ପାଣି ଟାଙ୍କି ଫାଟି ଗାଁରେ ପଶିଲା ପାଣି

ମାଲକାନଗିରି,୧୮।୩: ମାଲକାନଗିରି ଜିଲ୍ଲାରେ ପାନୀୟ ଜଳ ସଙ୍କଟ ଲାଗିରହିଥିବା ବେଳେ ମାଲକାନଗିରି ମ୍ୟୁନିସିପାଲିଟିର ଏକନମ୍ବର ୱାର୍ଡ ଚଲାଣଢେପ ନିକଟ ମୁଖ୍ୟ ରାସ୍ତା ପାର୍ଶରେ ନୂତନ ଭାବେ କରାଯାଇଥିବା ପାଣି ଟାଙ୍କି ଫାଟି ଗତ କିଛିଦିନ ହେଲା ଅନବରତ ପାଣି ଭାସୁଛି। ଆଗାମୀ ଗ୍ରୀଷ୍ମ ଋତୁରେ ସଦର ମହକୁମାରେ ଜଳାଭାଵ ଦୂର ପାଇଁ ପୂର୍ବ ପ୍ରସ୍ତୁତି କରିବା ବଦଳରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଓ ନିମ୍ମ ମାନର କାମ ଯୋଗୁଁ ଜନସ୍ଵାସ୍ଥ୍ୟ ବିଭାଗର ପାଣି ଟାଙ୍କି ରୁ ଅହରହ ପାଣି ବାହାରି ପାଚେରୀ କାନ୍ଥ ଭୁଶୁଡି ପଡିଛି। ଗ୍ରାମର ଓ ଜମି ଏବଂ ପୋଖରୀ ପାଣି ଭର୍ତ୍ତି ହୋଇ ବ୍ୟାପକ କ୍ଷତି ଘଟିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଆମେ ଜନ ସ୍ଵାସ୍ଥ୍ୟ ବିଭାଗ ଯନ୍ତ୍ରୀ ଙ୍କୁ ଫୋନ ଯୋଗେ ଯୋଗା ଯୋଗ କରିଥିଲେ ମଧ୍ୟ ତାଙ୍କ ମୋବାଇଲ ସୁଇଚ ଅଫ ଥିବାରୁ ମତା ମତ ମିଳିନାହିଁ।