PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଏକାଧିକ କିଓସ୍କୋରେ ନାହିଁ ଇଣ୍ଟରନେଟ୍, ହେଉନି ବ୍ୟବହାର… ଖତ ଖାଉଛି ଡିଜିଟାଲ୍ କିଓସ୍କୋ
  • ||
  • ଭୁବନେଶ୍ଵର : ନନ୍ଦନକାନନକୁ ଆସିବେ ନୂଆ ଅତିଥି, ଯିବେ ୨ ବାଘ ଆସିବେ ହୁଲୁକ ଗିବନ
  • ||

ପାକିସ୍ତାନରେ ସକ୍ରିୟ ରହିଛି ୨୨ଟି ଆତଙ୍କବାଦୀ ପ୍ରଶିକ୍ଷଣ ଶିବିର

ଓ୍ବାଶିଂଟନ,୮।୩: ପାକିସ୍ତାନରେ ଏବେ ମଧ୍ୟ ୨୨ଟି ଆତଙ୍କବାଦୀ ପ୍ରଶିକ୍ଷଣ ଶିବିର ସକ୍ରିୟ ରହିଛି। ଏଥିରେ ଜୈଶ-ଏ-ମହମ୍ମଦ ୯ଟି କ୍ୟାମ୍ପ ସାମିଲ ରହିଛି। ଏହି ସମସ୍ତ ଶିବିର ପାକିସ୍ତାନୀ ସେନାର ସୂଚନାରେ ଓ ତାଙ୍କର ସଂରକ୍ଷଣରେ  ଚାଲିଛି। ଏହି ସୂଚନା ସେହି ସମୟରେ ଆସିଛି ଯେତେବେଳେ ପୁଲଓ୍ବାମା ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ଲଗାତାର ଭାବରେ କହିବାରେ ଲାଗିଛି  ତା ମାଟିରେ କୌଣସି ପ୍ରକାର ଆତଙ୍କବାଦୀ ପ୍ରଶିକ୍ଷଣ ଶିବିର ନାହିଁ। ଏବେ କିନ୍ତୁ ଏଭଳି ଖବର ଆସିବା ପରେ ପାକିସ୍ତାନର ଅସଲ ମୁଖା ଖୋଲି ଯାଇଛି। ପୁଲଓ୍ବାମା ଆତଙ୍କୀ ଆକ୍ରମଣ ପରେ ଅନ୍ତଃର୍ଜାତୀୟ ସ୍ତରରେ ବଢୁଥିବା ଚାପ ଭିତରେ ପାକିସ୍ତାନ କହିଛି ସେଠାରେ କୌଣସି ଆତଙ୍କବାଦୀର ପ୍ରଶିକ୍ଷଣ ଶିବିର ନାହିଁ।

 ଏ ସମ୍ପର୍କରେ ଭାରତୀୟ ଅଧିକାରୀ କହିଛନ୍ତି ଯଦି ଦେଶରେ ଆତଙ୍କବାଦୀଙ୍କ ଆକ୍ରମଣ ହୁଏ ତେବେ ଆମେ ପାକିସ୍ତାନରେ ପଶି ତାଙ୍କୁ ମାରିବୁ। ଏହି ମାମଲାରେ ଆମେରିକାର ଟ୍ରମ୍ପ ପ୍ରଶାସନ  ଭାରତକୁ ଖୋଲାଖୋଲି ଭାବରେ ସମର୍ଥନ ଜଣାଇଛନ୍ତି। ଉଲ୍ଳେଖନୀୟ ଯେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ସିଆରପିଏଫର ୪୦ ଜଣ ଯବାନ ଶହୀଦ ହୋଇଥିଲେ। ଏହାର ପ୍ରତିଶୋଧ ନେବା ପାଇଁ ଭାରତୀୟ ବାୟୁସେନା ପାକିସ୍ତାନରେ ଥିବା ଆତଙ୍କବାଦୀ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍ କରି ୩୦୦ ରୁ ଅଧିକ ଆତଙ୍କବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ।

ସମ୍ବନ୍ଧିତ ଖବର