ବ୍ୟାସନଗର,(ଆପ୍ର ): ପାର୍ବଣ ଋତୁର ଆଗମନରେ ସଜାଇ ହୋଇଥିବା ବ୍ୟାସନଗର ସହରକୁ ବର୍ଷା ନଷ୍ଟ କରିଦେଇଛି l ଲଗାଣ ବର୍ଷା ଯୋଗୁଁ ପୂଜା ମଣ୍ଡପର ତୋରଣ ଗୁଡିକ ଭୁଶୁଡି ପଡିଛି l ବର୍ଷାର ପ୍ରକୋପ ପୂଜାର ମଜାକୁ ପାଣିଚିଆ କରିଦେଇଛି l ବଡ଼ବଡ଼ ଗେଟ ଗୁଡିକ ରାସ୍ତା ଉପରେ ମୁହଁମାଡି ପଡିଥିବାରୁ ଯାତାୟାତରେ ବାଧା ଉପୁଜିଛି l
ରାଇସମିଲ ପୂଜା ମଣ୍ଡପର ଲାଇଟ ଗେଟ ଗୋପବନ୍ଧୁ ଛକରେ ଗଳିପଡିଥିବା ବେଳେ ନହକା ପାତ୍ର ବଜ଼ାର ପୂଜା ମଣ୍ଡପର ଗେଟ ଗୋଲେଇଛକ ନିକଟରେ ପଡିଯାଇଛି l ଗୋପବନ୍ଧୁ ଛକ ଗେଟ ତଳେ କନ୍ତୋର ତେଲଗୁ ସାହିର ଅମର ନାଥ ନାମକ ବ୍ୟକ୍ତିର ଅଟୋ ଚାପିହୋଇ ଭାଙ୍ଗି ଯାଇଥିଲେହେଁ ଯାତ୍ରୀ ଅଳ୍ପକେ ବର୍ତ୍ତୀ ଯାଇଥିବା ଜଣାପଡିଛି l ପ୍ରଶାସନ ପକ୍ଷରୁ ଗଳି ପଡ଼ିଥିବା ତୋରଣ କୁ ହଟାଇବା କାମ ଆରମ୍ଭ ହୋଇଛି l