PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଯେଉଁ ଟିମ୍ ଯେତେ ପରିବର୍ତ୍ତନ କରିଛି ସେ ଅଧିକ ହାରିଛି,୨ ବର୍ଷରେ ଭାରତୀୟ ଟିମ୍ ପାଇଁ ଖେଳିଛନ୍ତି ଏତେ ଜଣ ଖେଳାଳି

ନୂଆଦିଲ୍ଲୀ,୨୩।୭: ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ଟିମ୍ ଇଣ୍ଡିଆର ଘୋଷଣା କରାଯାଇଛି। ବିଶ୍ବକପ୍ ସେମିଫାଇନାଲରେ ପରାଜୟ ପରେ ଚୟନକର୍ତ୍ତା ଏଥର ଟିମରେ ୫ଟି ପରିବର୍ତ୍ତନ କରିଛନ୍ତି। ଖରାପ ପ୍ରଦର୍ଶନ କାରଣରୁ କିଛି ଖେଳାଳିଙ୍କୁ ବାହାର କରାଯାଇଛି, ସେଭଳି କିଛି ଖେଳାଳିଙ୍କୁ ମଧ୍ୟ ଆରାମ ଦିଆଯାଇଛି। ଏହାପଛର ଲକ୍ଷ୍ୟ କେବଳ ଏହା ହେଉଛି ଯେ,ଟିମର ପ୍ରଦର୍ଶନ ଯେପରି ସୁଧାରି ହେବ। ମନିଷ ପାଣ୍ଡେ, ଶ୍ରେୟସ ଅୟର ଓ ନଭଦ୍ବୀପ ସେନୀଙ୍କୁ ଓ୍ବାନଡେରେ ସୁଯୋଗ ଦିଆଯିବ।


ଟେଷ୍ଟରେ ଅଶ୍ବିନୀ ଓ ସାହାଙ୍କୁ ଏକ ବର୍ଷ ପରେ ପୁଣିଥରେ ସାମିଲ କରାଯାଇଛି। ଟି-୨୦ ଟିମରେ ରାହୁଲ ଚହର ନୂଆ ନୂଆ ଚେହେରା। ଏବେ ଭଲ ରେଜଲ୍ଟ ପାଇଁ ଏହି ଖେଳାଳିଙ୍କୁ ଅଧିକରୁ ଅଧିକ ସୁଯୋଗ ଦେବାକୁ ହେବ। କାରଣ ଗତ ୨ ବର୍ଷର ପରିସଂଖ୍ୟନକୁ ଯଦି ଦେଖିବା ତେବେ​‌ ଯେଉଁ ଟିମ୍ ଇଣ୍ଟରନ୍ୟାସନାଲ କ୍ରିକେଟ(ଟେଷ୍ଟ, ଓ୍ବାନେଡେ,ଟି-୨୦)ରେ ସବୁଠାରୁ ଅଧିକ ଖେଳାଳି ବଦଳାଇଛି ତା’ର ଜିତିବାର ପ୍ରତିଶତ ହ୍ରାସ ପାଇଛି। ଯେଉଁ ଟିମ ଦଳରେ କମ୍ ପରିବର୍ତ୍ତନ କରିଛି ତାଙ୍କର ଜିତିବାର ପ୍ରତିଶତ ଅଧିକ ରହିଛି।

ଗତ ୨ ବର୍ଷର ପରିସଂଖ୍ୟନକୁ ଯଦି ଦେଖିବା ତେବେ ଓ୍ବାନଡେରେ  ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ସବୁଠାରୁ କମ୍ ଖେଳାଳିଙ୍କୁ ପରିବର୍ତ୍ତନ କରିଛି। ନ୍ୟୁଜିଲାଣ୍ଡ ୨୨ ଜଣକ ଏବଂ ଇଂଲଣ୍ଡ ୨୫ ଜଣ ଖେଳାଳିଙ୍କୁ ପରିବର୍ତ୍ତନ କରିଛି। ଅର୍ଥାତ ନିଜର ଖେଳାଳିଙ୍କ ଉପରେ ଭରଷା ଏହି ଦୁଇଟି ଟିମ୍ ଦେଖାଇଛି। ଏହାର ଫଳାଫଳ ନିକଟରେ ଶେଷ ହୋଇଥିବା ବିଶ୍ବକପରେ ଦେଖିବାକୁ ମିଳିଛି। ଦୁଇ ଟିମ୍ ଫାଇନାଲରେ ସ୍ଥାନ ପାଇଥିଲେ। ସେଭଳି ଟି-୨୦ରେ ଶ୍ରୀଲଙ୍କା ସବୁଠାରୁ ଅଧିକ ୩୬ ଖେଳାଳିଙ୍କୁ ଖେଳାଇଛି। ୨୧% ମ୍ୟାଚ ଜିତିଛି। ଭାରତ ୨୯ ଖେଳାଳିଙ୍କୁ ସ୍ଥାନ ଦେଇ ୬୭% ମ୍ୟାଚ ଜିତିଛି।

ଶ୍ରୀଲଙ୍କା ଟେଷ୍ଟରେ ସବୁଠାରୁ ଅଧିକ ୩୦ ଖେଳାଳିଙ୍କୁ ସ୍ଥାନ ଦେଇ ୩୫ ପ୍ରତିଶତ ମ୍ୟାଚ ଜିତିଥିବା ବେଳେ ଭାରତ ୨୪ ଖେଳାଳିଙ୍କୁ ନେଇ ଦେଇ ୫୦% ମ୍ୟାଚ ଜିତିଛି। ସେଭଳି ଓ୍ବାନଡେରେ ସବୁଠାରୁ ଅଧିକ ଶ୍ରୀଲଙ୍କା ୪୪ ଖେଳାଳିଙ୍କୁ ସୁଯୋଗ ଦେଇ ୨୪% ମ୍ୟାଚ ଜିତିଛି। ସେଭଳି ଭାରତ ୩୦ ଖେଳାଳିଙ୍କୁ ପରିବର୍ତ୍ତନ କରି  ୭୨% ମ୍ୟାଚ ଜିତିଛି। ସେଭଳି ଭାରତ ମୋଟ ୨ ବର୍ଷ ଭିତରେ ୪୩ ଜଣ ଖେଳାଳିଙ୍କୁ ସୁଯୋଗ ଦେଇଛି।

ଭାରତୀୟ ଟିମ୍ ଅୟରଙ୍କ ସହିତ ୪ ନମ୍ବର ସ୍ଥାନରେ ଦୁଇଟି ନୂଆ ଖେଳାଳିଙ୍କୁ ସ୍ଥାନ ଦେଇଛି। ଓ୍ବାନଡେରେ ୪ ନମ୍ବରରେ ଲୋକେଶ ରାହୁଲଙ୍କ ବ୍ୟତୀତ ଅୟର ଓ ମନିଷ ପାଣ୍ଡେଙ୍କୁ ସୁଯୋଗ ଦିଆଯିବ। ଏହି ସ୍ଥାନରେ ଗତ ୨ ବର୍ଷରେ ସର୍ବାଧିକ ୧୧ ଜଣ ଖେଳାଳିଙ୍କୁ ସ୍ଥାନ ଦିଆଯାଇଛି। କିନ୍ତୁ ୫୮ଟି ମ୍ୟାଚରେ ଏହି ଖେଳାଳି କେବଳ ୭ ଥର ୫୦ରୁ ଅଧିକ ସ୍କୋର କରିଛନ୍ତି ଓ ଷ୍ଟ୍ରାଇକ୍ ରେଟ୍ ୮୨ ଥିଲା। ସେଭଳି ଇଂଲଣ୍ଡ ଏହି ନମ୍ବରରେ କେବଳ ୪ ଜଣ ଖେଳାଳିଙ୍କୁ ପରିବର୍ତ୍ତନ କରିଛ  ଓ ୫୧ଟି ମ୍ୟାଚରେ ଖେଳାଳିମାନେ ୫୦ରୁ ଅଧିକ ସ୍କୋର କରିଛନ୍ତି ଓ ଷ୍ଟାଇକ ରେଟ ୯୯ ଥିଲା।

ସମ୍ବନ୍ଧିତ ଖବର