ପ୍ରମୂଖ ଖବର
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ଜୁନ୍‌ ୩୦ରେ ମଙ୍ଗଳ ଚଳନ ପରେ ହେବ ବଡ ପରିବର୍ତ୍ତନ, ବଦଳିବ ଏହି ୫ ରାଶିଙ୍କ ଭାଗ୍ୟ...

Published By : Harapriya Sethi | June 29, 2025 6:52 AM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୩୦ ଜୁନ୍‌ ରାତି ୮ଟା ୩୩ ମିନିଟ୍‌ରେ ମଙ୍ଗଳ ଗ୍ରହ ପୂର୍ବାଫାଲଗୁଣ ନକ୍ଷତ୍ରରେ ପ୍ରବେଶ କରି ସିଂହ ରାଶିରେ ବିରାଜମାନ ରହିବେ । ମଙ୍ଗଳଙ୍କୁ ଗ୍ରହଙ୍କ ସେନାପତି ମଧ୍ୟ କୁହାଯାଏ । ଶାସ୍ତ୍ର ଅନୁସାରେ ମଙ୍ଗଳ ଶକ୍ତି, ସାହସ, ପରାକ୍ରମ ଓ ନେତୃତ୍ୱର ପ୍ରତୀକ । ସିଂହ ରାଶିଙ୍କ ସ୍ୱାମୀ ସୂର୍ଯ୍ୟ ଗ୍ରହ । ଯେ କି ଆତ୍ମବିଶ୍ୱାସ, ମହତ୍ତ୍ୱକାଂକ୍ଷା ଆଦିର ପ୍ରତୀକ । ପୂର୍ବାଫାଲଗୁଣ ନକ୍ଷତ୍ରର ସ୍ୱାମୀ ଶୁକ୍ର ଗ୍ରହ । ମଙ୍ଗଳଙ୍କ ଏହି ଚଳନ କିଛି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବାକୁ ଯାଉଛି । ସିଂହ ରାଶିରେ ମଙ୍ଗଳଙ୍କ ପ୍ରଭାବ ରହିଥାଏ । କାରଣ ସିଂହ ରାଶିର ସ୍ୱାମୀ ସୂର୍ଯ୍ୟ । ସୂର୍ଯ୍ୟ ଓ ମଙ୍ଗଳ ପରସ୍ପର ମିତ୍ର ଗ୍ରହ । ମଙ୍ଗଳଙ୍କ ପ୍ରବେଶ ପରେ କର୍ମକ୍ଷେତ୍ରରେ ଉନ୍ନତି, ଆର୍ଥିକ ଲାଭ ଓ ବ୍ୟକ୍ତିଗତ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିଥାଏ । ଜାଣନ୍ତୁ..

ମେଷ- ମଙ୍ଗଳ ମେଷ ରାଶିଙ୍କ ସ୍ୱାମୀ । ମଙ୍ଗଳଙ୍କ ଏହି ଚଳନ ହେତୁ କର୍ମକ୍ଷେତ୍ର ଓ ପ୍ରେମରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଅଟକି ଥିବା କାମ ପୂରଣ ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ସହକର୍ମୀଙ୍କ ସହଯୋଗ ମିଳିବ । ପ୍ରଗତି ହେବ । ସମ୍ପର୍କରେ ମଧୁରତା ରହିବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହର ଯୋଗ ରହିଛି । ନୂଆ ନୂଆ ସୁଯୋଗ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଅଧିକ ଶୁଭଫଳ ପାଇଁ ମଙ୍ଗଳବାର ହନୁମାନ ଚାଳିଶା ନିଶ୍ଚୟ ପାଠ କରନ୍ତୁ । ଲାଲ ଚନ୍ଦନର ତିଳକ ଲଗାନ୍ତୁ ।

ମିଥୁନ- ଆତ୍ମବିଶ୍ୱାସ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ଘରେ ମାଙ୍ଗଳିକ କାର୍ଯ୍ୟର ଯୋଗ ରହିଛି । ଛାତ୍ରଛାତ୍ରୀଙ୍କ ପାଇଁ ଶୁଭ ସମୟ । ବ୍ୟବସାୟରେ ଉନ୍ନତି ହେବ । ଚିନ୍ତା ଦୂର ହେବ । ଅଧିକ ଶୁଭଫଳ ପାଇଁ ପ୍ରଭୁ ଗଣେଶଙ୍କୁ ଦୁବ ଅର୍ପଣ କରନ୍ତୁ । ମଙ୍ଗଳବାର ସବୁଜ ମୁଗ ଦାନ କରନ୍ତୁ ।

ସିଂହ- ଆତ୍ମବିଶ୍ୱାସ ଓ ସାହସ ବୃଦ୍ଧି ହେବ । ଆୟର ନୂଆ ନୂଆ ସୁଯୋଗ ମିଳିବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ମାନସିକ ଶାନ୍ତି ମିଳିବ । ଧାର୍ମିକ କାର୍ଯ୍ୟରେ ଯୋଗ ଦେବେ । ପରିବାରରେ ହସଖୁସି, ସୁଖଶାନ୍ତିର ବାତାବରଣ ରହିବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । ସହକର୍ମୀଙ୍କ ସହଯୋଗ ଓ ନୂଆ ଦାୟିତ୍ୱ ମିଳିବ । ଅଧିକ ଶୁଭଫଳ ପାଇଁ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସହ ମଙ୍ଗଳବାର ଲାଲ ବସ୍ତ୍ର ପିନ୍ଧନ୍ତୁ ।

ବିଛା- କର୍ମକ୍ଷେତ୍ରରେ ଉନ୍ନତି ହେବ । ମାନ-ସମ୍ମାନ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଉନ୍ନତି ସହ ଯେଉଁମାନେ ନୂଆ ଚାକିରି ପାଇଁ ଆଶା କରୁଛନ୍ତି ସଫଳତା ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଅଟକି ଥିବା ଧନ ମିଳିବ । ବ୍ୟବସାୟରେ ଲାଭ ମିଳିବ । ନୂଆ କାମ ଆରମ୍ଭ କରି ପାରନ୍ତି । ପରିବାରରେ ହସଖୁସିର ବାତାବରଣ ରହିବ । ଅଧିକ ଶୁଭଫଳ ପାଇଁ ମଙ୍ଗଳବାର ସୁନ୍ଦରକାଣ୍ଡ ପାଠ କରନ୍ତୁ କିମ୍ବା ଶୁଣନ୍ତୁ । ଗୁଡ ଦାନ କରନ୍ତୁ ।

ତୁଳା- ଆର୍ଥିକ ସ୍ଥିତି ମଜଭୁତ ହେବ । କର୍ମକ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ହେବ । ସହକର୍ମୀଙ୍କ ସହଯୋଗ ମିଳିବ । ଭୂମି, ଗାଡି କିଣିବାର ଯୋଗ ରହିଛି । ସ୍ୱାସ୍ଥ୍ୟ ଉତ୍ତମ ରହିବ । ବ୍ୟବସାୟରେ ବୃଦ୍ଧି ହେବ । ଧନ ସଞ୍ଚୟ କରିବେ । ଅଧିକ ଶୁଭଫଳ ପାଇଁ ଶୁକ୍ରବାର ମା’ଲକ୍ଷ୍ମୀଙ୍କ ମନ୍ଦିରରେ ମିଶ୍ରି ଅର୍ପଣ କରନ୍ତୁ । ମଙ୍ଗଳବାର ଲାଲ ମସୁର ଡାଲି ଦାନ କରନ୍ତୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.