PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ମାନବାଧିକାର ପ୍ରବକ୍ତା ଆଲେସ୍ ବାଲିଆସ୍କି ସହ ଦୁଇଟି ସଂଗଠନକୁ ମିଳିବ ପୁରସ୍କାର
  • ||
  • ଭୁବନେଶ୍ଵର : ଓଡ଼ିଶା ଲଳିତ କଳା ଏକାଡେମୀ ଉପସଭାପତି ତଥା ବିଶିଷ୍ଟ ଶିଳ୍ପୀ ଶ୍ରୀନିବାସ ପଢ଼ିଆରୀଙ୍କ ପରଲୋକ
  • ||
  • ମୁରିବାହାଲ : ଭିଜିଲାନ୍ସ ଜାଲରେ ମୁରିବାହାଲ ବ୍ଲକ APO ସୁଶାନ୍ତ କୁମାର ଦାସ, ୪୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ
  • ||
  • ବାଙ୍ଗିରିପୋଷି : ଶୌଚ ହେବାକୁ ଯାଇଥିବା ବେଳେ ଆକ୍ରମଣ କଲା ଦନ୍ତା, ଯୁବକ ମୃତ
  • ||
  • ଭୁବନେଶ୍ୱର : ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୨୫ ପୂର୍ବରୁ ଓଡ଼ିଶା ଛାଡ଼ିବନି ମୌସୁମୀ
  • ||
  • ଭଦ୍ରକ : ନଭେମ୍ୱର ୩ରେ ଧାମନଗର ଉପନିର୍ବାଚନ, ଆଜିଠୁ ନାମାଙ୍କନ ପତ୍ର ଦାଖଲ
  • ||
  • ତେଲକୋଇ : ଶୁଝି ପାରିଲେନି କିସ୍ତି, ଆତ୍ମହତ୍ୟା କଲେ ଅସହାୟ ଟ୍ରକ ମାଲିକ
  • ||
  • ମୋହନା : ଜଙ୍ଗଲରୁ ବିପୁଳ ପରିମାଣର କାଠ ଗଣ୍ଡି ଜବତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୬୩ ପଜିଟିଭ୍ ଚିହ୍ନଟ
  • ||

ଯୌତୁକ ପାଇଁ ଶାଶୁଘର ଲୋକ ୨ ବର୍ଷ ଧରି ଖାଦ୍ୟ ନଦେଇ ମାରିଲେ, ମୃତଦେହର ଓଜନ ଦେଖି ଆଶ୍ଚର୍ଯ୍ୟ ହେଲା ପୋଲିସ

ଥିରୁଭନନ୍ତପୁରମ,୧।୪:କେରଳରେ ଏକ ଭୟାବହ ଘଟଣା ଦେଖିବାକୁ ମିଳିଛି। ଅଭିଯୋଗ ହୋଇଛି ଯେ, ଜଣେ ମହିଳା ବିବାହ ପରେ ଯୌତୁକ ଦାବିକୁ ପୂରଣ କରିପାରିନଥିବାରୁ ତାଙ୍କ ଶାଶୁଘର ଲୋକ ୨ ବର୍ଷ ଧରି ଖାଇବାକୁ ନଦେଇ ମାରିଦେଇଛନ୍ତି। ମହିଳା ଜଣଙ୍କୁ ତାଙ୍କ ଶାଶୁ ଘର ଲୋକ କେବଳ ଚିନିପାଣି ଏବଂ ପାଣିରେ ଭିଜା ଯାଇଥିବା ଚାଉଳ ଖାଇବାକୁ ଦିଆଯାଉଥିଲା। ଯାହାଫଳରେ ୨ଟି ସନ୍ତାନର ମା’ ଏହି ମହିଳା ଜଣକ ଶେଷରେ ମୃତ୍ୟୁବରଣ କରିଛନ୍ତି। ଏହି ମାମଲାରେ ପୋଲିସ ପ୍ରଥମେ ମହିଳାଙ୍କ ସ୍ବାମୀଙ୍କୁ ଗିରଫ କରିଥିଲେ ଓ ପରେ ଛାଡି ଦେଇଥିଲେ। କିନ୍ତୁ ଶବବ୍ୟବଚ୍ଛେଦ ରିପୋର୍ଟ ଯାହା ଆସିଥିଲା ତାକୁ ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। କାରଣ ମହିଳା ଜଣଙ୍କର ଓଜନ ମାତ୍ର ୨୦ କେଜି ରହିଥିଲା।ଏହି ମାମଲାରେ ଜାତୀୟ ମହିଳା କମିଶନ୍ କେରଳ ପୋଲିସ ମହାନିର୍ଦେଶକଙ୍କୁ ଚିଠି ଲେଖି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି।

source: https://himachalabhiabhi.com

ଏହି ମହିଳା ଜଣଙ୍କର ନାମ ହେଉଛି ଥୁସାରା। ତାଙ୍କର ବିବାହ ୨୦୧୩ରେ ଚନ୍ଦୁଙ୍କ ସହିତ ହୋଇଥିଲା। ବିବାହର ୩ ମାସ ପରେ ତାଙ୍କ ଶାଶୁଘର ଲୋକ ୨ ଲକ୍ଷ ଟଙ୍କାର ଯୌତୁକ ମାଗିଥିଲେ। ମହିଳା ଜଣଙ୍କର ପରିବାର ଲୋକେ ଦେବାରେ ଅକ୍ଷମ ହେବାକୁ ସେମାନେ ତାଙ୍କ ସହିତ କଥା ବାର୍ତ୍ତା ବନ୍ଦ କରିଦେଇଥିଲେ। ଚନ୍ଦୁ ଓ ତାଙ୍କର ମା’ ଜେରା ସମୟରେ କହିଛନ୍ତି ସେମାନେ ଥୁସାରାଙ୍କୁ କେବଳ ଚିନି ପାଣି ଓ ବତୁରା ଚାଉଳ ଖାଇବାକୁ ଦେଉଥିଲେ। ଏଭଳି ସମୟରେ ମଧ୍ୟ ତାଙ୍କର ଦୁଇଟି ସନ୍ତାନ ଜନ୍ମ ହୋଇଥିଲା।

source: https://www.jagran.com

ଗତ ୨୧ ମାର୍ଚ୍ଚରେ ଥୁସରାଙ୍କୁ ଅଚେତ ଅବସ୍ଥାରେ ଥିରୁଭନନ୍ତପୁରମ ମେଡିକାଲ କଲେଜକୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ପରେ ଚନ୍ଦୁ ଓ ତାଙ୍କ ମା’ଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। କୁହାଯାଉଛି ଯେ, ମା-ପୁଅ କଳାଯାଦୁ କରୁଥିଲେ। ସେମାନେ ନିଜର ଘରକୁ ଟିଣନ କାନ୍ଥ ଦେଇ ଚାରିଆଡୁ ଘେରାଉ କରି ବାହାର ଲୋକଙ୍କ ଠାରୁ ନିଜକୁ ଅଲଗା କରି ରଖୁଥିଲେ।  ଚନ୍ଦୁଙ୍କ ଭଉଣୀ-ଭିଣୋଇ ମଧ୍ୟ ଥୁସରାଙ୍କୁ ନିର୍ଯ୍ୟାତନା ଦେଉଥିଲେ। ତେବେ ପାଖ ପଡିଶା ଘର ଲୋକମାନେ ମଧ୍ୟ ଥୁସରାଙ୍କ ସହିତ ହେଉଥିବା ଅତ୍ୟାଚାର ସମ୍ପର୍କରେ ଜାଣିପାରିନଥିଲେ।