PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

୧୦ ମିନିଟରେ ସ୍ତ୍ରୀ ଘରେ ନ ପହଞ୍ଚିବାରୁ ଫୋନରେ ତିନ୍ ତଲାକ୍ ଦେଲା ସ୍ବାମୀ

ଉତ୍ତରପ୍ରଦେଶ: ମୁହଁରେ ନୁହେଁ କି କୈାଣସି କାଗଜ ପତ୍ରରେ ନୁହେଁ ସିଧାସଳଖ ଫୋନରେ କହିଲା ତିନ୍ ତଲାକ୍। ଦେଇଥିବା ସମୟ ଭିତରେ ସ୍ତ୍ରୀ ଘରେ ନ ପହଞ୍ଚିବାରୁ ସ୍ବାମୀ ଦେଇଛି ଛାଡ଼ପତ୍ର। ଏମିତି  ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଏଟା ଥାନା ଅନ୍ତର୍ଗତ ନୂଆଗାଁରେ।

 ଅଲିପୁର ବାସିନ୍ଦା ଶୁମ୍ବୁଲ ବେଗମ (ସ୍ତ୍ରୀ)ର ଜେଜେମାଙ୍କ ଦେହ ଖରାପ ଥିବାରୁ ତାଙ୍କୁ ଦେଖିବାକୁ ବାପାଘର ଯାଇଥିଲା। ଅଧଘଣ୍ଟାରେ ଘରକୁ ଆସିଯିବା ପାଇଁ ସ୍ବାମୀ ଯିବା ପୂର୍ବରୁ ସ୍ତ୍ରୀକୁ କହିଥିଲା। ମାତ୍ର ଘରକୁ ଆସିବା ପାଇଁ ଦେଇଥିବା ସମୟଠାରୁ ୧୦ମିନିଟ୍ରୁ ଅଧିକ ସମୟ ଲାଗିଯାଇଥିଲା। ସେହି ସମୟ ଭିତରେ ହିଁ ଶୁମ୍ବୁଲର ଦିଅର ଫୋନ୍ ନେଇ ତାଙ୍କ ଘରେ ପହଞ୍ଚି ଯାଇଥିଲେ। ଦିଅର ଶୁମ୍ବୁଲକୁ ଫୋନ୍ ଦେଲା ଏବଂ କହିଲା କି, ଭାଇ ତୁମ ସହ କଥା ହେବାକୁ ଚାହୁଁଛନ୍ତି। ଯେମିତି ଶୁମ୍ବୁଲ କାନରେ ଫୋନଟି ଦେଇଛି ସଙ୍ଗେ ସଙ୍ଗେ ସ୍ବାମୀ କହିଦେଲା- ତଲାକ୍ ତଲାକ୍ ତଲାକ୍। ମୋବାଇଲରେ ତିନ୍ ତଲାକ୍ ଶୁଣିବା ପରେ ଶୁମ୍ବୁଲ ଯାଇ ପହଞ୍ଚିଥିଲା ପୁଲିସ ଥାନାରେ। ଶ୍ବଶୁର ଘର ବିରୋଧରେ ଏକ ମାମଲା ରୁଜୁ କରିଛି ପୀଡ଼ିତା।

ପୀଡ଼ିତାଙ୍କ କହିବାନୁଯାୟୀ, ଦେଢ଼ ବର୍ଷ ହେଲା ତାଙ୍କ ବାହାଘର ଅଫରୋଜ ହୁସେନଙ୍କ ସହିତ ହୋଇଥିଲା। ବାହାଘର ପରେ ଶାଶୁଘର ଲୋକେ ଯୈାତୁକ ମାଗୁଥିଲେ। ମାତ୍ର ତାଙ୍କ ବାପା ଯୈାତୁକ ଦେବାକୁ ସକ୍ଷମ ନ ଥିଲେ। ଯେଉଁଥିପାଇଁ ଶାଶୁ ଘର ଲୋକେ ବାହାଘର ଦିନଠାରୁ ସବୁବେଳେ ମାଡ଼ ମାରୁ ଥିଲେ। ଏମିତି କି ମାରିବା ସମୟରେ ପେଟରେ ଥିବା ପ୍ରଥମ ଛୁଆ ବି  ନଷ୍ଟ ହୋଇସାରିଛି। ଦିନେ ଶାଶୁ, ଜାଆ ଏମିତି ମାଡ଼ ମାରି ମାରି ଘରୁ ବାହାର କରିଦେଇଥିଲେ। ଏବଂ ଘରକୁ ନ ଆସିବା ପାଇଁ ଧମକ ମଧ୍ୟ ଦେଇଥିଲେ। ଏଟାର ଏସ୍ଏସପି ଆଶିଷ ତିଓ୍ବାରୀ କହିଛନ୍ତି, ପୀଡ଼ିତାଙ୍କ କହିବାନୁସାରେ ମାମଲା ରୁଜୁ କରାଯାଇଛି। ତାଙ୍କ ସ୍ବାମୀ ହାଇଦ୍ରାବାଦରେ ରହୁଛନ୍ତି। ଯଥାଶୀଘ୍ର ତାଙ୍କଠାରୁ ମଧ୍ୟ ରେକର୍ଡ଼ ବୟାନ କରାଯିବ ଓ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ସୂଚନା ଦେଇଛି।  

ସମ୍ବନ୍ଧିତ ଖବର