ଉଡ଼ିଲା ବିଶ୍ୱର ପ୍ରଥମ ଉଡ଼ନ୍ତା ବାଇକ୍ , ଭିଡ଼ିଓ ଦେଖି ଲୋକେ ହେଲେ ଆଶ୍ଚର୍ଯ୍ୟ !

ନୂଆଦିଲ୍ଲୀ – ଭବିଷ୍ୟତରେ ଉଡନ୍ତା କାରକୁ ନେଇ ଲୋକେ ବହୁ ଦିନରୁ ସ୍ୱପ୍ନ ଦେଖି ଆସିଛନ୍ତି । ଖାଲି ଏତିକି ନୁହେଁ , ଲୋକେ ଏମିତି କାରର ଏଆଇ-ସ୍ତରୀୟ ମଡେଲ ଓ ଇମେଜ ମଧ୍ୟ ତିଆରି କରିଛନ୍ତି। ଯଦିଓ ଉଡ଼ନ୍ତା କାର ପାଇଁ ଲୋକଙ୍କର ସ୍ୱପ୍ନ ରହିଛି , କିନ୍ତୁ ଉଡନ୍ତା ବାଇକ୍ ପାଇଁ ନୁହେଁ , ହେଲେ ଏବେ ଏହା ବାସ୍ତବ ପାଲଟିଛି।
ଜାପାନୀ ଷ୍ଟାର୍ଟ-ଅପ୍ AERWINS , XTURISMO ନାମକ ଉଡ଼ନ୍ତା ବାଇକ୍ ତିଆରି କରିବା ଚର୍ଚ୍ଚାକୁ ଆସିଛି। ଏହା ଏକ ହୋଭରବାଇକ୍ , ଯାହା ବାୟୁରେ ଉଡ଼ିପାରେ ଏବଂ ଏହାକୁ ବିଶ୍ୱର ପ୍ରଥମ ଉଡ଼ନ୍ତା ବାଇକ୍ ଭାବେ ଜଣାଯାଏ । ହୋବରବାଇକ୍ ଜାପାନରେ ପୂର୍ବରୁ ବିଁ ବିକ୍ରି ହେବାକୁ ପ୍ରସ୍ତୁତି ଚାଲିଛି।
AERWINSର ସିଇଓ ସଂଯୁକ୍ତ ରାଜ୍ୟ ଆମେରିକାରେ ମଧ୍ୟ ବାଇକ୍ ବିକ୍ରି କରିବାର ଯୋଜନା କରିଛି। ନିକଟରେ XTURISMOର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଝଡ଼ ସୃଷ୍ଟି କରିଛି। କ୍ଲିପ୍ରେ ଆପଣ ଟର୍ବାଇନରେ ଘୂରୁଥିବା ଏହି ବାଇକ୍ରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ଦେଖି ପାରିବେ। ଯେମିତି ଏହି ବ୍ୟକ୍ତି ବାଇକ୍ ଷ୍ଟାର୍ଟ କରୁଛନ୍ତି , ସେ ପ୍ରଥମେ ଏହାକୁ ଉପରକୁ ଉଠାଉଛନ୍ତି ଏବଂ ଏହାପରେ ଏଥିରେ ଉଡ଼ୁଛନ୍ତି। ଏହି ଭିଡ଼ିଓକୁ @entrepreneursquote ଇନଷ୍ଟାଗ୍ରାମ୍ରେ ସେୟାର କରିଛି। ଏହା ମୂଳ ରୂପେ @xturismo_official ଦ୍ୱାରା ଅପଲୋଡ କରାଯାଇ ଥିଲା ।
ଏହି ଭିଡ଼ିଓ ଦୁଇ ସପ୍ତାହ ପୂର୍ବେ ସେୟାର କରାଯାଇ ଥିଲା। ପୋଷ୍ଟ କରାଯିବା ପରେ ଏହାକୁ ଅନେକ ଲୋକ ଲାଇକ୍ କରିଛନ୍ତି। ଅନେକ ଲୋକ ଭାବିଛନ୍ତି କି ବାଇକ୍ ଫ୍ୟୁଚରିଷ୍ଟିକ୍ ଦେଖାଯାଉଛି ଏବଂ ତାଙ୍କୁ ଡ୍ରୋନ୍ର କଥା ମନେପକାଇ ଦେଇଛି।
ଜଣେ ବ୍ୟକ୍ତି ପୋଷ୍ଟ କରିଛନ୍ତି , ଏହା ଏକ ସିଟ୍ ଯୁକ୍ତ ଡ୍ରୋନ୍। ମୁଁ ଏବେ କହି ପାରିବି କି ମାନବଜାତି ଏବେ ବାସ୍ତବରେ ସାଇବରପଙ୍କ ଯୁଗ ଆଡ଼କୁ ବଢ଼ୁଛି । ଆଉ ଜଣେ କହିଛନ୍ତି , ମୋଟର ଡ୍ରୋନ୍ ବା ସାଇକେଲ ଡ୍ରୋନ୍, ଏଗୁଡ଼ିକୁ ଏହା କହିବା ଉଚିତ୍। ଏହା କିଛି ମାତ୍ରାରେ ଧିମା ଦେଖାଯାଉଛି। କିନ୍ତୁ ମୋର ବିଶ୍ୱାସ କି ଅପଗ୍ରେଡ୍ ଭଲ ହେବ ଷ ଆଉ ଜଣେ ପୋଷ୍ଟରେ କହିଛନ୍ତି , ଏହା ବହୁତ ଭଲ ।