ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଡିଫେନ୍ସ କଲୋନୀରେ ଚୋରି; ଲକ୍ଷାଧିକ ଟଙ୍କାର ସୁନା ରୁପା ଲୁଟିନେଲା ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଦୃଶ୍ୟ

Published By : Harapriya Sethi | October 16, 2024 8:54 AM

ଛତ୍ରପୁର,୧୬/୧୦: ଡିଫେନ୍ସ କଲୋନୀରେ ଚୋରି । ଘରେ କେହି ନଥିବା ବେଳେ ଦେବାଶିଷ ଦାଶଙ୍କ ଘରୁ ୩ କେଜି ରୁପା, ୫୦ ଗ୍ରାମ ସୁନା, ୫୦ ହଜାର ଟଙ୍କା ସହିତ ଗୋଟିଏ ସୁନା ଚେନ ଚୋରି କରିନେଲା ଦୁର୍ବୃତ୍ତ । ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଡିଫେନ୍ସ କଲୋନୀରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ମଙ୍ଗଳବାର ଦେବାଶିଷ ଦାଶଙ୍କ ଘରେ କେହି ନଥିବା ବେଳେ ଏଭଳି ଘଟଣା ଘଟିଛି । ଘରେ କେହି ନଥିବାର ସୁଯୋଗ ନେଇ ଜଣେ ଦୁର୍ବୃତ୍ତ ଦେବାଶିଷଙ୍କ ଘରେ ପଶିଥିଲା । ଘରେ ପଶି ଜଣେ ୩ କେଜି ରୁପା, ୫୦ ଗ୍ରାମ ସୁନା, ୫୦ ହଜାର ଟଙ୍କା ସହିତ ଗୋଟିଏ ସୁନା ଚେନ୍ ଚୋରି କରି ଥିବାର ଦୃଶ୍ୟ ସିସିଟିଭିରୁ ଜଣା ପଢ଼ିଛି । ଚୋରି ହେବା କଥା ଜାଣିପାରି ଦେବାଶିଷ ଚମାଖଣ୍ଡି ଥାନାରେ ଲିଖିତ ଅଭଯୋଗ କରିଥିଲେ । ଏହାକୁ ଭିତ୍ତି କରି ଥାନା ରେ କେସନଂ ୩୫୫ ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.