ନୂଆଦିଲ୍ଲୀ : ଆୟୁର୍ବେଦ ସହ ଭାରତର ବିଶେଷ ସଂପର୍କ ରହିଛି। ଆଜିର ଆଧୁନିକ ଦୁନିଆରେ ଲୋକେ ଆୟୁର୍ବେଦିକ ଓ ନ୍ୟାଚୁରାଲ ଉପାୟକୁ ପୁନର୍ବାର ଆପଣାଉଛନ୍ତି। ଅନେକ ବର୍ଷ ପୂର୍ବରୁ ଦେଶରେ ଅନେକ ରୋଗର ଚିକିତ୍ସାରେ ଆୟୁର୍ବେଦିକ ଚିକିତ୍ସାର ସାହାଯ୍ୟ ନିଆ ଯାଉ ଥିଲା। ସମୟାନୁସାରେ ଏଲୋପାଥି ଲୋକପ୍ରିୟ ହେଲା , ଆୟୁର୍ବେଦ ମଧ୍ୟ ଅନନ୍ୟ ଗୁରୁତ୍ତ୍ୱ ବଜାୟ ରଖିଲା। ଏମିତି ଭାବେ ଏବେ ଲୋକେ ସୁସ୍ଥ ରହିବାର ଆଧୁନିକ ଉପାୟରେ ଆୟୁର୍ବେଦର ସାହାଯ୍ୟ ମଧ୍ୟ ନିଅନ୍ତି। ଏଠାରେ ଆମେ ବଡ଼ି ଡିଟକ୍ସ ଓ ଆୟୁର୍ବେଦିକ ଚିକିତ୍ସାକୁ ଏକାଠି ବ୍ୟବହାର କରିବା କଥା ଆଲୋଚନା କରିବା। ଆୟୁର୍ବେଦ କହେ ଆମ ଶରୀର ନିଜେ ଟକ୍ସିନ୍ସ ଅର୍ଥାତ୍ ବିଷାକ୍ତ ପଦାର୍ଥକୁ ବାହାରକୁ ବାହାର କରିଦିଏ । ଏହାକୁ ଡିଟକ୍ସିଫିକେସନ କୁହାଯାଏ।

ଡିଟକ୍ସିଫିକେସନ ପାଇଁ ଫାଷ୍ଟିଂ , ଜୁସ୍ ପିଇବା ,ଡାଇଟ୍‌ର ବିଶେଷ ଧ୍ୟାନ , ଜଡ଼ିବୁଟି ଓ କୋଲନ ଥେରାପୀ ଭଳି ଅନେକ ଉପାୟର ସାହାଯ୍ୟ ନିଆଯାଏ। ଏକ୍ସପର୍ଟଙ୍କ ମାଧ୍ୟମରେ ଜାଣନ୍ତୁ ଯେ, ଆପଣ କେଉଁ କେଉଁ ଆୟୁର୍ବେଦିକ ଉପାୟରେ ଶରୀରକୁ ନ୍ୟାଚୁରାଲୀ ଡିଟକ୍ସ କରିପାରିବେ ?

ବଡ଼ି ଡିଟକ୍ସ କଣ ?

ଏନଆଇଏଚ୍ ମୁତାବିକ ଡିଟକ୍ସିକେଶନ ପାଇଁ ଡାଇଟ୍ ଓ ଥେରାପିର ବ୍ୟବହାର କରାଯାଏ , ଯାହାକୁ ଡିଟକ୍ସ ଓ କ୍ଲିଞ୍ଜେସ୍ କୁହାଯାଏ। ଏହି ପ୍ରକ୍ରିୟାରେ ଶରୀରରୁ ନିର୍ଗତ ହେଉଥିବା ଟକ୍ସିନ୍ସ ସହଜରେ ବାହାରକୁ ଆସେ। ଏହା ବ୍ୟତୀତ ଓଜନ ହ୍ରାସ କରିବା ଓ ସୁସ୍ଥ ରହିବା ଭଳି ଆହୁରି ଫାଇଦା ମଧ୍ୟ ମିଳିଥାଏ। ଆମେରିକାର ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ (ସିଡିସି)ର କହିବାନୁସାରେ , କିଛି ବିଶେଷ ଓ ଗୁରୁତର ମାମଲାରେ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିବା ପାଇଁ କିଲେସନ ଥେରାପୀର ସୁପାରିଶ କରାଯାଏ।

ଡିଟକ୍ସିଫିକେଶନ ପାଇଁ ଏହି ଉପାୟକୁ ଆପଣାନ୍ତୁ –

ସାର୍ଟିଫାଇଡ୍ ଯୋଗା ଇନଷ୍ଟ୍ରକ୍ଟର କାମ୍ୟା ଇନଷ୍ଟାରେ ଭିଡ଼ିଓ ସେୟାର କରି କହିଛନ୍ତି ଯେ, ଶରୀରକୁ କେମିତି ପ୍ରାକୃତିକ ଉପାୟରେ ଡିଟକ୍ସ କରିପାରିବା। ଡାକ୍ତର କାମ୍ୟା ମଳାସନ , ତେଲ ମାଲିସ୍ , ଅଏଲ ପୁଲିଂ , ହେବି ଲଞ୍ଚ , ସଠିକ୍ ସମୟରେ ଶୋଇବା ଓ ଫାଷ୍ଟିଂ ଭଳି ଆୟୁର୍ବେଦିକ ଉପାୟ ଗୁଡ଼ିକୁ ଆପଣାଇବାକୁ ପରାମର୍ଶ ଦେଇଛନ୍ତି।

ମଳାସନ କରି ଗରମ ପାଣି ପିଇବା – ଆୟୁର୍ବେଦ ଓ ଯୋଗ ଉଭୟ ହିଁ ବର୍ଷ ବର୍ଷ ଧରି ସୁସ୍ଥ ରହିବାର ସବୁଠୁ ସହଜ ମାଧ୍ୟମ ହୋଇ ରହିଛି। ପ୍ରତିଦିନ ସକାଳେ ଖାଲି ପେଟରେ ମଳାସନ ଅଭ୍ୟାସ କରିବା ସମୟରେ ଉଷୁମ ପାଣି ପିଇବା ଦ୍ଵାରା ପେଟ, ଯକୃତ ଏବଂ କିଡନୀ ଭଳି ଗୁରୁତ୍ୱପୂର୍ଣ୍ଣ ଅଙ୍ଗର ସ୍ୱାସ୍ଥ୍ୟରେ ଉନ୍ନତି ହୁଏ। ପ୍ରତିଦିନ ଅଭ୍ୟାସ କଲେ, ଏହା ସ୍ୱାଭାବିକ ଭାବରେ ଶରୀରକୁ ବିଷମୁକ୍ତ କରେ ଏବଂ ଅନେକ ଲାଭ ପ୍ରଦାନ କରେ।

ତେଲ ମାଲିସ – ଆୟୁର୍ବେଦରେ ଏହାକୁ ଅଭ୍ୟଙ୍ଗ କହାଯାଏ ,ଯାହା ପ୍ରାକୃତିକ ଶରୀରର କଠିନତା ଏବଂ ଥକାପଣକୁ ପ୍ରାକୃତିକ ଭାବେ ହ୍ରାସ କରେ। ତେଲର ମାଲିସ ରକ୍ତ ସଞ୍ଚାଳନକୁ ବଢାଇ ଥାଏ। ଚର୍ମକୁ ଚମକ ଦେବାରେ ମଧ୍ୟ ସାହାଯ୍ୟ କରେ। ଯଦି କେହି ବାତ ଦୋଷରେ ପୀଡିତ, ତେବେ ଶୀତଦିନେ ମାଲିସ ଦ୍ୱାରା ଆରାମ ମିଳି ପାରିବ।

ମଧ୍ୟାହ୍ନରେ ଭଲ ଭୋଜନ କରିବା - ଆୟୁର୍ବେଦ ଅନୁସାରେ, ମଧ୍ୟାହ୍ନ ସମୟରେ ଆମର ପାଚନ ଶକ୍ତି ସବୁଠାରୁ ଶକ୍ତିଶାଳୀ ଥାଏ। ଭାରୀ ବା ଭଲଭାବେ ମଧ୍ୟାହ୍ନ ଭୋଜନ ଖାଇବା ଦ୍ୱାରା ସାରା ଦିନ ଶକ୍ତି ମିଳିଥାଏ। ଏହା ଏସିଡିଟି ଏବଂ ଗ୍ୟାସ୍ ଦୂର କରିବାରେ ମଧ୍ୟ ସାହାଯ୍ୟ କରେ। ଆୟୁର୍ବେଦ ଅନୁସାରେ, ପେଟ ପୂରା ଭୋଜନ କରିବା ଦ୍ୱାରା ଆପଣଙ୍କ ସଠିକ୍ ଭାବେ ଖାଦ୍ୟ ହଜମ କରେ, ଏହିପରି ଆପଣଙ୍କ ଲିଭର ଏବଂ କିଡନୀ ଠିକ୍‌ରେ ବିଷାକ୍ତ ପଦାର୍ଥ (ଟକ୍ସିନ୍ସ)କୁ ବାହାର କରି ପାରେ।

ଠିକ୍ ସମୟରେ ଶୋଇବା - ଆୟୁର୍ବେଦ ଠିକ୍ ସମୟରେ ଶୋଇବାକୁ ପରାମର୍ଶ ଦିଏ। କାରଣ ଏହା ପ୍ରାକୃତିକ ରିପେୟାରିଂ ପ୍ରକ୍ରିୟା ସକ୍ରିୟ ହୁଏ। ହର୍ମୋନ ସନ୍ତୁଳନକୁ ଉନ୍ନତ କରେ ଏବଂ ମାନସିକ ଚାପକୁ ହ୍ରାସ କରେ। ଏହା ବ୍ୟତୀତ, ଆପଣ ଯେବେ ଭଲ ନିଦ ଯାଇ ଶେଯରୁ ଉଠିଥାନ୍ତି ତ ଶରୀରକୁ ସତେଜ କରି ଥାଏ।

ଫାଷ୍ଟିଂ ଅର୍ଥାତ୍ ଉପବାସ ରହିବା - ଯୋଗ ଏବଂ ଉପବାସର ଆୟୁର୍ବେଦରେ ବିଶେଷ ମହତ୍ତ୍ୱ ରହିଛି। ଉପବାସରେ ଆମେ ଭୋକରେ ରହିବା ସହ ଏହା ପ୍ରାକୃତିକ ଭାବରେ ଶରୀରକୁ ବିଷମୁକ୍ତ (ଡିଟକ୍ସିଫାଏ)କରିଥାଏ। ଆୟୁର୍ବେଦରେ କୁହାଯାଇଛି ଯେ ଯେତେବେଳେ ଆପଣ ଉପବାସ କରନ୍ତି, ଶରୀର ନିଜକୁ ସଫା ଏବଂ ସନ୍ତୁଳିତ କରିବା ଆରମ୍ଭ କରେ। ଏହା ଶରୀରରେ ଅଗ୍ନି ଉପାଦାନକୁ ଶକ୍ତିଶାଳୀ କରିଥାଏ, ବିଷାକ୍ତ ପଦାର୍ଥର ଜମାକୁ ହ୍ରାସ କରିଥାଏ। ପ୍ରକୃତରେ, ବଦହଜମୀ କିମ୍ବା ଅପାଚ୍ୟ ଖାଦ୍ୟ ଯୋଗୁଁ ହେଉଥିବା ବିଷାକ୍ତ ପଦାର୍ଥ ଧୀରେ ଧୀରେ ଶରୀରରୁ ବାହାର ହୋଇଯାଏ।

ଡକ୍ଟର କାମ୍ୟା କୁହନ୍ତି ଯେ ଏହି ଆୟୁର୍ବେଦିକ ଅଭ୍ୟାସଗୁଡ଼ିକ ଅନେକ ଲାଭ ପ୍ରଦାନ କରେ, ଯେଉଁଥିରେ ଉନ୍ନତ ପାଚନ, ସୁଦୃଢ଼ ଅନ୍ତନଳୀ ସ୍ୱାସ୍ଥ୍ୟ, ହରମୋନ ସନ୍ତୁଳନ ଏବଂ ମେଟାବୋଲିଜିମକୁ ବୃଦ୍ଧି ଅନ୍ତର୍ଭୁକ୍ତ। ଏହା ଆପଣଙ୍କୁ ପ୍ରାକୃତିକ ଭାବରେ ଆପଣଙ୍କ ଶରୀରକୁ ସଫା କରିବାକୁ ଅନୁମତି ଦିଏ।