PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ଗାଁରେ ବାଘ ଆତଙ୍କ, ପୁଣି ଗୁହାଳରୁ ଗାଈକୁ ଟାଣି ନେଇ ଖାଇଲା

ନୂଆପଡ଼ା, ୨।୪: ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ବେଲରଦନା ଗାଁରେ ବାଘ ଆତଙ୍କ । ଗତକାଲି ରାତିରେ କଲରା ପତାରିଆ ବାଘ ଗୁହାଳରୁ ଗାଈକୁ ଟାଣି ନେଇ ଖାଇଯାଇଛି ।  ବେଲରଦନା ଗାଁର ଅର୍ଜୁନ ଧରୁଆଙ୍କ ଗାଈକୁ ଗୁହାଳରେ ବାନ୍ଧି ରଖିଥିଲେ । ଆଜି ସକାଳୁ ଉଠି ଦେଖିବା ବେଳକୁ ଗାଈ ଗୁହାଳରେ ନଥିଲା । ପରିବାର ଲୋକେ ଖୋଜାଖୋଜି କରିବାରୁ ଗାଁ ନିକଟ ବଙ୍ଗାଘାଟି ଜଙ୍ଗଲରେ ଗାଈର ମୃତଦେହ ପଡ଼ିଥିଲା । ତେବେ ପାରିପାର୍ଶ୍ୱିକ ସ୍ଥିତିରୁ ଗାଈକୁ ବାଘ ଶିକାର କରିଥିବା ଗାଁ ଲୋକେ ଅନୁମାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ ବନ ବିଭାଗ ପହଞ୍ଚି ନଥିବା ଗାଁ ଲୋକେ କହିଛନ୍ତି ।