ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ବିଶ୍ୱର ସର୍ବୋଚ୍ଚ ସେତୁ, ୧ ମିନିଟ୍‌ରେ ଶେଷ ହେବ ୨ ଘଣ୍ଟାର ଯାତ୍ରା

Published By : Prameya | April 18, 2025 2:27 PM

ନୂଆଦିଲ୍ଲୀ ୧୮/୦୪: ଚୀନ୍‌ରେ ନିର୍ମାଣ ହେଉଛି ବିଶ୍ୱର ସର୍ବୋଚ୍ଚ ସେତୁ । ଆସନ୍ତା ଜୁନ୍‌ରେ ଏହା ସର୍ବସାଧାରଣଙ୍କ ପାଇଁ ଖୋଲିବ । ଭିତ୍ତିଭୂମି ଉପରେ ଫୋକସ୍‌ କରୁଥିବା ଦେଶର ଉନ୍ନତ ଇଞ୍ଜିନିୟରିଂ ଜ୍ଞାନକୌଶଳର ଏହା ସଦ୍ୟତମ ଉପଲବ୍ଧି । ଦକ୍ଷିଣପୂର୍ବ ଚୀନ୍‌ର ଗୁଇଝୋଉରେ ଅବସ୍ଥିତ ହୁଆଜିଆଙ୍ଗ ଗ୍ରାଣ୍ଡ୍‌ କାନ୍‌ୟୋନ ପୋଲର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାର ଉଚ୍ଚତା ନଦୀ ସ୍ତରଠୁ ୨,୦୫୧ ଫୁଟ । ବର୍ତ୍ତମାନ ସର୍ବୋଚ୍ଚ ପୋଲର ଟାଇଟଲ ଧାରଣ କରିଥିବା ଫ୍ରାନ୍ସର ମିଲାଉ ଭାୟାଡକ୍ଟ ପୋଲଠୁ ଏହା ୯୪୭ ଫୁଟ ଉଚ୍ଚ । 

ଗୁଇଝୋଉ ପ୍ରଦେଶ ଜଟିଳ ଘାଟିଯୁକ୍ତ ଚୀନ୍‌ର ଏକ ପାର୍ବତ୍ୟାଞ୍ଚଳ । ଏହି ପୋଲ ସମଗ୍ର ହୁଆଜିଆଙ୍ଗ ଗ୍ରାଣ୍ଡ୍‌ କାନ୍‌ୟୋନରେ ଲମ୍ବିଛି, ଯାହା ‘ଅର୍ଥ୍‌ କ୍ରାକ୍‌’ ନାମରେ ମଧ୍ୟ ପରିଚିତ । ଭିତ୍ତିଭୂମିର ଉନ୍ନତି ପାଇଁ ଚୀନ୍‌ ଦେଶବ୍ୟାପୀ ପ୍ରୟାସ ଚଳାଇଛି, ଖାସ୍‌କରି ଗୁଇଝୋଉ ଭଳି ପାର୍ବତ୍ୟାଞ୍ଚଳରେ ଏହା ଭିତ୍ତିଭୂମି ବିକାଶରେ ଖାସ୍‌ ଫୋକସ୍‌ କରୁଛି । ଏହି ପୋଲ କେବଳ ବିଶ୍ୱର ସର୍ବୋଚ୍ଚ ସେତୁର ରେକର୍ଡ ଭାଙ୍ଗିବ ତାହା ନୁହେଁ, ଏହା କାର୍ଯ୍ୟକାରୀ ହେଲେ ଘାଟି ଅଞ୍ଚଳରେ କାର୍‌, ଟ୍ରକ୍‌ ଆଦିର ଯାତାୟାତ ସହଜ ହେବ । ହୁଆଜିଆଙ୍ଗ ଗ୍ରାଣ୍ଡ୍‌ କାନୟୋନ୍‌ରେ ୨ ଘଣ୍ଟାର ଯାତ୍ରା ସମୟକୁ ଏହା ମାତ୍ର ୧ ମିନିଟ୍‌ରେ ଶେଷ କରିବ । ଏହି ପୋଲ ଏକ ଷ୍ଟିଲ୍‌ ଟ୍ରସ୍‌ ସସ୍‌ପେନ୍‌ସନ ବ୍ରିଜ୍‌, ଯାହାର ମୋଟ୍‌ ଲମ୍ବ ୯,୪୮୨ ଫୁଟ । ଏହି ଟ୍ରସ୍‌ଗୁଡ଼ିକର ଓଜନ ପ୍ରାୟ ୨୨ ହଜାର ଟନ୍‌, ଯାହା ୩ଟି ଆଇଫିଲ ଟାୱାର୍‌ ସହ ସମାନ । ୨୦୨୨, ଜାନୁଆରୀରେ ପୋଲର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଆସନ୍ତା ଜୁନ୍‌ ୩୦ରେ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସ୍ଥାନୀୟ ଗଣମାଧ୍ୟମ କହିଛି ।

ଗୁଇଝୋଉ ହାଇୱେ ଗ୍ରୁପ୍‌ର ମୁଖ୍ୟ ଇଞ୍ଜିନିୟର ଝାଙ୍ଗ୍‌ ଶେଙ୍ଗଲିନ୍‌ କହିଛନ୍ତି, ପୋଲର ନିର୍ମାଣ କାର୍ଯ୍ୟ ୯୫ ପ୍ରତିଶତ ଶେଷ ହୋଇଛି । ବର୍ଷର ଦ୍ୱିତୀୟାର୍ଦ୍ଧରେ ସର୍ବସାଧାରଣଙ୍କ ଯାତାୟାତ ପାଇଁ ଏହା ଖୋଲିବ । ଏହି ସୁପର୍‌ ପ୍ରୋଜେକ୍ଟ ଚୀନ୍‌ର ଭିତ୍ତିଭୂମି ସାମର୍ଥ୍ୟକୁ ଦର୍ଶାଉଥିବା ଆଉ ଏକ ଲ୍ୟାଣ୍ଡ୍‌ମାର୍କ ହେବ ବୋଲି ସେ କହିଛନ୍ତି । ବର୍ତ୍ତମାନ ବିଶ୍ୱର ୧୦୦ ସର୍ବୋଚ୍ଚ ପୋଲର ଅଧା ଗୁଇଝୋଉରେ ଅବସ୍ଥିତ । ଏହି ପୋଲ ଚୀନ୍‌ର ଅଧିକ ଗ୍ରାମାଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ପରିବହନର ମାର୍ଗ ପ୍ରଦାନ ସହିତ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହେବ । ୨୦୧୬ରେ ଚୀନ୍‌ର ସର୍ବୋଚ୍ଚ ପୋଲ ବିପାନ୍‌ଜିଆଙ୍ଗ୍‌ରେ ନିର୍ମିତ ହୋଇଥିଲା, ଯାହାର ଉଚ୍ଚତା ୧,୮୫୪ ଫୁଟ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.