PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ନିଜ କାର୍ଯ୍ୟ ଦକ୍ଷତାରେ ଶୀଘ୍ର ସୁଧାର ଆଣ , ନୁହେଁତ ଗୋଟିଏ ଝଟକାରେ ଚାଲିଯିବ ଚାକିରି !

ନୂଆଦିଲ୍ଲୀ – ସମଗ୍ର ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ଏହାର ପ୍ରଭାବ ଆମେରିକାରୁ ନେଇ ଚୀନ୍‌ ପର୍ଯ୍ୟନ୍ତ ଦେଖିବାକୁ ମିଳିଛି, ଯାହାକି ଅନେକ ବଡ଼ ବଡ଼ କମ୍ପାନୀ ମାନେ ନିଜର ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ବାହାର କରି ଦେଉଛନ୍ତି । ଏବେ ଗୁଗୁଲ ବି ଏହି ରାସ୍ତାରେ । ଏହି ବଡ଼ ଟେକ୍‌ କମ୍ପାନୀ ନିଜର କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇଛି।   

ଗୁଗଲର ଏଗଜିକ୍ୟୁଟିଭ୍‌ ନିଜର କର୍ମଚାରୀଙ୍କୁ ଚେତାବନୀ ଦେଇ କହିଛି, ନିଜର ପ୍ରଦର୍ଶନରେ ସୁଧାର କର , ନୁହେଁ ତ ଚାକିରି ଛାଡିବାକୁ ପ୍ରସ୍ତୁତ ହୁଅ। କମ୍ପାନୀ କହିଛି କର୍ମଚାରୀଙ୍କ ପ୍ରଦର୍ଶନ ଆଶା ଅନୁରୂପ ନହେଲେ ଖୁବ୍‌ ଶୀଘ୍ର ଛଟେଇର ନିଷ୍ପତ୍ତି ନିଆଯାଇ ପାରେ ।

ବିଜନେସ୍‌ ଇନସାଇଡରର ରିପୋର୍ଟ ମୁତାବିକ , ଗୁଗଲର କ୍ଲାଉଡ୍ ସେଲ୍ସ ପ୍ରବନ୍ଧନ ପକ୍ଷରୁ କର୍ମଚାରୀଙ୍କୁ ସ୍ପଷ୍ଟ ଭାବେ ସତର୍କ କରାଇ ଦିଆଯାଇଛି । ସିନିୟର ଲିଡରସିପ୍‌ର ପକ୍ଷରୁ ସେଲ୍ସ ଟିମ୍‌କୁ ପଠାଇ ଏକ ମେସେଜ୍‌ରେ କୁହାଯାଇଛି ତ୍ରୟମାସିକର ଫଳାଫଳ ଆଶାନୁରୂପ ନହେଲେ ନିଜ ଚାକିରି ବିପଦରେ ପଡ଼ିପାରେ ।

ସେପଟେ ଟପ୍‌ ଲିଡରଶିପ୍‌ ପକ୍ଷରୁ ଏହି ମେସେଟ୍‌ ପରେ କର୍ମଚାରୀଙ୍କ ମଧ୍ୟରେ ଭୟ ଓ ଚିନ୍ତା ବଢ଼ି ଯାଇଛି । ରିପୋର୍ଟରେ କୁହାଯାଇଛି କି ଗୁଗଲ ବିନା କୌଣସି ଘୋଷଣାରେ ଏହି ମାସରେ ନୂଆ ନିଯୁକ୍ତି ଉପରେ ରୋକ୍‌ ଜାରି ରଖିଛି । ଏହା ଉପରେ କମ୍ପାନୀ ଏବେ ଉଚ୍ଚ ସ୍ତରରେ ଛଟେଇର ଚେତାବନୀ ଜାରି କରି କର୍ମଚାରୀଙ୍କର ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି ।

ଉଲ୍ଲେଖନୀୟଯେ, ଅଲ୍ଫାବେଟ୍‌ ଓ ଗୁଗୁଲର ସିଇଓ ସୁନ୍ଦର ପିଚାଇ  ଗତ ମାସରେ କର୍ମଚାରୀଙ୍କ ସହ ବୈଠକରେ ବୈଶ୍ୱିକ ମାନ୍ଦା ସ୍ଥିତିର ଚ୍ୟାଲେଞ୍ଜକୁ ନେଇ ଆଲୋଚନା କରିଥିଲେ । ସେ କହିଥିଲେ କି ଆର୍ଥିକ ଚ୍ୟାଲେଞ୍ଜ ଗୁଡ଼ିକ ମଧ୍ୟରେ ଉତ୍ପାଦକତା ବଢ଼ାଇବାର ଆବଶ୍ୟକତା ରହିଛି । ପିଚାଇ କହିଥିଲେ କି ଗୁଗଲର ଉତ୍ପାଦକତା ସେତେ ନାହିଁ , ଯେମିତି ହେବା ଉଚିତ୍‌ ।  

ସମ୍ବନ୍ଧିତ ଖବର