ମା’ ହେବା ପରେ ବି ଫିଟ୍ ଓ ସ୍ଲିମ୍ ଅଛନ୍ତି ଏହି ୬ ଅଭିନେତ୍ରୀ, ଜାଣନ୍ତୁ ଏହାର ସିକ୍ରେଟ୍

ପୁରୁଷଙ୍କ ତୁଳନାରେ ମହିଳାଙ୍କ ଓଜନ ବଢ଼ିବା ଏବଂ ପେଟ ବାହାରିବା ଲକ୍ଷଣ ଏବେ ଅଧିକ ଦେଖାଯାଉଛି। ଏହା ପଛରେ ହର୍ମୋନର ପରିବର୍ତ୍ତନ, ଖାଇବା ପିଇବାର ଖରାପ ଆଦତ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ହେଉଛି ମୁଖ୍ୟ କାରଣ। ଯଦି ଆପଣଙ୍କୁ ଲାଗୁଛି କି ମା’ ହେବା ପରେ ଶରୀରର ଢ଼ାଞ୍ଚା ବଦଳିଯିବାଟା ସ୍ବଭାବିକ ଅଟେ ତାହେଲେ ଏହା ସମ୍ପୂର୍ଣ୍ଣ ଭୁଲ। ସାଧାରଣତଃ ଠିକ୍ ସମୟ ଓ ଜୀବନଶୈଳୀ ଦେଇ ଯଦି ଚାଲିବେ ତାହାଲେ ଆପଣ ସର୍ବଦା ଫିଟ୍ ଓ ସ୍ଳିମ୍ ରହିପାରିବେ। ତେବେ ଆସନ୍ତୁ ଜାଣିବା ସେମିତି କିଛି ଫିଟ୍ ଓ ସ୍ଳିମ୍ ମହିଳାଙ୍କ ବିଷୟରେ…

ବଲିଉଡର ଏମିତି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ମା’ ହେବା ପରେ ଏକଦମ୍ ଫିଟ୍ ଓ ସ୍ଳିମ୍ ଅଛନ୍ତି। l ସେମାନଙ୍କ ମଧ୍ୟରୁ ଶିଳ୍ପା ସେଟ୍ଟୀ, କରିନା କପୁର ଖାନ୍, ଐଶ୍ବର୍ଯ୍ୟା ରାୟ ବଚ୍ଚନ, ମୀରା ରାଜପୁତ ଏବଂ କାଜଲ ଭଳି ଆହୁରି ଅନେକ ଅଭିନେତ୍ରୀ ଅଛନ୍ତି । ଆପଣ ମଧ୍ୟ ଏମାନଙ୍କ ଶରୀରର ଅଙ୍ଗଭଙ୍ଗୀ ଦେଖିଲେ ଆକର୍ଷିତ ହୋଇଯିବେ। ପ୍ରକୃତରେ ଏମାନେ କ’ଣ କରନ୍ତି ଯେ ଏତେ ଫିଟ୍ ରୁହନ୍ତି ଆସନ୍ତୁ ତାହା ଜାଣିବା…

ଯଦି ଆପଣ ଓଜନ କମ୍ କରିବାକୁ ଚାହୁଁଛନ୍ତି ତେବେ ଏହି କଥାରେ ଗଣ୍ଠି ମାରିଦିଅନ୍ତୁ କି, ପ୍ରତିଦିନ ଯେତେ ଅଧିକରୁ ଅଧିକ ପାଣି ପିଇପାରିବେ। ଯଦି ଆପଣଙ୍କ ଶରୀରରେ ପାଣି ଭରପୁର ମାତ୍ରାରେ ଅଛି ତେବେ ଆପଣଙ୍କ ଓଜନ କମ୍ କରାଇବାରେ କୈାଣସି ଅସୁବିଧା ହେବନାହିଁ। ଏଥିପାଇଁ ଆପଣଙ୍କୁ ଗୋଟିଏ ଦିନରେ ଅତି କମରେ ଦଶ ଗିଲାସ ପାଣି ପିଇବାକୁ ପଡ଼ିବ। ଏହାଦ୍ବାରା ଶରୀରରେ ମହଜୁଦ୍ ଥିବା ଜୀବାଣୁ ବାହାରିଯିବ। ଯାହାପରେ ଆପଣଙ୍କୁ ଆରାମ ଲାଗିବ।

ଖାଇବା ଖାଦ୍ୟକୁ ବାଛିବା ପୂର୍ବରୁ ପ୍ରଥମେ ଏହା ସୁନିଶ୍ଚିନ୍ତ କର ଯେ ଏହି ଖାଦ୍ୟରେ ଫ୍ୟାଟ୍ ବା ଚିନିର ମାତ୍ରା ଯେମିତି ଅଧିକ ନ ଥିବ। ଯେଉଁ ଖାଦ୍ୟରେ ଜରୁରୀ ପୋଷକର ତତ୍ତ୍ବ ଥିବ ତାହାକୁ ନିଜ ଡାଏଟ ଚାଟରେ ସାମିଲ କରନ୍ତୁ। ଜଙ୍କ୍ ଫୁଡ଼୍ କିମ୍ବା ବାସି ଖାଦ୍ୟଠାରୁ ଦୂରେଇ ରୁହନ୍ତୁ। ତାଜା ଫଳ, ସବୁଜ ପନିପରିବା ଖାଆନ୍ତୁ। ପାସ୍ତା, ବ୍ରେଡ୍, ବିନ୍ସ, ଅଣ୍ଡା, ବାଦାମ ଏବଂ ଡ୍ରାଇ ଫ୍ରୁଟ୍ସ୍ ମଧ୍ୟ ଖାଇପାରିବେ।

ବଲିଉଡ୍ ଅଭିନେତ୍ରୀ କରିନା କପୁରଙ୍କ ଡାଇଟିସିଅନ୍ ଋଜୁତା ଦିବାକର କହିଛନ୍ତି, ଜରୁରୀ ନାହିଁ କି ଯେଉଁଭଳି ଡାଏଟ୍ ଚାଟ୍ ଫଲୋ କରୁଛନ୍ତି ସେହିଭଳି କରିବେ ।ସାଧାରଣ ମହିଳା ମଧ୍ୟ ଡାଏଟକୁ ଫଲୋ କରିପାରିବେ। ଏହା ଆପଣଙ୍କ ଶରୀର ଉପରେ ନିର୍ଭର କରେ କି ଆପଣଙ୍କ ଶରୀର ପାଇଁ କେଉଁଟା ଠିକ୍।।

ସନ୍ତୁଳିତ ଖାଦ୍ୟ ଖାଇବା ସହିତ ଆପଣଙ୍କୁ ନିୟମିତ ରୂପରେ ବ୍ୟାୟମ କରିବାକୁ ପଡ଼ିବ। ବ୍ୟାୟମ ଦ୍ବାରା ଆପଣ ଅଧିକ ଫିଟ୍ ରହିପାରିବେ। ନିଜକୁ ଫିଟ୍ ରଖିବା ପାଇଁ ଯୋଗ, ଏରୋବିକ୍ସ ମଧ୍ୟ କରିପାରିବେ। ଏହା ବ୍ୟତୀତ ସ୍ବିମିଂ ଏବଂ ଜଗିଂ କରିବେ।

ଗର୍ଭବସ୍ଥା ପରେ ନିଜକୁ ଫିଟ୍ କରିବା ପାଇଁ ସ୍ତନପାନ କରାଇବା ଏକ ବିକଳ୍ପ ଅଟେ। ଏଥିରେ ଆପଣ ଜଲଦି ହିଁ ବଢ଼ିଥିବା ଓଜନକୁ କମ୍ କରାଇପାରିବେ। ଯେତେବେଳ ଆପଣ ନିୟମିତ ଭାବେ ସନ୍ତପାନ କରାଇବେ ତେବେ ଶରୀରରୁ ୫୦୦ କ୍ୟାଲୋରୀ କ୍ଷୟ ହୁଏ । ଏଥିପାଇଁ ଆପଣ ଯେତେ ସନ୍ତପାନ କରାଇବେ ସେହି ପରିମାଣରେ ମା’ ଓ ଶିଶୁ ଦୁହିଁଙ୍କ ପାଇଁ ଉପକାରୀ ହୋଇଥାଏ।

ଉଚିତ୍ ଖାଇବା ପିଇବା ଏବଂ ବ୍ୟାୟମ କରିବା ସହିତ ଶୋଇବା ବି ଜରୁରୀ। ସାଧାରଣତଃ ଗର୍ଭବସ୍ଥା ପରେ ଶିଶୁର ଦେଖାଶୁଣା କରିବା ଯୋଗୁଁ ମା’ ନିଜର ନିଦ ପୁରା କରିପାରିନଥାଏ। ଯେଉଁ କାରଣ ଯୋଗୁଁ ମା’ ରୋଗରେ ପଡ଼ିଯାଏ। ଫଳରେ ମା’ ଭଲଭାବେ ନିଜର ଯତ୍ନ ନେଇପାରେ ନାହିଁ। ଏହି କାରଣରୁ ମଧ୍ୟ ଓଜନ ବଢ଼ିଯାଏ।