭିମୁଖେ ଆସିଛନ୍ତି। ଗୁଇନ୍ଦା ରିପୋର୍ଟ ଅନୁସାରେ କେରଳର ଉପକୂଳବର୍ତ୍ତୀ ଅଞ୍ଚଳରେ ହାଇଆର୍ଲଟ ଜାରି କରିଛନ୍ତି। ପୋଲିସ ବିଭାଗରେ ଉଚ୍ଚ ବିଭାଗରେ ଉଚ୍ଚ ପଦସ୍ଥ ସୁତ୍ର ଅନୁସାରେ ତଟରକ୍ଷୀ ପୋଲିସ ଥାନା ଓ ତଟବର୍ତ୍ତୀ ଜିଲ୍ଲା ପୋଲିସ ପ୍ରମୁଖଙ୍କୁ ସତର୍କ କରିଦେଇଛନ୍ତି। ପୋଲିସର ଜଣେ ଶୀର୍ଷ ଶ୍ରେଣୀର ସୁତ୍ରରୁ କୁହାଯାଇଛି ’ଏଭଳି ଆର୍ଲଟ ସାଧାରଣ ରହିଛି, କିନ୍ତୁ ଏଥର ଆମ ପାଖରେ ସଂଖ୍ୟାକୁ ନେଇ ବିଶେଷ ସୂଚନା ରହିଛି।
ଏଭଳି କୌଣସି ମଧ୍ୟ ସନ୍ଦିଗ୍ଧ ନୌକାକୁ ଦେଖିବାର ସ୍ଥିତିରେ ଆମେ ତଟରକ୍ଷୀ ପୋଲିସ ଥାନା ଓ ଜିଲ୍ଲା ପୋଲିସ ପ୍ରମୁଖଙ୍କୁ ସତର୍କ ରହିବାକୁ କହିଛନ୍ତି ’ତଟରକ୍ଷୀ ପୋଲିସ ବିଭାଗ କହିଛି ଯେ ସେ ୨୩ ମଇରୁ ହିଁ ଆର୍ଲଟ କରିସାରିଛି। ଏହି ଦିନ ତାଙ୍କୁ ଶ୍ରୀଲଙ୍କାରୁ ସୂଚନା ମିଳିଥିଲା। ତଟରକ୍ଷୀ ବିଭାଗର ସୁତ୍ର ଏହାର ସୂଚନା ଦେଇ କହିଛନ୍ତି ’ଶ୍ରୀଲଙ୍କାରେ ଆକ୍ରମଣ ଘଟଣା ପରେ ଆମେ ଲୋକଙ୍କୁ ସତର୍କ କରିଛୁ। ଆମେ ମାଛ ଧରିଥିବା ନୌକାର ମାଲିକ ଓ ସମୁଦ୍ରକୁ ଯାଉଥିବା ଅନ୍ୟ ଲୋକଙ୍କ ଠାରୁ କୌଣସି ସନ୍ଦିଗ୍ଧ ଗତିବିଧିକୁ ନେଇ ସତର୍କ ରହିବାକୁ କହିଛନ୍ତି ଯେ, ଶ୍ରୀଲଙ୍କାରେ ଇଷ୍ଟରରେ ଏହି ଅବସରରେ ହୋଇଥିବା ସିରିଜ୍ ବୋମା ଦୁର୍ଘଟଣା ପରେ କେରଳ ହାଇଆଲର୍ଟରେ ରହିଛି।
ଏନଆଇଏଙ୍କ ତଦନ୍ତରେ ଏହି ଖୁଲାସା ହୋଇଛି ଯେ, ଆଇଏସ୍ଆଇଏସର ଆତଙ୍କବାଦୀ ରାଜ୍ୟରେ ଆକ୍ରମଣର ଷଡଯନ୍ତ୍ର ରଚିଛନ୍ତି। ଗୁଇନ୍ଦା ଏଜେନସିର କହିବା ଅନୁସାରେ ଏବେ ମଧ୍ୟ କେରଳରେ ବହୁ ଲୋକଙ୍କର ଆଇଏସ୍ଆଇଏସ୍ ସହିତ ସମ୍ପର୍କ ରହିଛି। ନିକଟରେ ଇରାକ ଓ ସିରିୟାରୁ ଆଇଏସ୍ଆଇଏସର ସଫେଇ କରାଯାଇ ସାରିଛି। ଶ୍ରୀଲଙ୍କାରେ ୨୧ ଅପ୍ରେଲରେ ୮ଟି ସିରିଜ୍ ବିସ୍ଫୋରଣରେ ୨୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଇସଲାମିକ୍ ଷ୍ଟେଟ୍ ଏହି ଘଟଣାର ଦାୟିତ୍ବ ନେଇଥିଲେ।