PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ବିହାରରେ ପୁଣି ଏନସେଫେଲାଇଟସ; ଏପର୍ଯ୍ୟନ୍ତ ମଲେଣି ୪୮ ଶିଶୁ, କମ୍ ପଡ଼ୁଛି ଆଇସିୟୁ

ମୁଜଫରପୁର ୧୨।୬:  ବିହାର ମୁଜଫରପୁର ଜିଲ୍ଲାରେ  ଏନସେଫେଲାଇଟସକୁ ନେଇ ପୁଣି ଆତଙ୍କ ବଢ଼ିବାରେ ଲାଗିଛି। ଏନସେଫେଲାଇଟସ ସିଣ୍ଡ୍ରୋମ ଯୋଗୁ ଏପର୍ଯ୍ୟନ୍ତ ୪୮ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଶିଶୁଙ୍କ ଅବସ୍ଥା ସଂକଟାପନ୍ନରହିଛି। ବର୍ତ୍ତମାନ ୬୦ଜଣ ଆକ୍ରାନ୍ତଙ୍କ ଶିଶୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏସକେଏମସିଏଚର ଶିଶୁ ରୋଗ ବିଭାଗର ଅଧ୍ୟକ୍ଷ ଡା. ଗୋପାଳ ଶଙ୍କର ସାହାନୀ କହିଛନ୍ତି, ଏନସେଫେଲଇଟସ୍ ର ପୃଷ୍ଟି କରିଥିବା ବେଳେ   ଅଧିକାଂଶ ରୋଗୀ ଗୁରୁତର ଅବସ୍ଥାରେ ଆସିଥିଲେ ବୋଲି କହିଛନ୍ତି। ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୪୮ଜଣଙ୍କ ମୃତ୍ୟୁ ହୋଇଛି। ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ନୂଆ ପିଆଇସିୟୁ ବିଭାଗ ଖୋଲା ଯାଇଛି। କିଛି ଶିଶୁ ଭଲ ହୋଇ ଘରକୁ ଫେରିଛନ୍ତି ବୋଲି ସେ କହିଛନ୍ତି।  

ଡା. ସାହାଣୀ କହିଛନ୍ତି ଯେ, ଶିଶୁଙ୍କଠାରେ ଦେଖା ଯାଉଥିବା ଲକ୍ଷଣକୁ ନେଇ ଚିକିତ୍ସା କରାଯାଉଥିବା କହିଛନ୍ତି। ଏଇଏସ ଆକ୍ରାନ୍ତ ଶିଶୁଙ୍କଠାରେ ଭୀଷଣ ଜ୍ବର ସହ ଶିଶୁ ମୋଡିଭିଡି ହେଉଛନ୍ତି। ସାମାନ୍ୟ ଅବହେଳା ହେଲେ ଜ୍ବର ବଢିବା ସହ ଶିଶୁ ବେହୋସ ହେଉଛନ୍ତି। ଯେଉଁମାନଙ୍କୁ ବଞ୍ଚାଇବା କଷ୍ଟକର ହୋଇପଡୁଥିବା ଡାକ୍ତର କହିଛନ୍ତି। ଏଇଏସ ସଂକ୍ରମଣକୁ ଦୃଷ୍ଟିରେରଖି  ଏସକେଏମସିଏଚ୍ ପକ୍ଷରୁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଏବେ ୨୪ ଘଣ୍ଟିଆ ଡ୍ୟୁଟିରେ ନିୟୋଜିତ କରାଯାଇଛି।  ଗୁଳଗୁଳି ଓ ଗରମ ଯୋଗୁ ଏଇଏସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଡାକ୍ତର କହିଛନ୍ତି।