ନୟାଗଡ଼ ସମ୍ପଡ଼ା ଚିନ୍ତାମଣି ବିଦ୍ୟାପୀଠର କମ୍ପ୍ୟୁଟର ଲ୍ୟାବରେ ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ

ନୂଆଗାଁ, ୨୩/୦୫: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ସମ୍ପଡ଼ା ଚିନ୍ତାମଣି ବିଦ୍ୟାପୀଠ ଚୋରି ହୋଇଥିବା ସୂଚନା । କମ୍ପ୍ୟୁଟର ଲ୍ୟାବ ରୁମ୍ ତାଲାଭାଙ୍ଗି ଚୋର ମନିଟର ନେଇ ପଳାଇଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ଗତକାଲି ରାତିରେ ୨ ଜଣ ଦୁର୍ବୃତ୍ତ ମୁଁହରେ କପଡ଼ା ଲଗାଇ କମ୍ପ୍ୟୁଟର ଲ୍ୟାବ୍ ରୁମ୍ ତାଲା ଭାଙ୍ଗି ସିସିଟିଭି ଭାଙ୍ଗିବା ସହ ୨ଟି ମନିଟର ଚୋରି କରିଥିଲେ । ଚୋରିର ସମସ୍ତ ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଥବା ବିଦ୍ୟାଳୟର ପ୍ରଧାନଶିକ୍ଷକ ଭୀମସେନ ସାହୁ ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ନୂଆଗାଁ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବିଦ୍ୟାଳୟରେ ଏଭଳି ଚୋରି ଘଟଣାକୁ ଜନସାଧାରଣ ନିନ୍ଦା କରିଛନ୍ତି ।