PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : କେନ୍ଦୁଝର ଜିଲ୍ଲା ସଦର ଥାନା ସୁଆକାଠି ନିକଟରୁ ଦୁଇଟି ବଳଦ ବୋଝେଇ ଗାଡ଼ି ଜବତ
  • ||
  • କଣ୍ଟାବାଞ୍ଜି : ପ୍ରାଥମିକ ବିଦ୍ୟାଳୟର ତାଲା ଭାଙ୍ଗି ଲୁଟ୍
  • ||

ଇମ୍ରାନ ଖାନଙ୍କ ଉପରେ ହୋଇପାରେ ଆଉ ଏକ ମରଣାନ୍ତକ ଆକ୍ରମଣ , ଗୁଇନ୍ଦା ରିପୋର୍ଟରେ ଖୁଲାସା

ଇସଲାମାବାଦ : ଇସଲାମାବାଦ ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଶୁକ୍ରବାର କହିଛନ୍ତି କି, ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କର ହତ୍ୟାର ଆଉ ଏକ ପ୍ରୟାସ କରାଯାଉ ଥିବାର ସମ୍ଭାବନା ରହିଛି। କୋର୍ଟ ଜୋର ଦୋଇ କହିଛନ୍ତି , ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରେ ଥିବା ବିପଦକୁ ଗୁରୁତର ଭାବେ ନେବା ସରକାରଙ୍କର ଦାୟିତ୍ୱ। ମୁଖ୍ୟ ବିଚାରପତି ଆମିର ଫାରୁକଙ୍କର ଏହି ଟିପ୍ପଣୀ , ଖାନଙ୍କର ପାର୍ଟି ପାକିସ୍ତାନ ତହରିକ-ଏ ଇନସାଫ୍‌ ଦ୍ୱାରା ଆୟୋଜିତ ପ୍ରଦର୍ଶନ କାରଣରୁ, ମାର୍ଗକୁ ଅବରୋଧ କରାଯିବା ନେଇ ବ୍ୟବସାୟୀଙ୍କ ଦ୍ୱାରା ଦାଏର ଏକ ପିଟିସନକୁ ନଜରରେ ରଖି ଆସିଛି। ଡନ୍‌ ଖବରକାଗଜର ଖବର ଅନୁସାରେ, ବିଚାରପତି କୋର୍ଟରେ ପ୍ରଦାନ କରାଯାଇ ଥିବା ଏକ ଗୁଇନ୍ଦା ରିପୋର୍ଟ ଅନୁସାରେ ଏହା କହିଛନ୍ତି କି, ଖାନ୍‌ଙ୍କ ଉପରେ ଆଉ ଏକ ପ୍ରାଣଘାତୀ ଆକ୍ରମଣ ହେବାର ସମ୍ଭାବନା ଅଛି।

ସେ କହିଛନ୍ତି , ଏହା ସରକାରଙ୍କର ଦାୟିତ୍ୱ ଏବଂ ସରକାରଙ୍କୁ ଏ ବିଷୟରେ ବିଚାର କରିବାର ଅଛି। ବିଚାରପତି ଫାରୁକ କହିଛନ୍ତି କି , ଖାନ୍‌ଙ୍କର ପାର୍ଟିକୁ ଇସଲାମାବାଦ ପ୍ରଶାସନଙ୍କୁ ଏକ ନୂଆ ଆବେଦନ କରି ନିଜର ଯାତ୍ରା ପାଇଁ ଅନୁମତି ମାଗିବା ଉଚିତ। ସେ କହିଛନ୍ତି , ଯଦି ମାମଲାର ସମାଧାନ ନହୁଏ ତ ଏକ ନୂଆ ପିଟିସନ ଦାଏର କରାଯାଇ ପାରେ। ସେ କହିଛନ୍ତି କି, ଧାରଣା ପାଇଁ ସ୍ଥାନ ଆବଣ୍ଟନ କରିବା କୋର୍ଟର ଦାୟିତ୍ୱ ନୁହେଁ। ସେ କହିଛନ୍ତି , ଏହା ପ୍ରଶାସନର ବିବେକାଧିକାର କି ସେ ଡି-ଚୌକ ବା ଏଫ୍‌-୯ ପାର୍କ ଆବଣ୍ଟିତ କରିବା ଉଚିତ୍‌। ବିଚାରପତି କହିଛନ୍ତି, ହାଇକୋର୍ଟ ମଧ୍ୟ ଏହା କହିଥିଲେ।

ପାକିସ୍ତାନ ହାଇକୋର୍ଟ ଖାନ୍‌ଙ୍କ ବିରୋଧ ଯାତ୍ରାକୁ ରୋକିବାକୁ ଅନୁରୋଧ କରିଥିବା ଏକ ପିଟିସନ ଖାରଜ କରି  ଗୁରୁବାର କହିଥିଲେ , ଏହା ଏକ ରାଜନୈତିକ ମାମଲା ଏବଂ ଏହାର ରାଜନୀତିକ ରୂପରେ ସମାଧାନ ହେବା ଉଚିତ। ମୁଖ୍ୟ ବିଚାରପତି ଫାରୁକ କହିଛନ୍ତି ପ୍ରଦର୍ଶନ କରିବା ପ୍ରତି ରାଜନୈତିକ ଓ ଅଣ-ରାଜନୈତିକ ଦଳର ଗଣତାନ୍ତ୍ରିକ ଅଧିକାର, କିନ୍ତୁ ସାଧାରଣ ନାଗରକିଙ୍କୁ ଏହାକୁ ଜାରି ରଖିବା ବି ଜରୁରୀ। ସେ କହିଛନ୍ତି , ଏମିତି କି ବ୍ରିଟେନରେ ଲୋକେ ୧୦ ଡାଉନିଂ ଷ୍ଟ୍ରିଟ୍‌ରେ ଏକାଠି ହୋଇଥାନ୍ତି। ସେମାନେ ପ୍ରଦର୍ଶନ କରିଥାନ୍ତି, କିନ୍ତୁ ସଡ଼କ ଅବରୋଧ କରିନଥାନ୍ତି ।